ଆଳିପିଙ୍ଗଳ ସେତୁ ବିପଦ ସଂକୁଳ,ମରାମତି କାର୍ଯ୍ୟ ଅଧାରୁ ଠପ୍

Straight to the Point

ଜଗତସିଂହପୁର: ଜଗତସିଂହପୁର ଓ କଟକ ଜିଲ୍ଲାକୁ ସଂଯୋଗ କରୁଛି ୯୦୦ମିଟର ବିଶିଷ୍ଟ ଆଳିପିଙ୍ଗଳ ସେତୁ । ଜଗତସିଂହପୁର ପୂର୍ତ୍ତବିଭାଗ ପକ୍ଷରୁ ୭କୋଟିରୁ ଉଦ୍ଧ୍ୱର୍ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି ସେତୁର ବିଭିନ୍ନ ସ୍ଥାନରେ ବାଡ ଭାଙ୍ଗି ଦୀର୍ଘଦିନ ହେଲା ବିପଦ ସଂକୁଳ ଅବସ୍ଥାରେ ରହିଅଛି । ପୂର୍ତ୍ତ ବିଭାଗ କତ୍ତୃପକ୍ଷ ମରାମତି କାର୍ଯ୍ୟ ଅଧାରୁ ବନ୍ଦ କରିଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବାର କୁହାଯାଇଛି । ଦୈନଦିନ ହଜାରହଜାର ସଂଖ୍ୟାରେ ଏହି ସେତୁ ଉପର ଦେଇ ୨ଚକିଆ, ୩ଚକିଆ,୪ଚକିଆ,୬ଚକିଆ ଓ ୧୦ଚକିଆ ଯାନ କଟକ ,ଭୁବନେଶ୍ୱର,ପୁରୀ ଓ ପାରାଦ୍ୱୀପକୁ ଯାତାୟତ କରୁଛି । ଏହି ସେତୁର ବିଭିନ୍ନ ସ୍ଥାନରେ ବାଡ ଭାଙ୍ଗି ଯାଇଥିବାରୁ କେତେବେଳେ କିଏ ଯେ ଏହି ସେତୁ ଉପରୁ ଖସିଯାଇ ଦେବୀ ନଦୀର ଗର୍ଭରେ ଲୀନ ହେବ ,ବିପଦର ଆଶଙ୍କାକୁ ଏଡାଇ ଦିଆଯାଇନପାରେ ।ସମସ୍ତ ଅଘଟଣ ପାଇଁ ପୂର୍ତ୍ତବିଭାଗ କତ୍ତୃପକ୍ଷ ଦାୟୀ ରହିବେ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।

ପ୍ରକାଶ ଯେ ଦୀର୍ଘଦିନ ହେଲା ଆଳିପିଙ୍ଗଳ ସେତୁର ବିଭିନ୍ନ ସ୍ଥାନରେ ବାଡଭାଙ୍ଗି ବିପଦ ସଂକୁଳ ଅବସ୍ଥାରେ ରହିଥିଲା । ବହୁ ଦାବୀ ,ପ୍ରତିବାଦ ଓ ଧାରଣା ପରେ ଏହାକୁ ମରାମତି କରିବାପାଇଁ ପୂର୍ତ୍ତବିଭାଗ କତ୍ତୃପକ୍ଷଙ୍କ ନିଦଭାଙ୍ଗିଥିଲା । ସଂପୃକ୍ତ କତ୍ତୃପକ୍ଷ ଏହି ସେତୁର କିଛି ଅଂଶ ବାଡା ନିର୍ମାଣ କରି ନିରବ ଦ୍ରଷ୍ଟା ସାଜିଛନ୍ତି । ଫଳରେ ଦୀର୍ଘଦିନ ଧରି ମରାମତି ହୋଇନଥିବା ଏହି ସେତୁର ବାଡ ବିପଦ ସଂକୁଳ ଅବସ୍ଥାରେ ରହିଅଛି । ଅପରପକ୍ଷେ ଏହି ସେତୁର ଉପର ଦେଇ ଦୈନଦିନ ଶତାଧିକ ବାଲିବୋଝେଇ ଟ୍ରକ, ଟ୍ରାକ୍ଟର ଓ ଡ୍ରମ୍ପର ଆଳିପିଙ୍ଗଳ ଓ ବଚ୍ଛସାଇଲୋ ବାଲିଘାଟରୁ ବାଲି ନେଇ ଯାତାୟତ କରୁଥିବାରୁ ଏହି ସେତୁଟି ଖାଲଖମାରେ ପରରିଣତ ହୋଇଥିଲା ।

ଯାତାୟତରେ ଘୋର ବ୍ୟାଘତ ସୃଷ୍ଟି ହେଉଥିଲା । ତେବେ ଏହାର ସ୍ଥାୟୀ ପ୍ରତିକାର କରିବା ପରିବର୍ତ୍ତେ ପୂର୍ତ୍ତବିଭାଗ କତ୍ତୃପକ୍ଷ ଲୋକ ଦେଖାଣିଆଭାବେ ଭଗବାନକୁ ଆଖିଠାର ମାରିଲା ଭଳି ସେତୁ ଉପରେ ହୋଇଥିବା ଗର୍ତ୍ତ ମାନଙ୍କରେ ସିମେଣ୍ଟ,ବାଲି ଓ ବଜୁରି ଦେଇ ମରାମତି କରିଛନ୍ତି ସତ ,ହେଲେ ଗତ ଲଘୁ·ପ ଜନିତ ବର୍ଷାରେ ଏହି ସେତୁର ଅବସ୍ଥା ଯଥାପୂର୍ବଂ ତଥା ପରମଂ ।

ଭଲ ପିଚୁ ରାସ୍ତା ଡ୍ରୋଜରରେ ତାଡି ଜନସାଧାରଣଙ୍କୁ ଭୂଆଁ ବୁଲାଇ ପୂର୍ତ୍ତବିଭାଗ କତ୍ତୃପକ୍ଷ ନିର୍ମାଣ କରି·ଲିଛି କଂକ୍ରିଟ ରାସ୍ତା । କିନ୍ତୁ ମରାମତି ଅଭାବରୁ ଦୀର୍ଘଦିନ ହେଲା ବିପଦ ସଂକୁଳ ଅବସ୍ଥାରେ ରହିଥିବା ଆଳିପିଙ୍ଗଳ ସେତୁର ମରାମତି କାମ ଅଧାରୁ ବନ୍ଦ କରି ନିରବଦ୍ରଷ୍ଟା ସାଜିଛି କାହାପାଇଁ ଏହାର ଉତ୍ତର କେବଳ ପୂର୍ତ୍ତବିଭାଗର ନିର୍ବାହୀ ଯନ୍ତ୍ରୀ ଦେଇପାରିବେ ବୋଲି ସାଧାରଣରେ ମତପ୍ରକାଶ ପାଇଁଛି । ଜିଲ୍ଲା ପ୍ରଶାସନ ତୁରନ୍ତ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଦୃଢ ପଦକ୍ଷେପ ନେବାକୁ ସିଠାଳ ପଞ୍ଚାୟତର ସରପଞ୍ଚ ଅନ୍ତର୍ଯ୍ୟାମୀ ବଡୁ ଦୃଢ ଦାବୀ କରିଛନ୍ତି ।

Leave a Reply

Your email address will not be published. Required fields are marked *

error: Thank You Keep Visiting