ଭଦ୍ରକ କଲେଜ ପରିସରରୁ ଜବର ଦଖଲ ଉଚ୍ଛେଦ

An Independent Media

ଭଦ୍ରକ: ଭଦ୍ରକ କଲେଜ ମୁଖ୍ୟ ପ୍ରବେଶ ଦ୍ୱାରର ଡାହାଣପାଖ ପାଚେରୀକୁ ଭାଙ୍ଗି ଦୀର୍ଘଦିନ ଜବରଦଖଲ କରି ଘର ଓ କେବିନ ପକାଇଥିବା ବ୍ୟକ୍ତି ଓ ପରିବାରକୁ ଉଚ୍ଛେଦ କରାଯାଇଛି । ଜବରଦଖଲ ଉଚ୍ଛେଦ ନିମନ୍ତେ ପୁରାତନ ଛାତ୍ର ସଂସଦ ପକ୍ଷରୁ ଜବରଦଖଲ ଉଚ୍ଛେଦ ପାଇଁ ଭଦ୍ରକ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏବଂ ତହସିଲଦାରଙ୍କୁ ଅନୁରୋଧ କରାଯିବା ପରେ ତହସିଲଦାର ଏହାର ତଦନ୍ତ କରି ଜବର ଦଖଲକାରୀଙ୍କୁ ତୁରନ୍ତ ଜାଗା ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ।

ପୁରାତନ ଛାତ୍ର ସଂସଦର ଲଗାତର ଉଦ୍ୟମ ଫଳରେ ତହସିଲଦାର ପ୍ରଦୀପ କୁମାର ସାହୁ, ଟାଉନ ଥାନା ପୁଲିସର ସହଯୋଗରେ ଜବରଦଖଲ ଉଚ୍ଛେଦ ସମ୍ଭବ ହୋଇ ପାରିଥିବାରୁ ପୁରାତନ ଛାତ୍ର ସଂସଦ ପକ୍ଷରୁ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଆଜି ଏହି ସ୍ଥାନରେ ପାଚେରୀ କାର୍ଯ୍ୟ ଆରମ୍ଭ ହୋଇଛି । ତେବେ କଲେଜ ପରିସରରେ ଆହୁରି ଜବରଦଖଲ ରହିଥିବାରୁ ସେମାନଙ୍କୁ ଆଗାମୀ ଦିନରେ ଉଚ୍ଛେଦ କରାଯିବ ବୋଲି ପୁରାତନ ଛାତ୍ର ସଂସଦର ସମ୍ପାଦକ ଅଜୟ ନାୟକ ପ୍ରକାଶ କରିଛନ୍ତି । ଏ ଦିଗରେ ଶ୍ରୀ ନାୟକ ମହାବିଦ୍ୟାଳୟର ପୁରାତନ ଛାତ୍ର, ବର୍ତ୍ତମାନର ଛାତ୍ର, କଲେଜର ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ତଥା ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି ।

error: Thank You Keep Visiting