ବାଲିକୁଦା ବ୍ଲକ କାର୍ଯ୍ୟାଳୟଠାରେ ପ୍ରଧାନମନ୍ତ୍ରୀ ଆବାସ ଯାଜନା କାର୍ଯ୍ୟାଦେଶ ବଣ୍ଟନ ମେଳା ଅନୁଷ୍ଟିତ

An Independent Media

ଜଗତସିଂହପୁର: ବିଲିକୁଦା ବ୍ଲକ କାର୍ଯ୍ୟାଳୟଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଅଛି । ଏହି ବଣ୍ଟନ ମେଳାରେ ଯୋଗଦେଇ ଓଡିଶାର ଜଳ ସଂପଦ,ସୂଚନା ଓ ଲୋକ ସଂପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ କହିଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀମାନେ ୪ମାସ ମଧ୍ୟରେ ଘର ସଂପୂର୍ଣ୍ଣ କଲେ ପ୍ରୋତ୍ସାହନ ରାଶି ୨୦ ହଜାର ଟଙ୍କା ପାଇବେ ।

ଏହି ଯୋଜନାରେ ସମସ୍ତ ହିତାଧିକାରୀମାନେ ଘର ପାଇ ପାରିବେ । ଦିବ୍ୟାଙ୍ଗ,ଘରପୋଡି ଯାଇଥିବା ଲୋକମାନଙ୍କୁ ରାଜ୍ୟ ସରକାରଙ୍କ ବିଜୁ ପକ୍କାଘର ଯୋଜନାରେ ଗୃହ ଯୋଗାଇ ଦିଆଯିବ । ରାଜନିତୀରୁ ଉର୍ଦ୍ଧରେ ଉଠି ଜନସାଧାରଣଙ୍କ ସେବା କରିବା ପାଇଁ ମନ୍ତ୍ରୀ ଆହ୍ୱାନ ଦେଇଥିଲେ । ସମସ୍ତଙ୍କ ସହଭାଗିତାରେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ । ଯଦି କୈାଣସି ଯୋଗ୍ୟ ହିତାଧିକାରୀ ଘର ପାଇବାରୁ ବଞ୍ôଚତ ହୁଏ,ତାହାକୁ ପ୍ରଶାସନର ଦୃଷ୍ଟିକୁ ଆଣି ସମାଧାନ କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ ।

ବାଲିକୁଦା ବ୍ଲକରେ ଥିବା ପ୍ରତି ପଞ୍ଚାୟତରୁ ୧୦ଜଣ ଲେଖାଁଏ ଯୋଗ୍ୟ ହିତାଧିକାରୀମାନଙ୍କୁ ମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ କରିଥିଲେ । ଏହି ବଣ୍ଟନ ମେଳାରେ ଯୋଗଦେଇ ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ କଲ୍ୟାଣୀ ପଟ୍ଟନାୟକ କହିଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୭୪୮ ଗୋଟି ଘର ପାଇଁ ଲକ୍ଷ୍ୟଧାର୍ଯ୍ୟ ଥିବାବେଳେ ସେଥି ମଧ୍ୟରୁ ଆଜି ୧୬୭୬ଟି ଘର ପାଇଁ କାର୍ଯ୍ୟାଦେଶ ଦିଆଯିବ । ଏତଦ୍ବ୍ୟତୀତ ଏହି ହିତାଧିକାରୀଙ୍କୁ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୯୦ ଦିନର ଅଣ କୁଶଳ ମଜୁରୀ ବାବଦକୁ ୧୬,୯୨୦ ଟଙ୍କା ପ୍ରଦାନ କରାଯିବ । ଏହି ବଣ୍ଟନ ମେଳାରେ ପଞ୍ଚାୟତ ସମିତିର ଅଧ୍ୟକ୍ଷା ମଧୁସ୍ମିତା ସାହୁ ଯୋଗଦେଇ କହିଲେ ଆବାସ ଯୋଜନାରେ ଘର ପାଇବା ପାଇଁ କୈାଣସି ଉତ୍କୋଚ୍ଚ ନ ଦେବାକୁ ହିତାଧିକାରୀଙ୍କୁ ପରାମର୍ଶ ଦେଇଥିଲେ ।

ଏହି ମେଳାରେ ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ରାଖାଲ ଚନ୍ଦ୍ର ଦାସ ଯୋଗଦେଇ କହିଲେ ସାଧାରଣ ଲୋକଙ୍କ ପାଇଁ କରିବା ଆମ ସମସ୍ତଙ୍କର ଲକ୍ଷ୍ୟ ହେବା ଉଚିତ । ପ୍ରାରମ୍ଭରେ ଅତିରିକ୍ତ ଘୋଷ୍ଠୀ ଉନ୍ନୟନ ଅଧିକାରୀ ଅଜୟ କୁମାର ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଆବାସ ଯୋଜନା ସଂପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଏହି ନିଯୁକ୍ତି ମେଳାରେ ଜିଲ୍ଲା ପରିଷଦ ସଭ୍ୟ,ସଭ୍ୟା,ପଞ୍ଚାୟତ ସମିତିର ସଭ୍ୟ,ସଭ୍ୟା,ସରପଞ୍ଚ,ସହକାରୀ ଯନ୍ତ୍ରୀ ସତ୍ୟବ୍ରତ ସେଠୀ,୩୦ଟି ପଞ୍ଚାୟତରୁ ଆସିଥିବା ହିତାଧିକାରୀ,ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । ପରେ ମନ୍ତ୍ରୀ ରଘୁନନ୍ଦନ ଦାସ ବାଲିକୁଦା ବ୍ଲକର ସମସ୍ତ ନିର୍ବାହୀ ଅଧିକାରୀ,କନିଷ୍ଠ ଯନ୍ତ୍ରୀ,ଗ୍ରାମୀଣ ରୋଜଗାର ସେବକଙ୍କ କାର୍ଯ୍ୟର ସମୀକ୍ଷା କରିବା ସହିତ ଆଗାମୀ ଦିନରେ ବାଲିକୁଦା ବ୍ଲକକୁ ସବୁ କ୍ଷେତ୍ରରେ ଆଗେଇ ନେବା ପାଇଁ ସମସ୍ତ କର୍ମଚାରୀ ଚେଷ୍ଟା କରିବାକୁ ପରାମର୍ଶ ଦେଇଥିଲେ ।\n

error: Thank You Keep Visiting