୧୯ନଂ ୱାର୍ଡରେ ଡଷ୍ଟବିନ ଦୁର୍ନିତୀ ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ପୂର୍ବତନ ପୌରାଧ୍ୟକ୍ଷ

Straight to the Point

ଜଗତସିଂହପୁର: ଜଗତସିଂହପୁର ପୌରାଞ୍ଚଳର ୧୯ନଂ ୱାର୍ଡରେ ଡଷ୍ଟବିନ୍ ଗୁଡିକ ହିତାଧିକାରୀଙ୍କୁ ନଦେଇ ହେରଫେର କରୁଥିବା ପୌାପ୍ରଶାସନ ବିରୁଦ୍ଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରାଯାଇଛି । ପୂର୍ବତନ ପୌରାଧ୍ୟକ୍ଷ ମଧୁସୁଦନ ସାହୁଙ୍କ ଅଧ୍ୟକ୍ଷତାରେ ୱାର୍ଡର ବହୁବିଧି ସମସ୍ୟା ସଂପର୍କରେ ଜିଲାପାଳଙ୍କୁ ଅବଗତ କରାଇଛନ୍ତି । ଏପରିକି ପୌରପ୍ରଶାସନ ପକ୍ଷରୁ ଯୋଗାଇଦିଆଯାଉଥିବା ଡଷ୍ଟବିନ ପ୍ରତି ପରିବାରକୁ ୨ଟି ଲେଖାଏଁ ଦେବାର ବ୍ୟବସ୍ଥା ଥିଲାବେଳେ କଂଗ୍ରେସ ଦଳର କିଛି କର୍ମ·ରୀ ପୌରକର୍ମ·ରୀ ମାନଙ୍କୁ ହାତକରି ମନଇଚ୍ଛା ନିଜ ପସନ୍ଦର ଲୋକଙ୍କୁ ଡଷ୍ଟବିନ୍ ଦେଇ ଆଉକିଛି ଡଷ୍ଟବିନ୍ ହରିଲୁଟ୍ କରିବାର ମସୁଧା ଚଳାଇଥିବା ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ଏହି ୱାର୍ଡରେ କିଭଳି ଭାବେ ସମସ୍ତ ପରିବାର ଡଷ୍ଟବିନ୍ ପାଇବେ ସେଥିପ୍ରତି ଜିଲ୍ଲାପାଳ ଦୃଢପଦକ୍ଷେପ ନେବାକୁ ଦାବି କରିଥିଲେ ।ଏହି ଦାବି ପତ୍ର ପ୍ରଦାନ ବେଳେ ମହେନ୍ଦ୍ର କୁମାର ମଲ୍ଲିକ,ବିଭୁତି ଭୁଷଣ ସାହୁ,ସୋମନାଥ ଆ·ର୍ଯ୍ୟ,ଲୋକନାଥ ସାବତ୍ ,ବନବିହାରୀ ଦାସ,ଚିନ୍ମୟ ରାଉଳ,ପ୍ରଦୀପ୍ତ ଜେନା,ଡକ୍ଟର କୃଷ୍ଣ ଚନ୍ଦ୍ର ରଣା,ମାନସ ରଂଜନ ବେହେରାଙ୍କ ସମେତ ୧୯ନଂୱାର୍ଡର ବହୁ ଜନସାଧାରଣ ଉପସ୍ଥିତଥିଲେ ।

Leave a Reply

Your email address will not be published. Required fields are marked *

error: Thank You Keep Visiting