ରାଣୀତାଲରେ ଫ୍ଲାଇଓଭର ନିର୍ମାଣ ପ୍ରସଙ୍ଗ

Straight to the Point
କ୍ଷେତ୍ର ପରିଦର୍ଶନ କଲେ ସାଂସଦ,ବିଧାୟକ ଓ ରାଜପଥ କର୍ତ୍ତୃପକ୍ଷ, ମୋଟେଲ ଛକ ଗଳାପୋଲ ନିର୍ମାଣର ଉଚ୍ଚତା ନେଇ ବିଧାୟକଙ୍କ କ୍ଷୋଭ

ଭଦ୍ରକ: ଭଦ୍ରକ ଜିଲ୍ଲାର ୧୬ନମ୍ବର ଜାତୀୟ ରାଜପଥର ରାଣୀତାଲ ଠାରେ ସଡକ ଦୁର୍ଘଟଣା ରୋକିବା ସହ ଚରମ୍ପାରେ ଥିବା ଗଳାପୋଲ ସ୍ଥାନରେ ଏକ ଉଡନ୍ତା ପୋଲ (ଫ୍ଲାଇଓଭର ବ୍ରିଜ୍) ନିର୍ମାଣ ନିମନ୍ତେ ଆଜି ଜିଲା ପ୍ରଶାସନ, ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ ସ୍ଥାନୀୟ ସାଂସଦ ଓ ବିଧାୟକମାନେ କ୍ଷେତ୍ରୀୟ ପରିଦର୍ଶନ କରିଛନ୍ତି । ଏଥିସହ ଭଦ୍ରକବାସୀଙ୍କ ଦୀର୍ଘଦିନର ଦାବିପରେ ମୋଟେଲ ଛକରେ ଆରମ୍ଭ ହୋଇଥିବା ଗଳାପୋଲର କାର୍ଯ୍ୟକୁ ଏହି ପ୍ରତିନିଧି ଦଳ ପରିଦର୍ଶନ କରିଥିଲେ । ତେବେ ଏହି ପୋଲ ନିର୍ମାଣରେ ଏହାର ଉଚ୍ଚତା କମ୍ ନେଇ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏବଂ ଏ ଦିଗରେ ଯଥାଶୀଘ୍ର ବିହିତ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଏହି ଗଳାପୋଲର କମ୍ ଉଚ୍ଚତାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଆଜି ନିର୍ମାଣାଧୀନ କାର୍ଯ୍ୟକୁ ବନ୍ଦ ରଖାଯାଇଥିବାର ଜଣାପଡିଛି । ଏହାପରେ ଏହି ଦଳ ପରିଦର୍ଶନ କାଳରେ ରାଣୀତାଲ ଠାରେ ସଡକ ଦୁର୍ଘଟଣା ରୋକିବା ସହ ଚରମ୍ପାରେ ଥିବା ଗଳାପୋଲ ସ୍ଥାନରେ ଏକ ଉଡନ୍ତା ପୋଲ ନିର୍ମାଣର ଦାବି ଉଠାଇ ଆସୁଥିବା ରାଣୀତାଲ ବିକାଶ ପରିଷଦ,ରାଣୀତାଲ ବଜାର କମିଟି, ରାଣୀତାଲ ସାହିତ୍ୟ ସଂସ୍କୃତି ପରିଷଦ , ଚରମ୍ପା ଗଳାପୋଲ ସଂପ୍ରସାରଣ କମିଟି, ରାଣୀତାଲ ସମ୍ବାଦ ସାହିତ୍ୟ ଘରର କର୍ତ୍ତୃପକ୍ଷ ନିଜ ନିଜର ଅଭିଯୋଗମାନ ଉପସ୍ଥାପନ କରିଥିଲେ । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଫଳରେ ଆଜି ସକାଳ ୧୦ଟା ସମୟରେ କ୍ଷେତ୍ରପରିଦର୍ଶନ ପାଇଁ ଜାତୀୟ ରାଜପଥ ପ୍ରାଧିକରଣର ପ୍ରକଳ୍ପ ନିର୍ଦ୍ଦେଶକ ଟି.ନାଗେଶ୍ୱର ରାଓ , ଭଦ୍ରକ ଜିଲ୍ଲାପାଳ ଜ୍ଞାନରଂଜନ ଦାସ, ସାଂସଦ ମଂଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ,ପୂର୍ବତନ ମନ୍ତ୍ରୀ ତଥା ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ , ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ,ଜିଲ୍ଲାପରିଷଦର ପୂର୍ବତନ ଅଧ୍ୟକ୍ଷ ଜଗନ୍ନାଥ ସ୍ୱାଇଁ, ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ମଳୟ ଜେନା ରାଣୀତାଲ ବଜାର ଠାରେ ପହଞ୍ôଚଥିଲେ । ସେଠାରେ ଉପରୋକ୍ତ ଦାବି ନେଇ ବିଭିନ୍ନ ଅନୁଷ୍ଠାନ ସମେତ ରାହାଂଜ,ରମ୍ଭିଳା ଓ ଜଗଦଳପୁରର ଲୋକମାନଙ୍କର ଆପତ୍ତି ଅଭିଯୋଗ ଶୁଣିବା ମଧ୍ୟରେ ବଜାର ପାଖରେ ଫ୍ଲାଇଓଭର ଓ ରାଣୀତାଲ ହାଇସ୍କୁଲ ଠାରେ ଗଳା ପୋଲ ନିର୍ମାଣକୁ ଜିଲ୍ଲାପାଳ ଓ ନିର୍ବାଚିତ ପ୍ରତିନିଧି ହୃଦୟଙ୍ଗମ କରିଥିଲେ । ଏବଂ ଜାତୀୟ ରାଜପଥ କର୍ତ୍ତୁପକ୍ଷଙ୍କ ସହ ଆଲୋଚନା ସହ ଯଥାଶିଘ୍ର ଏହାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଜି ସକାଳୁ ରାଣୀତାଲ ବିକାଶ ପରିଷଦ ଆହ୍ୱାନରେ ଭାଗିରଥି ନାୟକଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ପାଂଚ ଶହରୁ ଅଧିକ ଲୋକଙ୍କ ସମାଗମ ହୋଇଥିବା ବେଳେ ଆଇନଜୀବୀ କରୁଣାକର ଦାଶ, ଜଗଦଳପୁରର ପୂର୍ବତନ ସରଂପଚ ବିଜୟମହାପାତ୍ର,ରମ୍ଭିଳାର ପୂର୍ବତନ ସରଂପଚ ଗଣେଷ ପଣ୍ଡା ,ସମାଜ ସେବୀ ଅଟଳବାରିକ,ଅନନ୍ତ ପଣ୍ଡା, ବିମ୍ବାଧର ବେହେରା ,ଗଣେଷ ଦାଶ, ବଜାର କମିଟିର ସଭାପତି ସୁକାନ୍ତ ସାହୁ ,ପ୍ରଦିପ ବାରିକ,ବିନୋଦ ବାରିକ, ଅଂଜନ ଲେଙ୍କା ପ୍ରମୁଖ ନିଜ ନିଜର ମତ ରଖି ରାଣୀତାଲ ବାସୀଙ୍କ ନ୍ୟାର୍ଯ୍ୟ ଦାବୀ ପ୍ରତି ଅବହେଳା କରାଗଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଥିଲେ । ଏହି ଅବସରରେ ବଜାର କମିଟି ତରଫରୁ ରାସ୍ତା ସଂପ୍ରସାରଣ ପାଇଁ ଉଚ୍ଛେଦ ହୋଇଥିବା ଦୋକାନୀ ଭାଇ ମାନଙ୍କୁ ଥଇଥାନ କରିବା ପାଇଁ ଜିଲ୍ଲାପାଳଙ୍କୁ ଦାବୀପତ୍ର ଦିଆଯାଇଥିଲା ।

error: Thank You Keep Visiting