ଭଦ୍ରକ ଜିଲ୍ଳାରେ କନିଷ୍ଠ ଲିପିକମାନଙ୍କର ପଦୋନ୍ନତି ଆଶା ସଫଳ

Straight to the Point

ଭଦ୍ରକ: ଭଦ୍ରକ ଜିଲ୍ଲା ଶିକ୍ଷାଅଧିକାରୀଙ୍କ ଅଧୀନରେ ଥିବା ସରକାରୀ ଓ ନୂତନ ସରକାରୀ ଉଚ୍ଚ ବିଦ୍ୟାଳୟ ତଥା ଜିଲ୍ଲା ଶିକ୍ଷାଅଧିକାରୀ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ କନିଷ୍ଠ ଲିପିକ (ଜୁନିୟର କିରାଣି) ମାନଙ୍କର ମିଶ୍ରଣ ସଂବର୍ଗ ଜିଲ୍ଲା ଶିକ୍ଷାଅଧିକାରୀଙ୍କ ପତ୍ରାଙ୍କ ସଂଖ୍ୟା ୭୭୪୬, ତା୨୦/୦୮/୨୦୧୯ ରିଖରେ ଅନୁମୋଦନ ଲାଭ କରିଛି । ଦୀର୍ଘ ୨୦ବର୍ଷ ହେଲା ପଡିରହିଥିବା ମିଶ୍ରଣ ସଂବର୍ଗ କାର୍ଯ୍ୟକାରୀ କରିଥିବାରୁ ସଂଗ୍ରାମ କେଶରୀ ସାହୁ (ଜିଲ୍ଲା ଶିକ୍ଷାଧିକାରୀ, ଭଦ୍ରକ)ଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି । ଓଡିଶା ମାଧ୍ୟମିକ ଶିକ୍ଷକ ସଂଘ, ଭଦ୍ରକ ଶାଖାର ଭୂମିକା ମଧ୍ୟ ଅତ୍ୟନ୍ତ ପ୍ରଶଂସନୀୟ । ଉକ୍ତ ସଂଘର କର୍ମକର୍ତ୍ତାମାନଙ୍କର ପ୍ରଚେଷ୍ଠା ତଥା ଜିଲ୍ଲା ଶିକ୍ଷାଅଧିକାରୀଙ୍କ ର କର୍ତ୍ତବ୍ୟପରାୟଣତାର ପରାକାଷ୍ଠା ପାଇଁ ଏହା ସମ୍ଭବପର ହୋଇପାରିଛି ବୋଲି ମାଧ୍ୟମିକ ଶିକ୍ଷକ ସଂଘ, ଭଦ୍ରକ ଶାଖାର ସାଧାରଣ ସଂପାଦକ ପ୍ରଦୀପ୍ତ କୁମାର ଦାସ (ଖୋକନ୍) ,ଓଷ୍ଟାର ରାଜ୍ୟ ସମ୍ପାଦକ ଅକ୍ଷୟ ହୋତା,ସୁରଜିତା ନାୟକଏକ ପ୍ରେସ ବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି ।

error: Thank You Keep Visiting