ଯାତ୍ରୀଙ୍କ ପାଇଁ ସରକାରୀ ଆଶ୍ରୟସ୍ତଳ କାହା ସ୍ୱାର୍ଥରେ!

Straight to the Point
ରାସ୍ତାକଡରେ ରାତିକାଟୁଛନ୍ତି ବାସହୀନ ମଣିଷ

ଭଦ୍ରକ: ସହରାଂଚଳରେ ବସ ବାସ କରୁଥିବା ଶହ ଶହ ଗରିବ ତଥା ବାସହୀନ ଲୋକଙ୍କୁ ମୁଣ୍ଡ ଗେଞ୍ଜିବାକୁ ଆଶ୍ରୟ ଟିଏ ମିଳୁନଥିବା ବେଳେ ସେମାନଙ୍କ ସକାସେ ଉଦ୍ଧିଷ୍ଟ ସରକାରୀ ଆଶ୍ରୟସ୍ତଳ କୁ ମାଡିବସିଛନ୍ତି ସାଧାରଣ ମଣିଷ । ସାଧାରଣ ହୋଟେଲରେ ବ୍ୟୟବହୁଳ ଭଡାଦେଇ ରାତ୍ରୀ ଯାପନ କରିବା ଅପେକ୍ଷା ସରକାରଙ୍କ ଦ୍ୱାରା ସହରାଂଚଳରେ ବାସହୀନ ଲୋକଙ୍କୁ ରାତ୍ରୀକାଳିନ ଆଶ୍ରୟ ଦେବାକୁ ପ୍ରତିଷ୍ଟା କରାଯାଇଥିବା ଆଶ୍ରୟସ୍ତଳରେ ଆରାମରେ ରାତିକାଟୁଛନ୍ତି ସାଧାରଣ ମଣିଷ । ସରକାରୀ ଧାର୍ଯ୍ୟଦର ବିଛଣାପିଛା ୧୦ ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ସ୍ତଳବିଶେଷରେ ଲୋକଙ୍କ ଠାରୁ ବିଛଣାପିଛା ୫୦ ରୁ ଶହେଟଙ୍କା ଆଦାୟ କରି ଆଶ୍ରୟସ୍ତଳ ଦାୟିତ୍ୱରେ ଥିବା କର୍ମଚାରୀ ମାନେ ବେଶ ହାତଚିକ୍କଣ କରୁଥିବା ଅଭିଯୋଗ ହୋଇଛି । ଫଳରେ ସରକାରଙ୍କ ସହରାଂଚଳ ବାସହୀନ ଲୋକଙ୍କ ସକାସେ ଉଦ୍ଧିଷ୍ଟ ଆଶ୍ରୟ ଯୋଜନା ବେକାର ସାବ୍ୟସ୍ତ ହୋଇଥିବା ଜଣାପଡିଛି । ସୁଚନା ଅନୁଯାଇ ଜାତୀୟ ସହରାଂଚଳ ଜୀବିକା ମିଶନ ଯୋଜନାରେ ରାଜ୍ୟ ସରକାରଙ୍କ ସହରାଂଚଳ ବିକାସ ଯୋଜନା ଆନୁକୁଲ୍ୟରେ ଭଦ୍ରକ ନୂଆ ବସଷ୍ଟାଣ୍ଡ ନିକଟରେ ଗତ ଫେବୃଆରୀ ମାସ ୨୭ ତାରିଖ ଦିନ ଉଦଘାଟିତ ହୋଇଛି ସହରାଂଚଳ ବାସହୀନ ଲୋକଙ୍କ ସକାସେ ଅସ୍ଥାଇ ଆଶ୍ରୟସ୍ତଳ । ସହରରେ ମଥାଗେଞ୍ଜିବାକୁ ବାସଗୃହ ନଥିବା ଗରୀବ ଏବଂ ଅସହାୟ ଲୋକଙ୍କୁ ସ୍ୱଳ୍ପ ଦରରେ ରାତ୍ରୀକାଳିନ ଆଶ୍ରୟ ଯୋଗାଇ ଦେବାକୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଏହି ଆଶ୍ରୟସ୍ତଳ ନିର୍ମାଣ କରାଯାଇଛି । ଆଶ୍ରୟସ୍ତଳରେ ଏକକାଳିନ ୫୦ ଜଣ ଲୋକ ରହିପାରିବାର ବ୍ୟବସ୍ଥା କରାଯାଇଛି । ଏଥିସକାସେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରାଯାଇ ବିଶେଷ ଧରଣର ଗଦିଯୁକ୍ତ ବିଛଣା ଯୋଗାଇ ଦିଆଯାଇଛି । ଆଶ୍ରୟସ୍ତଳ ଜଗିବାକୁ ତିନିସିପ୍ଟରେ ଜଗୁଆଳି ନିଯୁକ୍ତି ଦିଆଯାଇଛି । ଆଶ୍ରୟସ୍ତଳ ସଫାସୁତୁରା,ପାଣି,ପାଇଖାନା ଏବଂ ବିଜୁଳିରେ ମାସିକ ହଜାର ହଜାର ଟଙ୍କା ଖର୍ଚ କରାଯାଉଛି । ହେଲେ ପ୍ରକୃତପକ୍ଷେ ବାସହୀନ ଗରୀବ ଏବଂ ଅସହାୟ ଲୋକଙ୍କ ପାଇଁ କାମରେ ଆସୁନି ଏହି ଆଶ୍ରୟସ୍ତଳ । ସହରର ରାସ୍ତାଘାଟ କଡରେ ଅତିଦୟନିୟ ଭାବେ ଗରୀବ ଏବଂ ବାସହୀନ ଲୋକ ରାତି କାଟୁଥିବା ବେଳେ ବ୍ୟବସାୟୀ,ସାଧାରଣ ଯାତ୍ରୀ ଏବଂ ସୁବିଧାବାଦୀ ଲୋକ ଏହି ଆଶ୍ରୟସ୍ତଳକୁ ମାଡିବସିଛନ୍ତି । ସରକାରୀ ଧାର୍ଯ୍ୟଦର ସହିତ ଦାୟିତ୍ୱଧିନ କର୍ମଚାରୀଙ୍କୁ ହାତଗୁଞାଦେଇ ଆରାମରେ ରାତିକାଟୁଛନ୍ତି ସାଧାରଣ ଲୋକ । ଆଶ୍ରୟସ୍ତଳ ସୁଚନା ଅନୁଯାଇ ଗତ ୬ ମାସ ମଧ୍ୟରେ ଏହି ଆଶ୍ରୟସ୍ତଳରେ ୭୬୦ ଜଣ ଲୋକ ରାତ୍ରୀକାଳିନ ଆଶ୍ରୟ ନେଇଥିବା ବେଳେ ପୈାରପାଳିକା ସେମାନଙ୍କ ଠାରୁ ସଂଗ୍ରହ କରିଛନ୍ତି ୭ ହଜାର ୬ ଶହ ଟଙ୍କା । ଗୋଟିଏ ପଟରେ ଗତ ୬ ମାସ ମଧ୍ୟରେ ପୋ÷ରପାଳିକା ଏହି ଆଶ୍ରୟସ୍ତଳରୁ ଆଶ୍ରୀତ ଲୋକଙ୍କ ଭଡାବାବଦକୁ ମାତ୍ର ୭ ହଜାର ୬ ଶହ ଟଙ୍କା ସଂଗ୍ରହ କରିଥିବା ବେଳେ ଜଗୁଆଳି ଙ୍କ ଦରମା ଏବଂ ଆଶ୍ରୟସ୍ତଳ ରକ୍ଷଣାବେକ୍ଷଣରେ ଲକ୍ଷାଧିକ ଟଙ୍କା ଖର୍ଚ କରିସାରିଛନ୍ତି । କତୃପକ୍ଷଙ୍କ କହିବା କଥା ଆଶ୍ରୟସ୍ତଳ ବ୍ୟବସାୟିକ ଫାଇଦାପାଇଁ ନୁହେଁ ପରନ୍ତୁ ଗରୀବ ଏବଂ ବାସହୀନ ଲୋକଙ୍କୁ ସେବା ଯୋଗାଇ ଦେବାକୁ ଉଦ୍ଧିଷ୍ଟ ରହିଛି । ତେବେ ଗରୀବ ଏବଂ ବାହୀନ ଲୋକ ରାସ୍ତକଡରେ ଅତିଦୟନିୟ ଭାବେ ରାତି କାଟୁଥିବା ବେଳେ ସେବା ନାମରେ ସାଧାରଣ ମଣିଷ ବସ ଯାତ୍ରୀ ଏବଂ ବ୍ୟବସାୟୀଙ୍କୁ ଆଶ୍ରୟସ୍ତଳରେ ଯାଗା ଦେଇ ବାସହୀନ ଲୋକଙ୍କୁ ଧୋକା ଦେଇ ଚାଲିଛନ୍ତି ପୈାପାଳିକା ।

error: Thank You Keep Visiting