ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲିଙ୍କୁ ସମ୍ବର୍ଦ୍ଧନା

Straight to the Point

ଜଗତସିଂହପୁର: ଜଗତସିଂହପୁର ପୌରାଞ୍ଚଳ ୱାର୍ଡ ନଂ ୧୯ର ବିଜୁଜନତା ଦଳ ତରଫରୁ ସମ୍ବର୍ଦ୍ଧନା ଉତ୍ସବ ଓ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଦୁଇଥର ପାଇଁ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିବାରୁ ଦଳତରଫେୁ ଶ୍ରୀ ମୁଦୁଲିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । କାର୍ଯ୍ୟକ୍ରମରେ ପୂର୍ବତନ ପୌରାଧ୍ୟକ୍ଷ ମଧୁସୁଦନ ସାହୁ ,ପୂର୍ବତନ ଅଧ୍ୟକ୍ଷା ମିନତୀ ଦାସ,ବିଜେଡି ନଗର ସଭାପତି ଦୋଳଗୋବିନ୍ଦ ଦାଶ,ବିଜେଡି ଜିଲ୍ଲା ଉପସଭାପତି ଦିପ୍ତି ଦାସ,ବିଜେଡି ବ୍ଲକ ସଭାପତି ମନୋଜ ଭୋଇ,ଅଜୟ କୁମାର ବାରିକ,ପୂର୍ଣ୍ଣଚନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ବିଧାୟକଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧନା ଜଣାଇଥିଲେ । ପରେପରେ ୧୯ନଂୱାର୍ଡର ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟର ସମୀକ୍ଷା କରାଯାଇଥିଲା । ଯୋଜନା କମିଟିଅଧ୍ୟକ୍ଷ ତଥା ବିଧାୟକ ଶ୍ରୀ ମୁଦୁଲି ୱାର୍ଡର ବିଭିନ୍ନ ସମସ୍ୟା ଯୁଦ୍ଧ କାଳୀନ ଭିତ୍ତିରେ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପ୍ରତିଶୃତି ଦେଇôତଲେ ।

error: Thank You Keep Visiting