ଜଗତସିଂହପୁର ଏସବିଆଇ, ୟୁବିଆଇ, ସିଣ୍ଡିକେଟ ଏଟିଏମ୍ ରେ ଟଙ୍କା ନଥିବାରୁ ଗ୍ରାହକ ଅସନ୍ତୋଷ

Straight to the Point

ଜଗତସିଂହପୁର: ଜଗତସିଂହପୁର ସଦର ମହକୁର ବିଭିନ୍ନ ବ୍ୟାଙ୍କଏଟିଏମ୍ ରେ ଆଜି ଟଙ୍କା ନଥିବାରୁ ଗ୍ରାହକ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ଗ୍ରାହକଙ୍କ ସୂଚନା ଅନୁସାରେ ସାନବଜାର ଓ ସେଣ୍ଟ୍ରାଲ ମାର୍କେଟଠାରେ ଥିବାଷ୍ଟେଟ୍ ବ୍ୟାଙ୍କ ଏଟିଏମ୍ ରେ ଗତକାଲି ଠାରୁ ସଟର ଅଧରାପଡି ରହିଛି । ଗ୍ରାହକ ମାନେ ବାରମ୍ବାର ଟଙ୍କା ଉଠାଣ ପାଇଁ ଆସୁଥିଲେ ମଧ୍ୟ ନିରାଶ ହୋଇଫେରୁଥିବା ଦେଖିବାକି ମିଳିଛି । ଆଜି ସଂଖ୍ୟାଲଘୁ ସଂପ୍ରଦାୟର ପବିତ୍ର ଇଦ-ଉଲ୍-ଜୁହା ପର୍ବ ଥିବାରୁ ଦୁରଦୁରାନ୍ତରୁ ମୁସଲିମ୍ ଭାଇ ଭଉଣୀ ଟଙ୍କା ଉଠାଣ କରିବାକୁ ନିରାସ ହୋଇଥିଲେ । ସେହିଭଳି ରଶ୍ମିସିନେମା ହଲ ନିକଟରେ ୟୁନାଇଟେଡ ବ୍ୟାଙ୍କର ଏଟିଏମ୍ ସଟର ବନ୍ଦ ହେବା ସହ ଛେଳି ମାନେ ଏଟିଏମ୍ କୁ ଏକପ୍ରକାର ଜଗିଥିବା ଜଣାପଡିଥିଲା ।ପ୍ରତ୍ୟେକ ବ୍ୟାଙ୍କ ଏଟିଏମ୍ ରେ ୨୪ଘଣ୍ଟିଆ ସେବା ଯୋଗାଇଦେବାପାଇଁ ନିର୍ଦ୍ଦେଶ ଥିବା ବେଳେ ତାହା ଜଗତସିଂହପୁର ସହରରେ କାର୍ଯ୍ୟକାରୀକୁ ନେଇ ପ୍ରଶ୍ନ ବାଚୀ ସୃଷ୍ଟି କରିଛି । ବ୍ୟାଙ୍କରର୍ସ ବୈଠକରେ ବ୍ୟାଙ୍କ କତ୍ତୃପକ୍ଷ ସବୁବେଳେ ଗ୍ରାହକଙ୍କ ଦୋଷ ଦେଇଥାନ୍ତି । କିନ୍ତୁ ବ୍ୟାଙ୍କ କତ୍ତୃପକ୍ଷ ନିଜର କାର୍ଯ୍ୟଦକ୍ଷତା କୁ ଘୋଡାଇ ରଖନ୍ତି । ତେଣୁ ଗ୍ରାହକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏଟିଏମ୍ ଗୁଡିକରେ ଯଦି ଆଗାମୀ ଦିନରେ ଏଭଳି ସମସ୍ୟା ସୃଷ୍ଟି ନହେବା ପାଇଁ ଗ୍ରାହକ ମାନେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *

error: Thank You Keep Visiting