ବାଲିକୁଦା ବ୍ଲକ୍ କାର୍ଯ୍ୟାଳୟଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

Straight to the Point

ଜଗତସିଂହପୁର: ବାଲିକୁଦା ବ୍ଲକ୍ କାର୍ଯ୍ୟାଳୟ ଠାରେ ଜିଲ୍ଲା ପ୍ରଶାସନ ତରଫରୁ ଯୁଗ୍ମଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ଜନସାଧାରଣଙ୍କର ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣୀ କରିଥିଲେ । ଏହି ଅଭିଯୋଗ ଶିବିରରେ ମୋଟ ୭୯ଟି ଅଭିଯୋଗ ପଂଜିକୃତ ହୋଇଥିଲା । ସେଥି ମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସଂପର୍କିତ ୬୪ଟି ଯଥା-ଇନ୍ଦିରା ଆବାସ/ବିଜୁ ପକ୍କାଘର-୨୩ଟି, ରେସନ୍କାର୍ଡ ସଂପର୍କିତ-୮ଟି,ଭତ୍ତା ସଂମ୍ବନ୍ଧୀୟ-୦୮ଟି, ଆଇନ ସହାୟତା ସଂପର୍କିତ-୦୩ଟି, ଜମିଜମା ସମସ୍ୟା ସଂପର୍କିତ-୦୬ଟି ,ସ୍କୁଲସମସ୍ୟା ସଂପର୍କିତ-୦୨ଟି ଓ ଅନ୍ୟାନ୍ୟ-୧୪ଟି, ଗାଁ ସମସ୍ୟା ସଂପର୍କିତ-୧୨ଟିି, ମୁଖ୍ୟମନ୍ତୀଙ୍କ ରିଲିଫ୍ ପାଣ୍ଠିରୁ ସହାୟତା ପାଇବା ପାଇଁ-୦୨ଟି, ରେଡକ୍ରସ୍ ପାଣ୍ଠିରୁ ସହାୟତା ପାଇବା ପାଇଁ-୧ଟି ଦରଖାସ୍ତ ଗ୍ରହଣ କରାଯାଇଥିଲା । ୦୫ଟି ଅଭିଯୋଗର ଶୁଣାଣୀ କରାଯାଇ ସଂଗେ ସଂଗେ ଫଇସଲା କରାଯାଇଥିଲା । ଏହି ଶିବିରରେ ଭାରପ୍ରାପ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ୁ ଚରଣ ମିଶ୍ର, ଉପ-ଜିଲ୍ଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ କେ.ସି.ମହାନ୍ତି, ବି.ଡି.ଓ, ତହସିଲଦାର, ଜିଲ୍ଲାସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ,ବ୍ଲକ ସ୍ତରୀୟ ଅଧିକାରୀ,ପଞ୍ଚାୟତ ପ୍ରତିନିଧି, ଭାରପ୍ରାପ୍ତ ଅଭିଯୋଗ ଅଧିକାରୀ ରଞନ କୁମାର ଦାସ ଓ ଜନସାଧାରଣ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

error: Thank You Keep Visiting