ଏପାଖେ କଂକ୍ରିଟ ଚାଲିଛି,ସେପାଖେ ନିର୍ମାଣଧିନ ରାସ୍ତା ଖାଲଖମାରେ ପରିଣତ

Straight to the Point
ଆଳିପିଙ୍ଗଳ- ଜଗତସିଂହପୁର ରାସ୍ତା

ଜଗତସିଂହପୁର : କଂକ୍ରିଟ ରାସ୍ତା ନିର୍ମାଣ ହୁଏ,ରାସ୍ତାର ଦୀର୍ଘ ସ୍ଥାୟୀତ୍ୱପାଇଁ । ମାତ୍ର କଂକ୍ରିଟ ରାସ୍ତା ନିର୍ମାଣ ସରିନଥିବା ବେଳେ ନିର୍ମାଣଧିନ ରାସ୍ତାରୁ ସାମାନ୍ୟ ବର୍ଷାରେ ସିମେଣ୍ଟ ଧୋଇ ହୋଇ ଚିପସ୍ ବାହାରିବା ,ଖାଲଖମାରେ ପରିଣତ ହୋଇ ରାସ୍ତାରୁ ରଡ୍ ବାହାରିବା ନିର୍ମାଣଧିନ ରାସ୍ତା ସ୍ଥାୟୀତ୍ୱରେ ସନ୍ଦେହ ସୃଷ୍ଟି କରେ । ସରକାରଙ୍କର କୋଟି କୋଟି ଟଙ୍କା ଅପବ୍ୟୟ ହୁଏ । ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଜଗତସିଂହପୁର ପୁର୍ତ୍ତବିଭାଗ ଅଧିନ ୫କିମି ବ୍ୟାପି ଆଳିପିଙ୍ଗଳ ଜଗତସିଂହପୁର ମୁଖ୍ୟ ରାସ୍ତାରେ ।ଏହି ମୁଖ୍ୟ ରାସ୍ତାର ହାଟପୋଲ ଠାରୁ ଆଳିପିଙ୍ଗଳ ଦେଇ ଶାସନପଦା ମହାବୀର ଛକ ପର୍ଯ୍ୟନ୍ତ ୩କିମି ବ୍ୟାପି ମୁଖ୍ୟରାସ୍ତାଟି ଗତ ଏକ ବର୍ଷତଳେ ପିଚୁ ହୋଇଥିଲା ।ମାତ୍ର ଦୁର୍ନିତିଗ୍ରସ୍ଥ ପୂର୍ତ୍ତବିଭାଗ କତ୍ତୃପକ୍ଷ ସମସ୍ତ ସରକାରୀ ନିୟମକୁ ଉଲଂଘନ କରି ମନୋମୁଖି ଭାବେ ଏହି ପିଚୁ ରାସ୍ତାକୁ ଡ୍ରୋଜର ଲଗାଇ ତାଡି ଦେଇ କଂକ୍ରିଟ ରାସ୍ତା ନିର୍ମାଣ କରି·ଲିଛନ୍ତି ଦୀର୍ଘ ୯ମାସ ହେଲା । ତେବେ ଏହି ୯ମାସ ମଧ୍ୟରେ ପୂର୍ତ୍ତବିଭାଗ କତ୍ତୃପକ୍ଷ ଏହି ୩କିମି ବ୍ୟାପି ମୁଖ୍ୟରାସ୍ତା ରୁ ୨କିମି ରାସ୍ତା କଂକ୍ରିଟ କରିଥିବାର ଦେଖିବାକୁ ମିଳିଛି । ଆଉ ଅବଶିଷ୍ଟ ୧କିମି ରାସ୍ତା ଯୁଦ୍ଧ କାଳୀନ ଭିତ୍ତିରେ ବର୍ତ୍ତମାନ ନିର୍ମାଣ ·ଲିଛି । ତେବେ ଯେଉଁ ୨କିମି ବିଶିଷ୍ଟ ରାସ୍ତା ନିର୍ମାଣ ସରିଛି, ସେହି ରାସ୍ତାର ଗାଲୁପଡା ହାଟପୋଲ ଠାରୁ ଉଦାସ ଆଶ୍ରମ ପର୍ଯ୍ୟନ୍ତ କଂକ୍ରିଟ ରାସ୍ତାରୁ ସିମେଣ୍ଟ ଧୋଇ ହୋଇ ଚିପସ୍ ଦେଖାଯିବା ସହିତ ରାସ୍ତାଟି ଖାଲଖମାରେ ପରିଣତ ହୋଇଛି । ସେହିପରି ଅତାମଳା ମହାପାତ୍ର ସାହି ଓ କମାର ବାଙ୍କ କଂକ୍ରିଟ ରାସ୍ତା ନିର୍ମାଣ କାର୍ଯ୍ୟ ଏତେ ନିମ୍ନମାନର ହୋଇଛି ଯେ ନିର୍ମାଣର ୨ମାସ ପରେ ରାସ୍ତାଟି ସଂପୂର୍ଣ୍ଣ ଖାଲଖମାରେ ପରିଣତ ହୋଇ ବିଭିନ୍ନ ସ୍ଥାନରେ ରଡ୍ ଦେଖାଯାଉଛି । ସେହିପରି ଏହି ମୁଖ୍ୟ ରାସ୍ତାର କାଠପୋଲ ଛକ ଠାରୁ କୁମ୍ଭାରସାହି ପର୍ଯ୍ୟନ୍ତ ନବନିର୍ମାଣ କଂକ୍ରିଟ ରାସ୍ତାକୁ ଯେକେହି ଦେଖିଲେ ସେ କହିପାରିବ ଏନିର୍ମାଣଧିନ କଂକ୍ରିଟ ରାସ୍ତାର ସ୍ଥାୟୀତ୍ୱ କେତେଦିନ?
ଅପରପକ୍ଷରେ, ଏହି ୩କିମି ବ୍ୟାପି ମୁଖ୍ୟ ରାସ୍ତାକୁ କଂକ୍ରିଟ କରିବାପାଇଁ ସରକାର ପୂର୍ତ୍ତବିଭାଗ କତ୍ତୃପକ୍ଷଙ୍କୁ ୩କୋଟିରୁ ଉଦ୍ଧ୍ୱର୍ ଟଙ୍କାର ଅନୁଦାନ ଯୋଗାଇ ଦେଇଛନ୍ତି । ପୂର୍ତ୍ତବିଭାଗ କତ୍ତୃପକ୍ଷ ଏହି ମୁଖ୍ୟ ରାସ୍ତାର ନିର୍ମାଣ କାର୍ଯ୍ୟ ଏକ ନିର୍ଦ୍ଧିଷ୍ଟ ଠିକାଦାରଙ୍କ ସହାୟତାରେ ଅତିନିମ୍ନ ମାନର କାର୍ଯ୍ୟକରି ସରକାରଙ୍କର କୋଟି କୋଟି ଟଙ୍କା ହଡପ୍ କରୁଥିବାର ସାଧାରଣରେ ଅଭିଯୋଗ ହୋଇଛି । ତେବେ କାହା ଇଙ୍ଗିତରେ ପୂର୍ତ୍ତବିଭାଗ କତ୍ତୃପକ୍ଷ ଭଲ ପିଚୁ ରାସ୍ତା ତାଡି କଂକ୍ରିଟ ରାସ୍ତା ନିର୍ମାଣ କରି·ଲିଛନ୍ତି ଓ ନିର୍ମାଣ କାର୍ଯ୍ୟ କାହିଁକି ଅତି ନିମ୍ନ ମାନର ହେଉଛି ଜିଲ୍ଲାପ୍ରଶାସନ ପକ୍ଷରୁ ନିରପେକ୍ଷ ତଦନ୍ତପାଇଁ ରାଜ୍ୟ ବେକାର ସଂଘ ଓ କେତକେଶ୍ୱର ଶ୍ରମିକ ସଂଘପକ୍ଷରୁ ଦୃଢ ଦାବୀ ହେଉଛି ।

error: Thank You Keep Visiting