ଟ୍ରେନରେ କଟି ବୃଦ୍ଧଙ୍କ ଶୋଚନୀୟ ମୃତ୍ୟୁ

Straight to the Point

ଭଦ୍ରକ: ରେଳଧାରଣାରେ କଟି ବୃଦ୍ଧଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ପ୍ରାତଃ ସୂଚନା ଅନୁଯାୟୀ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଅର୍ଣ୍ଣପାଳ ଭଟ୍ଟପୁର ଗ୍ରାମର ଅର୍ଜ୍ଜୁନ ବେହେରା (୮୪) ଚରମ୍ପା ବରାଳପୋଖରୀ ଅନ୍ତର୍ଗତ ୧ନମ୍ବର ୱାର୍ଡର ତାଙ୍କ ବଡ ଝିଅ ସସ୍ମିତା ବାରିକ୍ ଘରକୁ ଯାଉଥିବା ବେଳେ ଭଦ୍ରକ ରେଳ ବାଇର ୧୧୯ ନମ୍ବର ଲେବୁଲ କ୍ରସିଂ ଗେଟ୍ ପାର ହେଉଥିବା ସମୟରେ ରାଜଧାନୀ ଏକ୍ସପ୍ରେସ ଡାଉନ ଟ୍ରେନ ତାଙ୍କୁ ଧକ୍କା ଦେଇଥିଲା ।

ଘଟଣା ସ୍ଥଳରେ ଅର୍ଜ୍ଜୁନଙ୍କର ଗଣ୍ଡିରୁ ମୁଣ୍ଡ ଅଲଗା ହୋଇଯାଇଥିଲା । ଖବର ପାଇ ତାଙ୍କ ପୁଅ ନିରଞ୍ଚନ ବେହେରା, ମାଧବ ବେହେରା, ମନୋରଂଜନ ବେହେରା ଓ ଝିଅ ସସ୍ମିତା ବାରିକ୍, ବିଜୟ ଲକ୍ଷ୍ମୀ ବାରିକ୍ ଘଟଣା ସ୍ଥଳରେ ପହଞ୍ôଚ ଥିଲେ । ଭଦ୍ରକ ରେଳବାଇ ପୋଲିସ (ଜିଆରପି) ଘଟଣା ସ୍ଥଳରେ ପହଞ୍ôଚ ଶବକୁ ଜବତ କରି କେସ ନମ୍ବର ୨୫/୧୯ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାଯାଇଛି ।

Leave a Reply

Your email address will not be published. Required fields are marked *

error: Thank You Keep Visiting