ଗାଙ୍ଗପଡା ପଂଚାୟତରେ ମୋ ପଂଚାୟତ ଅଭିଯାନ ଓ ୫ଟି ସମ୍ପର୍କରେ ଆଲୋଚନା

Straight to the Point

କେନ୍ଦ୍ରାପଡା : କେନ୍ଦ୍ରାପଡା ବ୍ଲକର ସମସ୍ତ ପଂଚାୟତରେ ରାଜ୍ୟ ସରକାରଙ୍କ “ମୋ ପଂଚାୟତ ଅଭିଯାନ” କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଥିବା ବେଳେ ଗାଙ୍ଗପଡା ପଂଚାୟତରେ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ୫ଟି କାର୍ଯ୍ୟକ୍ରମ,କଠିନ ବର୍ଜ୍ୟବସ୍ତୁ ପରିଚାଳନାରେ ସମସ୍ତ ଜନସାଧାରଣ ପ୍ଲାଷ୍ଟିକ ବର୍ଜନ କରିବା ସହ ପରିବେଶକୁ ପରିଷ୍କାର ପରିଛନ୍ନ ରଖିବା ଓ ବର୍ଷାଜଳ ସଂରକ୍ଷଣ କରିବା ସମ୍ପର୍କରେ ଆଲୋଚନା କରି ପ୍ରତ୍ୟେକ ନଳକୂପ ପାଖରେ ଶୋକପିଟ କରି ନଷ୍ଟ ହୋଇଯାଉଥିବା ପାଣିକୁ ଭୂତଳକୁ ଛାଡିବା, ପ୍ରତ୍ୟେକ ଜନସାଧାରଣ ସେମାନଙ୍କ ଘରର ପାଣିକୁ ନଷ୍ଟ ନକରି ଶୋକପିଟ ଦ୍ୱାରା ଭୂତଳକୁ ଛାଡିବା ପାଇଁ ପରାମର୍ଶ ଦେଇଥିଲେ । ଏଥିସହିତ କାର୍ଯ୍ୟକ୍ରମରେ ଉପସ୍ଥିତ ସ୍ୱେଛାସେବୀ ଅନୁଷ୍ଠାନ ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିର ସଭ୍ୟାମାନଙ୍କୁ ବୃକ୍ଷରୋପଣ କରିବାକୁ ଆହ୍ୱାନ ଦେଇ ଗ୍ରାମପଂଚାୟତକୁ ଆସିଥିବା ଅନୁଦାନରେ ପ୍ରାଥମିକତା ଭିତିରେ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୃହ ଗୁଡିକର ମରାମତି କରିବାକୁ ପରାମର୍ଶ ଦେଇଥିଲେ । ସରପଂଚ ଲକ୍ଷ୍ମୀପ୍ରିୟା ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ନୋଡାଲ ଅଫିସର ଅରବିନ୍ଦ ମିଶ୍ର, ଜି.ଆର.ଏସ., ୱାର୍ଡ ସଭ୍ୟସଭ୍ୟା, ଶିକ୍ଷକ, ଶିକ୍ଷୟତ୍ରୀ, ଅଙ୍ଗନୱାଡି କର୍ମୀ, ସ୍ୱୟଂ ସହାୟିକା ଗୋଷ୍ଠିର ସଭାନେତ୍ରୀ, ସମ୍ପାଦିକା, ସଦସ୍ୟା, ଆଶାକର୍ମୀ , ଏ.ଏନ.ଏମ., ଗ୍ରାମ୍ୟ କୃଷିସେବକ, ପଶୁଚିକିତ୍ସକ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।\n

error: Thank You Keep Visiting