ବନ୍ତରେ ନ୍ୟାୟାଳୟ ଶୁଭାରମ୍ଭର ବିଳମ୍ବତାକୁ ନେଇ ଜନଅସନ୍ତୋଷ ବୃଦ୍ଧି

Straight to the Point

ଭଦ୍ରକ: ସରକାର ନ୍ୟାୟପାଳିକାକୁ ଅଧିକ କ୍ରିୟାଶୀଳ କରାଇ ଜନସାଧାରଣଙ୍କୁ ସରଳ ଓ ସୁବିଧାରେ ଆଇନଗତ ସହାୟତା ପ୍ରଦାନ ଉର୍ଦ୍ଦେଶ୍ୟରେ ପ୍ରତି ତହସିଲ ଅଧୀନରେ ଗୋଟିଏ ଲେଖାଏଁ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ତଥା କନିଷ୍ଠ ଦେୱାନୀ ଅଦାଲତ ପ୍ରତିଷ୍ଠା କରିବାର ଯୋଜନା କରିଛନ୍ତି । ବନ୍ତ ଏକ ସମସ୍ୟା ବହୁଳ ଅଂଚଳ କୁ ଉପଲବ୍ଧି କରି ବନ୍ତ କଲ୍ୟାଣ ମଣ୍ଡପ କୁ ଚିହ୍ନଟ କରାଯାଇଉକ୍ତ ଗୃହରେ ଅସ୍ଥାୟୀ ଭାବେ କାର୍ଯ୍ୟକ୍ଷମ କରିବାକୁ ସ୍ଥିର ହୋଇ ଥିଲା ।ହେଲେ ଉକ୍ତ କାର୍ଯ୍ୟ ଦୀର୍ଘ ମାସଧରି ସଂପୁର୍ଣର୍ ହୋଇ ଶୁଭାରମ୍ଭର ବିଳମ୍ବତାକୁ ନେଇ ଜନଅସନ୍ତୋଷ ବୃଦ୍ଧି ପାରଉଛି । ଏହାକୁ ଯଥାଶିଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ଉକ୍ତ ଅଂଚଳରୁ ଦୃଢ଼ ଦାବି ହେଉଛି । ବନ୍ତ ରେ ନ୍ୟାୟାଳୟ ପ୍ରତିଷ୍ଠା ପାଇଁ ଓକିଲ ସଂଘ , ସର୍ବସାଧାରଣ ଜନତା ଓ ବିଭିନ୍ନ ରାଜନୈତିକ ଦଳପକ୍ଷରୁ ଦାବୀପତ୍ର ପ୍ରଦାନ ପରେ ଜିଲା ଜଜର୍୍ଙ୍କ ପକ୍ଷରୁ ବନ୍ତ କଲ୍ୟାଣ ମଣ୍ଡପକୁ ମରାମତି କରାଯାଇ ସେଥିରେ ଅସ୍ଥାୟୀ କୋଟ ପ୍ରତିଷ୍ଠା ପାଇଁ ସ୍ଥିର ହୋଇଥିଲା । ଇତି ମଧ୍ୟରେ ଉକ୍ତ ଗୃହର ସମସ୍ତ କାର୍ଯ୍ୟ ଦୀର୍ଘ ୫ମାସରୁ ଅଧିକ ହେବ ସମ୍ପନ୍ନ ହୋଇ ରଂଗ ଦିଆ ସରିସେଥିରେ ତାଲା ଝୁଲୁଛି । ଅନ୍ୟପକ୍ଷରେ ଏହାର ଶୁଭାରମ୍ଭ ହୋଇନଥିବାରୁ ଉକ୍ତ ଗୃହ ଲତା ଗୁଳ୍ମରେ ଭର୍ତି ହେବାକୁ ଲାଗିଛି । ଏହାର ଶୁଭାରମ୍ଭ ର ବିଳମ୍ବତାକୁ ନେଇ ଅଂଚଳ ବାସୀଙ୍କ ପକ୍ଷରୁ ଷୋଭ ପ୍ରକାଶ ପାଉଛି । ସୂଚନା ଯେଗ୍ୟ ବନ୍ତ ରେ କୋଟ ପ୍ରତିଷ୍ଠାପାଇଁ ଦଳ ମତ ନିର୍ବିଶେଷରେ ସମସ୍ତ ବର୍ଗ ର ବ୍ୟକ୍ତିବିଶେଷଙ୍କୁ ନେଇ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଶତାଧିକ ସଂଖ୍ୟାରେ ଆଇନଜୀବି, ବିଭିନ୍ନ ଦଳୀୟ ନେତା ,ନିର୍ବାଚିତ ପ୍ରତିନିଧି, ବୁଦ୍ଧିଜୀବି, ସ୍ୱୟଂ ସହାୟିକା ଫେଡେରେସନ୍ର କର୍ମକର୍ତା ସମାଜସେବୀ, ବ୍ୟବସାୟୀ, ସାମ୍ବାଦିକମାନେ ଉପସ୍ଥିତ ରହି ଉକ୍ତ ଅଂଚଳରେ କୋଟ ପ୍ରତିଷ୍ଠା ହେବା ଏକାନ୍ତ ପ୍ରୟୋଜନ ବୋଲି ଆଲୋଚନା ହେବାସହ ଏକ ଦାବୀ ପତ୍ର ମାନ୍ୟବର ଭଦ୍ରକ ଜିଲା ଜର୍ଜ ଓ ଜିଲାପାଳ ମହୋଦୟ ଙ୍କୁ ପ୍ରଦାନ କରିଥିଲେ । ଏହାର ଗୁରୁତ୍ୱକୁ ଉପଲବ୍ଧି କରି ଭଦ୍ରକର ମାନ୍ୟବର ଜିଲା ଜର୍ଜ ବନ୍ତ ବ୍ଲକ ପରିଦର୍ଶନରେ ଆସି ଏହି ବ୍ଲକ ଅଧିନରେ ଏକ ପ୍ରଥମ ଶ୍ରେଣୀ ନ୍ୟାୟାଳୟ ପ୍ରତିଷ୍ଠା ପାଇଁ ବିଭିନ୍ନ ସ୍ଥାନ ପରିଦର୍ଶନକରିବାସହ ବରକୋଣାଠାରେ ଥିବା ସ୍ଥାନକୁ ଉପଯୁକ୍ତ ସ୍ଥାନଭାବେ ଚିହ୍ନଟ କରିଥିଲେ । ଏହାପୂର୍ବରୁ ବନ୍ତ ହାଟ ପାଖରେ ଥିବା କଲ୍ୟାଣ ମଣ୍ଡପକୁ ସଂପ୍ରସାରଣ କରାଯାଇ ଉକ୍ତ ଗୃହରେ ଅସ୍ଥାୟୀ ଭାବେ କୋଟ ର ଶୁଭାରମ୍ଭ ପାଇଁ ସ୍ଥିର କରି ଥିଲୋ । ଉକ୍ତ ଗୃହକୁ ଆରଡ଼ି ବିଭାଗପକ୍ଷରୁ ସଂପୁର୍ଣ୍ଣ ଭାବେ କୋଟ ର ଉପଯୁକ୍ତ ପରିବେଶରେ ନିର୍ମାଣ କରାଯାଇ ତାହାର କାର୍ଯ୍ୟ ଇତିମଧ୍ୟରେ ସଂପୁର୍ଣ୍ଣ ହୋଇଥିଲେ ମଧ୍ୟ ଏହାର ଶୁଭାରମ୍ଭ ହୋଇନି । ସ୍ଥାନୀୟ ଅଂଚଳବାସୀ ସାଧାରଣ ନିର୍ବାଚନ ପୂର୍ବରୁ ଉକ୍ତ କୋର୍ଟର ଶୁଭାରମ୍ଭ ହେବାର ବହୁ ଆଶା ପୋଷଣ କରିଥିବା ବେଳେ ନିର୍ବାଚନ ସରିବାର ୫ମାସ ହେବାକୁ ବସିଥିବା ବେଳେ ତାହାର ଶୁଭାରମ୍ଭ ହେଉନଥିବାର ଅଂଚଳ ବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ଯାଇଛି । ବର୍ତର୍ମାନ ପ୍ରତ୍ୟେକ ଛୋଟ ବଡ଼ ମାମଲା ପାଇଁ ଲୋକମାନଙ୍କୁ ଦୂରତାରେ ଥିବା ଭଦ୍ରକ କୋର୍ଟକୁ ଯିବାକୁ ପଡୁଛିି ।ଏହାର ପରିସୀମା ଓ ଜନସଂଖ୍ୟାରଘନତା ଓ ବିଭିନ୍ନ ମାମଲା ଦୃଷ୍ଟିରୁ ଦୈନ ଦିନ ଏହି ଅଂଚଳରେ ଘଟୁଥିବା ଅପରାଧିକ ମାମଲାକୁ ନିୟନ୍ତ୍ରଣ କରିବା ପାଇଁ ବନ୍ତ , ଆଗରପଡ଼ା ଥାନା ସହ କେନ୍ଦୁଆପଦା ଫାଣ୍ଡି ଆଦି କାର୍ଯ୍ୟ କରୁଅଛି । ଅନ୍ୟପକ୍ଷରେ ବନ୍ତରେ ପ୍ରାୟ ସମସ୍ତ ବିଭାଗର ସରକାରୀ କାର୍ଯ୍ୟଳୟ ସମେତ ୪ଟି ବ୍ୟାଙ୍କ, ଉପ ଡାକଘର, ସ୍କୁଲ୍, କଲେଜ, ବ୍ୟବସାୟ ପ୍ରତିଷ୍ଠାନ ତଥା ବୈଷୟିକ ଶିକ୍ଷାନୁଷ୍ଠାନମାନ ରହିଥିବାସହ ଏହାର ମଧ୍ୟମ ଭାଗରେ ୫୩ ନଂ. ଭଦ୍ରକ-କେନ୍ଦୁଝର ରାଜ୍ୟ ରାଜପଥ ଗତିକରିଛି । ଏହି ଅଂଚଳର ନାନା ବିଧ ସମସ୍ୟା ର ସମାଧାନ ଦିଗରେ ଉକ୍ତ ସ୍ଥାନରେ ନିର୍ମାଣ ହୋଇ ତାଲା ଝୁଲୁଥିବା ପ୍ରଥମଶ୍ରେଣୀ ବିଚାର ବିଭାଗୀୟ କୋର୍ଟ କୁ ଯଥାଶିଘ୍ର କାଯ୍ୟକ୍ଷମ କରିବାକୁ ଅଂଳବାସୀ ଙ୍କ ତରଫରୁ ଦୃଢ଼ ଦାବି ହେଉଛି ।

error: Thank You Keep Visiting