ଖତ ଖାଉଛି ଡେଲି ମାର୍କେଟ ଗୃହ, ନୂତନ ମାର୍କେଟ କମ୍ପ୍ଲେକ୍ସ ଗୃହ ନିର୍ମାଣ କାହା ସ୍ୱାର୍ଥରେ?

Straight to the Point

ଜଗତସିଂହପୁର : ୧୯୯୨ ମସିହାରୁ ଜଗତସିଂହପୁର ବ୍ଲକ ଅଧିନ ଆଳିପିଙ୍ଗଳ ବାଲିଘାଇ ଠାରେ ୫ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଆଳିପିଙ୍ଗଳ ଡେଲି ମାର୍କେଟ ଗୃହ । ନିର୍ମାଣ କରିଛନ୍ତି ଜଗତସିଂହପୁର ନିୟନ୍ତ୍ରିତ ବଜାର କମିଟି । ତେବେ ନିର୍ମାଣଧିନ ଏହି ଡେଲି ମାର୍କେଟ ଗୃହ ଦିର୍ଘ ୨୫ବର୍ଷ ହେଲା ସ୍ଥାନୀୟ ଜନସାଧାରଣଙ୍କ କୌଣସି କାମରେ ଆସୁ ନାହିଁ । ମରାମତି ଅଭାବରୁ ଏହି ଡେଲି ମାର୍କେଟ ଗୃହ ଖତ ଖାଉଥିବାର ଦେଖିବାକୁ ମିଳୁଛି ।

ନିୟନ୍ତ୍ରିତ ବଜାର କମିଟି କତ୍ତୃପକ୍ଷ ·ହିଁଥିଲେ,ପରିତ୍ୟକ୍ତ ଅବସ୍ଥାରେ ଥିବା ଏହି ଡେଲି ମାର୍କେଟ ଗୃହକୁ କାର୍ଯ୍ୟକ୍ଷମ କରିପାରିଥାନ୍ତେ । କିନ୍ତୁ ସଂପୃକ୍ତ କତ୍ତୃପକ୍ଷ ତାହା ନକରି ପୁଣି ସେହି ଠାରେ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ କରି·ଲିଛନ୍ତି କାହିଁକି ମାର୍କେଟ କମ୍ପେ୍ଲକ୍ସ ଗୃହ? ଜଗତସିଂହପୁର ଜିଲ୍ଲାପାଳଙ୍କ ପକ୍ଷରୁ ନିରପେକ୍ଷ ତଦନ୍ତ ପାଇଁ ସାଧାରଣରେ ଦାବୀ ହୋଇଛି ।ପ୍ରକାଶ ଯେ ,୧୯୯୨ ମସିହାରେ ଜଗତସିଂହପୁର ନିୟନ୍ତ୍ରିତ ବଜାର କମିଟି କତ୍ତୃପକ୍ଷ ଆଳିପିଙ୍ଗଳ ବାଲିଘାଇର ୫ଏକର ବିଶିଷ୍ଟ ଅନାବାଦୀ ଜମିକୁ ଏକଲକ୍ଷ ୩୭ହଜାର୫୦୦ ଟଙ୍କା ବ୍ୟୟରେ କ୍ରୟ କରିଥିଲେ ।

ଏଥିରେ ଡେଲି ମାର୍କେଟ ନିର୍ମାଣ କରିବାପାଇଁ ୨ଲକ୍ଷ ୪୩ହଜାର ଟଙ୍କା ବ୍ୟୟରେ ୨ଟି ଅକସନ୍ ହଲ ଓ ୧ଲକ୍ଷ ୭୧ହଜାର ବ୍ୟୟରେ ଗୋଦାମ ଗୃହ ନିର୍ମାଣ କରିଥିଲେ । ୧୯୯୪ ମସିହାରେ ଏହି ଡେଲି ମାର୍କେଟ ଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା ।ତେବେ ଦିର୍ଘ ୨୫ବର୍ଷ ହେଲା ଏହି ଡେଲି ମାର୍କେଟ ଗୃହ ଖତ ଖାଉଥିବା ବେଳେ ଏବେ ସେଠରେ ସରସ୍ୱତୀ ଶିଶୁ ମନ୍ଦିର ·ଲିଥିବାର ଦେଖିବାକୁ ମିଳିଛି ।

ଅପରପକ୍ଷେ,ଏହି ଡେଲି ମାର୍କେଟ ଗୃହକୁ କାର୍ଯ୍ୟକ୍ଷମ କରିବା ପରିବତ୍ତେ ଜଗତସିଂହପୁର ନିୟନ୍ତ୍ରିତ ବଜାର କତ୍ତୃୃପକ୍ଷ ପୁଣି ଏହି ଠାରେ ଦିର୍ଘ ୨ମାସ ହେଲା ଯୁଦ୍ଧକାଳିନ ଭିତ୍ତିରେ ନିର୍ମାଣ କରି·ଳିଛନ୍ତି ମାର୍କେଟ କମ୍ପେ୍ଲକ୍ସ ଗୃହ । ସଂପୃକ୍ତ କତ୍ତୃପକ୍ଷଙ୍କୁ ମାର୍କେଟ କମ୍ପେ୍ଲକ୍ସ ଗୃହ ନିର୍ମାଣ ପାଇଁ ପ୍ରଶାସନ କେଉଁଭଳି ଭାବେ ଲକ୍ଷାଧିକ ଟଙ୍କାର ସରକାରୀ ଅନୁଦାନ ଯୋଗାଇ ଦେଉଛନ୍ତି ତାହା ଜିଲ୍ଲାପାଳଙ୍କ ପକ୍ଷରୁ ନିରପେକ୍ଷ ତଦନ୍ତହେଲେ, ସଂପୃକ୍ତ କତ୍ତୃପକ୍ଷଙ୍କ ଅସଲ ମୁଖା ଖୋଲିଯିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।

error: Thank You Keep Visiting