ରାଜକନିକା ଏସ.ଏନ କଲେଜ ; କଲେଜ ଅଧ୍ୟକ୍ଷଙ୍କ ର୍ଦୁବ୍ୟବହାର ଓ ୱେଷ୍ଟ କୋର୍ଟ ପ୍ରଚଳନ ପ୍ରତିବାଦରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

Straight to the Point

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ସ୍ଥିତ ଶୈଳେନ୍ଦ୍ର ନାରାୟଣ ମହାବିଦ୍ୟାଳୟର +୩ ଶେଷ ବର୍ଷର ଛାତ୍ରଛାତ୍ରୀମାନେ ସେମାନଙ୍କ ନିମନ୍ତେ ୱେଷ୍ଟ କୋର୍ଟର ପ୍ରଚଳନ ଓ କଲେଜ ଅଧ୍ୟକ୍ଷଙ୍କ ର୍ଦୁବ୍ୟବହାର ପ୍ରତିବାଦରେ ମଙ୍ଗଳବାର ପୂର୍ବାହ୍ନରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଚି ଜିଲ୍ଲାପାଳଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ କଲେଜ ଅଧ୍ୟକ୍ଷ ବୈକୁଣ୍ଠ ନାଥ ପରିଡା ଏକ ନୋଟିସ ମାଧ୍ୟମରେ ଜଣାଇଥିଲେ ଯେ କଲେଜର ସମସ୍ତ ଛାତ୍ରଛାତ୍ରୀ ଚଳିତମାସ ୧୦ତାରିଖ ସୁଦ୍ଧା କଲେଜ ୟୁନିଫର୍ମ ଉପରେ ଏକ ୱେଷ୍ଟ କୋର୍ଟ ପରିଧାନକରି କଲେଜ ଆସିବେ ନଚେତ ସେମାନଙ୍କୁ କଲେଜ ପରିସରରେ ପ୍ରବେଶ ଅନୁମତି ଦିଆଯିବ ନାହିଁ ।

କଲେଜର +୩ ଶେଷବର୍ଷର ଛାତ୍ରଛାତ୍ରୀମାନେ କଲେଜ ଅଧ୍ୟକ୍ଷଙ୍କୁ ଭେଟି ଏହା ଅତ୍ୟନ୍ତ ବ୍ୟୟ ସାପେକ୍ଷ ହୋଇଥିବାରୁ ସେମାନଙ୍କ ପାଇଁ ଏହି ନିୟମ ଲାଗୁ ନକରିବାକୁ ଅନୁରୋଧ କରିଥିଲେ । କିନ୍ତୁ ଅଧ୍ୟକ୍ଷ ସେମାନଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିବାରୁ ସେମାନେ ବାଧ୍ୟହୋଇ କଲେଜ ପରିସରରେ ଧାରଣା ଦେଇଥିଲେ । ସେହି ସମୟରେ କଲେଜ ଅଧ୍ୟକ୍ଷ ଖରାପ ଭାଷାରେ ଛାତ୍ରଛାତ୍ରୀମାନଙ୍କୁ ଗାଳିଗୁଲଜ କରିବା ସହ କଲେଜକୁ ସାଇନ-ଏ -ଡାଏ ଘୋଷଣା କରି କଲେଜକୁ ବନ୍ଦ କରିଦିଆଗଲା । ଛାତ୍ରୀନିବାସକୁ ତୁରନ୍ତ ଖାଲି କରିବାକୁ ନିର୍ଦେଶ ଦିଆଯିବା ସହିତ ତୁରନ୍ତ ଖାଲିକରାଯାଇ ଛାତ୍ରୀନିବାସକୁ ଲକଅପ କରାଗଲା ।

ଏହି ପରିପ୍ରେକ୍ଷୀରେ କଲେଜ +୩ ଶେଷବର୍ଷର ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କୁ ନିବେଦସନ କରିଛନ୍ତି ଯେ ସେହି କଲେଜଟି ଏକ ଗ୍ରାମୀଣ କଲେଜ ହୋଇଥିବା ବେଳେ କଲେଜର ଛାତ୍ରଛାତ୍ରୀମାନଙ୍କ ପରିବାରର ଆର୍ଥିକ ପରିସ୍ଥିତି ସ୍ୱଛଳ ହୋଇନଥିବାରୁ ସେମାନେ ଅତ୍ୟନ୍ତ ବ୍ୟୟ ବହୁଳ ୱେଷ୍ଟ କୋର୍ଟ ପରିଧାନରୁ ନିବୃତି ଏବଂ କଲେଜ ଅଧ୍ୟକ୍ଷଙ୍କ ଖରାପ ଭାଷା ପ୍ରୟୋଗ ଓ ର୍ଦୁବ୍ୟବହାର ଘଟଣାର ତଦନ୍ତ କରାଯିବା ନିମନ୍ତେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କେନ୍ଦ୍ରାପଡା ଜିଲ୍ଲା ଶାଖା ଆନୁକୁଲ୍ୟରେ କଲେଜର ଛାତ୍ର ସତ୍ୟପ୍ରକାଶ ନାୟକ, ଛାତ୍ରୀ ଦିପ୍ତିମୟୀ ବାରିକ, ଶୁଭଲିପ୍ସା ବିଶ୍ୱାଳ, ସ୍ୱାଗତୀକା ମଲ୍ଲିକ, ସମୀକ୍ଷା ବିଶ୍ୱାଳ, ଦେବାଶିଷ ରାଉତ, ସୈାମ୍ୟଦର୍ଶନ ବାରିକ, ଦିଗବିଜୟ ବାରିକ, ଅଭିଲିପ୍ସା ନାୟକ, ବିଷ୍ଣୁପ୍ରୀୟା ରାଉତ, ମଧୁସ୍ମିତା ରାଉଳ, ଅନୁପମା ବଳ, ରଞ୍ଜିତା ନାଥ, ପ୍ରିୟଦର୍ଶର୍ିନୀ ମହାନ୍ତି, ରୁନିଲତା ସାମଲ, ରୁକ୍ମଣି ସାହୁ, ରେଣୁବାଳା ବିଶ୍ୱାଳ, ଅନ୍ନପୂର୍ଣ୍ଣା ସେଠୀ, ଅନୀତା ସାମଲ, ବାସନ୍ତୀଲତା ମହାନ୍ତି, ସର୍ମିଷ୍ଠା ବେହେରା, ସ୍ୱର୍ଣ୍ଣକାନ୍ତି ନାୟକ, ଜଗନ୍ନାଥ ସାମଲ, ମିନର୍ଭା ମହାନ୍ତି ପ୍ରମୁଖ ପ୍ରାୟ ୩୦ରୁଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଉତ ରାଜକନିକା ବିଡିଓଙ୍କୁ ଘଟଣାର ତଦନ୍ତ କରି ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦେଶ ଦେଇଥିବା ଜଣାପଡିଛି ।

error: Thank You Keep Visiting