ରଘୁନାଥପୁର ବଜାରର ବ୍ୟବସାୟୀ ନିଖୋଜ

Straight to the Point

ଜଗତସିଂହପୁର: ରଘୁନାଥପୁର ବଡ ବଜାରର ବ୍ୟବସାୟୀ ହେମନ୍ତ କୁମାର ରାଉତରାୟ ଆଜକୁ ୪ ଦିନ ହେଲା ନିଖୋଜ ହୋଇଯାଇଛନ୍ତି । ଶ୍ରୀ ରାଉତରାୟ ତାଙ୍କ ପରିବାରରେ କାହାକୁ କିଛି ନଜଣାଇ ଘରୁ କେଉଁ ଆଡେ ପଳାଇଛନ୍ତି । ତାଙ୍କ ପରିବାର ଲୋକେ ଏହି ସମ୍ପର୍କରେ ରଘୁନାଥପୁର ଥାନାରେ ଏତାଲା ଦେଇଥିଲେ ମଧ୍ୟ ପୋଲିସ ତାଙ୍କୁ ଖୋଜା ଖୋଜି କରୁନାହିଁ । ପରିବାର ଲୋକେ ବିଭିନ୍ନ ସ୍ଥାନକୁ ଯାଇ ତାଙ୍କୁ ଖୋଜା ଖୋଜି କରୁଛନ୍ତି । ତାଙ୍କ ନିଖୋଜରେ ପରିବାର ଲୋକ ଭାଙ୍ଗି ପଡିଛନ୍ତି ।

error: Thank You Keep Visiting