ଭରତପୁର ପଂଚାୟତରେ ମୋ ପଂଚାୟତ ଅଭିଯାନ ଅନୁଷ୍ଠିତ

Straight to the Point

କେନ୍ଦ୍ରାପଡା : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଂଚାୟତରେ ରାଜ୍ୟ ସରକାରଙ୍କ “ମୋ ପଂଚାୟତ ଅଭିଯାନ” କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ସରପଂଚ ଜୀନତ ପ୍ରିୟଦର୍ଶିନୀ ରାଉତ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନକରି ସରକାରଙ୍କ ୫ଟି କାର୍ଯ୍ୟକ୍ରମ ବିଷୟରେ ଆଲୋକପାତକରି କଠିନ ବର୍ଜ୍ୟବସ୍ତୁ ପରିଚାଳନା, ଜଳ ସଂରକ୍ଷଣ ଓ ସମସ୍ତେ ମିଳିମିଶି କାମକରିବାର ପ୍ରଣାଳି ଉପରେ ଆଲୋଚନା କରିଥିଲେ । ଏତଦବ୍ୟତିତ ଉପସ୍ଥିତ ଥିବା ସ୍ୱେଛାସେବୀ ଅନୁଷ୍ଠାନ ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିର ସଭ୍ୟାମାନଙ୍କୁ ବୃକ୍ଷରୋପଣ କରିବାକୁ ପରାମର୍ଶ ଦେବା ସହ ଗ୍ରାମପଂଚାୟତକୁ ଆସିଥିବା ଅନୁଦାନରେ ପ୍ରାଥମିକତା ଭିତିରେ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୃହ ଗୁଡିକର ମରାମତି କରାଯିବ ବୋଲି କହିଥିଲେ । ସରପଂଚ ଶ୍ରୀମତୀ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମିତି ସଭ୍ୟ ହେମନ୍ତ କୁମାର ବିଶ୍ୱାଳ, ନୋଡାଲ ଅଫିସର ସଶ୍ମିତା ନାୟକ, ପଂଚାୟତ ନିର୍ବାହୀ ଅଧିକାରୀ ଯଦୁମଣୀ ପ୍ରଧାନ, ଜି.ଆର.ଏସ.କ୍ଷଣପ୍ରଭା ରାଉତ, ଗ୍ରାମ୍ୟ କୃଷିସେବକ ଜାନକୀ ନାୟକ,ୱାର୍ଡ ସଭ୍ୟସଭ୍ୟା, ଅଙ୍ଗନୱାଡି କର୍ମୀ, ସ୍ୱୟଂ ସହାୟିକା ଗୋଷ୍ଠିର ସଭାନେତ୍ରୀ, ସମ୍ପାଦିକା, ସଦସ୍ୟା, ଆଶାକର୍ମୀ , ଏ.ଏନ.ଏମ., ପଶୁଚିକିତ୍ସକ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

error: Thank You Keep Visiting