ଭଦ୍ରକାଳୀ ଡିଭାଇନ୍ ଲାୟନ୍ସ କ୍ଲବ୍ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

Straight to the Point

ଭଦ୍ରକ: ଭଦ୍ରକାଳୀ ଡିଭାଇନ୍ ଲାୟନ୍ସ କ୍ଲବ୍ ପକ୍ଷରୁ ଭଦ୍ରକ ବ୍ଲକ୍ ଅଧୀନସ୍ଥ ସାତଭଉଣୀ ମନ୍ଦିର ପ୍ରାଙ୍ଗଣ ଓ ସନ୍ନିକଟ ପୁଷ୍କରଣୀ ଚତୁପାଶ୍ୱର୍ରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରଥମ ସଭାପତି ଲାୟନ ତଥା ବରିଷ୍ଠ ଆଇନ୍ଜୀବୀ ପର୍ଶୁରାମ ଦ୍ୱିବେଦୀ ଏହି କାର୍ଯ୍ୟର ଶୁଭାରମ୍ଭ କରି ନଡିଆଚାରା ରୋପଣ କରିଥିଲେ । ପରେ ୨୦ ଟି ନଡିଆ ଓ ୩୦ଟି ଆମ୍ବ ଗଛ ଓ ମନ୍ଦିର ପରିସର ବିଭିନ୍ନ ସ୍ଥାନରେ ରୋପଣ କରାଯାଇଥିଲା । ପୂର୍ବରୁ ଗାତ ଖୋଳାଯାଇ ସେଥିରେ ସାର ଓ ବାଲି ପୂର୍ଣ୍ଣ କରାଯାଇଥିବାବେଳେ ସମାଜସେବୀ ଗୁରୁ ସଂଜୀବଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠାନ ପକ୍ଷରୁ ସଭାପତି ଲାୟନ୍ସ ସତ୍ୟେନ୍ଦୁ ରାୟ ମହାପାତ୍ର ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସ୍ଥାନୀୟ ବ୍ୟକ୍ତିଙ୍କ ସମେତ କ୍ଲବ୍ର ସଂପାଦକ ପ୍ରଭାତ ଧଳ, କୋଷାଧ୍ୟକ୍ଷ ସୁଶାନ୍ତ ସାହୁ, ପୂର୍ବତନ ସଭାନେତ୍ରୀ ଗୀତାଞ୍ଜଳି ଦ୍ୱିବେଦୀ, ସଭ୍ୟ ଅମୂଲ୍ୟ ନାୟକ, ଅମ୍ବିକା ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ରୂପାୟନରେ ସହାୟତା କରିଥିଲେ ।

error: Thank You Keep Visiting