ଏକେଏସ୍ ସୋସାଇଟି ପକ୍ଷରୁ କାଉଡିଆ ଭକ୍ତଙ୍କ ସେବା କାର୍ଯ୍ୟକ୍ରମ

Straight to the Point

ଜଗତସିଂହପୁର: ପବିତ୍ର ଶ୍ରାବଣ ମାସ ଅବସରରେ ଆମ କରଣ ସୋସାଇଟି ଆନୁକୂଲ୍ୟରେ ଜଗତସିଂହପୁର ଜିଲ୍ଲାର ଗୋରେକ୍ଷନାଥ ପୀଠରେ କାଉଡିଆ ଭକ୍ତଙ୍କୁ ସେବା ଯୋଗାଇ ଦିଆଯାଇଥିଲା । ଏହି ପୀଠରେ ଦଶ ହଜାରୁ ୧୫ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ଆମ କରଣ ସୋସାଇଟି ପକ୍ଷରୁ ସମସ୍ତ ଭକ୍ତଙ୍କ ପାଇଁ · ଓ ପକୁଡି ବ୍ୟବସ୍ଥା କରାଯାଇଥିଲା । ଏହି ଅବସରରେ ଭଜନ ସମାରୋହ ମଧ୍ୟ ଆୟୋଜନ କରାଯାଇଥିଲା ।

ଏହି ମହତ ସେବା କାର୍ଯ୍ୟରେ ଆମକରଣ ସୋସାଇଟିର କର୍ମକର୍ତ୍ତା ଲାପୁ ମହାନ୍ତି,ପ୍ରସାଦ ମହାନ୍ତି,ଶ୍ୱେତା ମହାନ୍ତି,ବିଶିଷ୍ଟ ସମାଜସେବୀ ବ୍ୟୋମକେଶ କାନୁନଗୋ,ରୋଜି ମହାନ୍ତି,ନିବେଦିତା ମହାନ୍ତି,ଜୟକୃଷ୍ଣ ମହାନ୍ତି ଓ ସଂଜୀବ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ସମ୍ପାଦନ କରାଯାଇଥିଲା । ଏଥିରେ ରାଜ୍ୟରୁ ସମସ୍ତ ଜିଲ୍ଲାରୁ ସଦସ୍ୟ ମାନେ ଆସି ଯେଘାଗଦାନ କରିଥିଲେ । ସୁଦୁର ବାରିପଦା ଓ ବ୍ରହ୍ମପୁର,କେନ୍ଦ୍ରାପଡା,କଟକ,ଭୁବନେଶ୍ୱର,ରାଉରକେଲା ଓ ରାଜଗାଙ୍ଗପୁରରୁ ସଦସ୍ୟ ମାନେ ମଧ୍ୟ ଆସି ଯୋଗଦାନ କରିଥିଲେ ।

Leave a Reply

Your email address will not be published. Required fields are marked *

error: Thank You Keep Visiting