ବିଭିନ୍ନ ସମସ୍ୟା ନେଇ ଭଦ୍ରକ କଲେଜ ଆମ୍ବେଦକର ଛାତ୍ରାବାସର ଅନ୍ତେବାସୀଙ୍କ ସ୍ମାରକପତ୍ର

Straight to the Point

ଭଦ୍ରକ: ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟୟନ ପୂର୍ବକ ଆମ୍ଭେଦକର ଛାତ୍ରାବାସରେ ରହୁଥିବା ଜନଜାତି ଓ ଉପ ଜନଜାତି ଅନ୍ତେବାସୀମାନେ ଆଜି ସେମାନଙ୍କର ବିବିଧ ସମସ୍ୟା ସହ ଚଳିତବର୍ଷ ବୃଦ୍ଧି ପାଇଥିବା ଏଷ୍ଟାବ୍ଲିସ୍ମେଣ୍ଟ ଖର୍ଚ୍ଚ ବାବଦ ଏକ ଅଭିଯୋଗ ପତ୍ର ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଜିଲା ସମାଜ ମଙ୍ଗଳ ଅଧିକାରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି ।

ତେବେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଥିବା ଏହି ଛାତ୍ରାବାସର ଅନ୍ତେବାସୀଙ୍କ ମଧ୍ୟରେ ବାନିଆଲ ମୁର୍ମୁ, କାହ୍ନୁ ଚରଣ ମଲ୍ଲିକ, ସଂଜୟ କୁମାର ଜେନା, ଦେବାଶିଷ ନାୟକ, ଜାକସେନ ମଲ୍ଲିକ, ଦେବବ୍ରତ ଦାସ, ବିଦ୍ୟୁତ୍ ସୋରେନ୍ ମୁନିରାମ ହାଁସଦା, ଚନ୍ଦ୍ରକାନ୍ତ ବେସରା, ପ୍ରକାଶ କୁମାର ଦାସ, ମୃତ୍ୟୁଞ୍ଚୟ ମାଝୀ, କାହ୍ନୁଚରଣ ହେମ୍ବ୍ରମ୍, ଚିନ୍ମୟ କୁମାର ମଲ୍ଲିକ, ସତ୍ୟଜିତ ଜେନା, ଅବିନାଶ ମଲ୍ଲିକ, ସୁବାଷ ସେଠୀ ପ୍ରମୁଖ ବହୁ ଛାତ୍ର ସେମାନଙ୍କ ଅଭିଯୋଗ ପତ୍ରରେ ଦର୍ଶାଇଥିବା ତଥ୍ୟ ମୂଳେ ପ୍ରତିବର୍ଷ ଏହି ମହାବିଦ୍ୟାଳୟର ଅନ୍ୟ ଛାତ୍ରାବାସ ତୁଳନାରେ ସେମାନଙ୍କର ଏଷ୍ଟାବ୍ଲିସ୍ମଣ୍ଟେ ଖର୍ଚ୍ଚ କମ୍ ଥାଏ ।

ମାତ୍ର ଚଳିତବର୍ଷ ଏହା ଅତ୍ୟଧିକ ବୃଦ୍ଧି ପାଇଛି । ଅନ୍ୟ ଛାତ୍ରାବାସ ଭଳି ସେମାନଙ୍କର ଛାତ୍ରାବାସରେ କୌଣସି ଉନ୍ନତିମୂଳକ କାର୍ଯ୍ୟ ହେଉନଥିବା ଫଳରେ ସେମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏ ସଂପର୍କରେ ସେମାନେ ଅଧ୍ୟକ୍ଷଙ୍କ ନିକଟକୁ ଯାଇ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିବାବେଳେ ସେ ସରକାରଙ୍କ ପକ୍ଷରୁ ଜନଜାତି / ଉପଜନଜାତି ଛାତ୍ରଙ୍କ ପାଇଁ କୌଣସି ସ୍ୱତନ୍ତ୍ର ସୁବିଧା ଲାଗୁ କରାଯାଇନଥିବାର ସୂଚାଇଥିଲେ । ଏବଂ ଏ ସଂପର୍କରେ ତାଙ୍କ ନିକଟରେ ଅଭିଯୋଗ ନକରି ଜିଲା ସମାଜ ମଙ୍ଗଳ ଅଧିକାରୀଙ୍କ ନିକଟକୁ ଯାଇ ସେ ସଂପର୍କରେ ବିଶଦ ଭାବେ ବୁଝିଆସିବାକୁ କହିଥିଲେ ।

ଫଳରେ ଉପରୋକ୍ତ ଛାତ୍ରାବାସର ବହୁ ଛାତ୍ର ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ତାଙ୍କ ଅନୁପସ୍ଥିତିରେ ଜିଲା ସମାଜ ମଂଗଳ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଯେଉଁଥିରେ ସେମାନଙ୍କ ସମସ୍ୟା ଗୁଡିକ ତୁରନ୍ତ ସମାଧାନ କରି ଉପରୋକ୍ତ ଖର୍ଚ୍ଚକୁ ହ୍ରାସ କରିବା ନିମନ୍ତେ ଅନୁରୋଧ କରିଥିବାର ଜଣାପଡିଛି ।

Leave a Reply

Your email address will not be published. Required fields are marked *

error: Thank You Keep Visiting