ମୁଖ୍ୟ ସ୍ଥାନକୁ ସଂଯୋଗ କରୁଥିବା ରାସ୍ତା ପାଣିକାଦୁଅରେ ଭରପୁର, ସମସ୍ୟାରେ ପଥଚାରୀ

Straight to the Point

ଭଦ୍ରକ: ସରକାର ଲୋକମାନଙ୍କର ଯାତାୟତର ସୁବିଧାପାଇଁ ରାସ୍ତାକୁ ସର୍ବାଗ୍ରେ ଗୁରୁତ୍ୱ ଦେଉଛନ୍ତି । ହେଲେ ଆଡିଆ ପଂଚାୟତ ଅଧିନରେ ଅବସ୍ଥିତ ଥିବା ଜିରିଣା,ବରଗଢ଼ିଆ,ନିମଗଢ଼ିଆ,ନଳିତାଗଢ଼ିଆ ଏବଂ ବାହାଦଲପୁର ଗ୍ରାମର ଲୋକମାନେ ଆଡ଼ିଆ ର ମୁଖ୍ୟରାସ୍ତାରେ ପହଁଚିବା ପାଇଁ ପଦଚଲା ରାସ୍ତା ନଥିବାରୁ ନାନା ସମସ୍ୟାରେ ପଡ଼ୁଛନ୍ତି । ଉକ୍ତ ଗ୍ରାମର ଲୋକମାନେ ବିଶେଷ କରି ବର୍ଷା ଋତୁରେ ମୁଖ୍ୟ ସ୍ଥାନକୁ ଯାତାୟତରେ ନାନା ସମସ୍ୟା ଦେଖାଯାଉଛି ।ଉକ୍ତ ଗ୍ରାମ ର ଲୋକମାନେ ପ୍ରତିଦିନ ଆଡ଼ିଆ ପଂଚାୟତ ଉପରେ ନିର୍ଭର କରୁଥିବାରୁ ବର୍ଷା ଋୁତୁରେ ନାନା ସମସ୍ୟାରେ ସମ୍ମୁଖିନ ହେଉଛନ୍ତି । ନଳିତାଗଢ଼ିଆ ଓ ବାହାଦଲ ପୁର ଦୁଇ ଗ୍ରାମ ର ଚତୁର୍ପାଶ୍ୱର୍ ଚାଷ ଜମି ମଧ୍ୟରେ ପରିବେଷ୍ଟିତ ଥିବାରୁ ମୁଖ୍ୟ ସ୍ଥାନକୁ ଯିବାରେ ପହଁଚିବାରେ ନାନା ସମସ୍ୟା ଦେଖାଯାଉଛି । ବିଲର ହିଡ଼ରାସ୍ତା ଦେଇ ଯିବା ଆସିବା କରିବାକୁ ପଡିଥାଏ ବର୍ଷ ତମାମ ଗ୍ରାମବାସୀ ଏବଂ ଅନ୍ୟାନ୍ୟ ଆଗନ୍ତୁକମାନଙ୍କୁ । ଗ୍ରାମର ମୁଖ୍ୟ ସମସ୍ୟା ଯାତାୟତ ରାସ୍ତା ହୋଇଥିବା ବେଳେ ତାହାର ସୁଧାର ଆସୁନି ।ଫଳରେ ଶିକ୍ଷା,ସ୍ୱାସ୍ଥ୍ୟ ପରିମଳ ବ୍ୟବସ୍ଥା ରେ ନାନା ବିଧ ସମସ୍ୟା ଦେଖାଯାଉଛି । ଜିରିଣା ଠାରୁ ଆଡ଼ିଆ ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ଏକ କିମି ରାସ୍ତା ଏନ୍ଆଇଜିସ ଯୋଜନାରେ ଉକ୍ତ ରାସ୍ତା ର ମରାମତି ହୋଇଥିଲେ ମଧ୍ୟ ତାହାର ସୁଫଳ ମିଳିନି । ଫଳରେ ଯଥାପୂବଂ ତଥା ପରଂ ପରି ଲୋକମାନେ ସେହି ହିଡ଼ରାସ୍ତା ସହ ଅଧାପନ୍ତରିଆ ପାଣି କାଦୁଅ ରାସ୍ତାରେ ଯାତାୟତ କରି ନାନା ସମସ୍ୟାରେ ପଡ଼ୁଛନ୍ତି । ବିଶେଷ କରି ବିଦ୍ୟାଳୟର ଛାତ୍ରଛାତ୍ରୀ ,ବୃଦ୍ଧ, ରୋଗୀ ମାନଙ୍କ କ୍ଷେତ୍ରରେ ଏହା ସମସ୍ୟା ରୁପେ ମୁଣ୍ଡ ଟେକିଛି । ଅନ୍ୟପକ୍ଷରେ ବାହାଦଲପୁର ଓ ନଳିତାଗଡିଆ ଦୁଇ ଗ୍ରାମ୍ୟ ରାସ୍ତାର ଦୂରତା ମାତ୍ର ୪୦ ମିଟର ଥିବା ବେଳେ ଦୁଇଗ୍ରାମ ମଧ୍ୟ ସଂଯୋଗ ପାଇଁ ବ୍ୟବସ୍ଥା ହୋଇନି । ଯାତାୟତ ପାଇଁ ରାସ୍ତା ଟିଏ ନଥିବାରୁ ବର୍ଷାଦିନରେ ଉକ୍ତ ଗ୍ରାମ୍ୟ ବାହ୍ୟ ଜଗତରୁ ଏକ ପ୍ରକାର ବିଚ୍ଛିନ୍ନ ହେବାର ଦେଖାଉଛି । ବିଦ୍ୟାଳୟ କୁ ଯାଉଥିବା କୁନି କୁନି ପିଲାମାନେ ଖରା, ବର୍ଷା, ଶୀତ ପ୍ରାୟ ସବୁ ଋତୁରେ ଏହି ବିଲରାସ୍ତାରେ ଯିବା ଆସିବାକୁ ପଡିଥାଏ । ସେହିପରି ଜିରିଣା ଠାରୁ ଆଡ଼ିଆ ପର୍ଯ୍ୟନ୍ତ ଏକ କିମି ରାସ୍ତା ନିର୍ମାଣ ହୋଇ ତାହା ଅଧାପନ୍ତରିଆ ଭାବେ ପଡ଼ିରହିଥିବାରୁ ତାହା ଯାତାୟତ ଅନୁପଯୋଗୀ ହୋଇ ସେଥିରେ ଆଣ୍ଠୁଏ ଉଚ୍ଚର ବର୍ଷାଜଳ ସହ କାଦୁଅ ରେ ପରିପୁର୍ଣ୍ଣ ହୋଇଛି । ପ୍ରତିଦିନ ଜିରିଣା,ବରଗଢିଆ,ନଳିତାଗଢିଆ, ନିମଗଢିଆ,ବାହାଦଲପୁର ଆଦି ଗ୍ରାମରୁ ଛାତ୍ରଛାତ୍ରୀ ଙ୍କସହ ଗ୍ରାମବାସୀମାନେ ଆଡ଼ିଆ ହାଇସ୍କୁଲ ,ଗ୍ରାମ ପଂଚାୟତ କାର୍ଯ୍ୟାଳୟ କୁ ବିଭିନ୍ନ କାର୍ଯ୍ୟ ସହ ରାସନ ସାମଗ୍ରୀ ପାଇଁ ଯାଇଥାନ୍ତି । ବର୍ଷା ଦିନରେ ଉକ୍ତ ରାସ୍ତାରେ ଆଂଟୁଏ ଉଚ୍ଚର ପାଣି ସହ କାଦୁଅ ଜମିବାରୁ ଯାତାୟତରେ ନାନା ସମସ୍ୟା ସୃଷ୍ଟି ହେଉଛି । ସରକାର ବିଭିନ୍ନ ଗ୍ରାମର ସୁଗମ ଯାତ୍ରାପାଇଁ ରାସ୍ତା କୁ ସର୍ବାଗ୍ରେ ଗୁରୁତ୍ୱ ଦେଇ ମୁଖ୍ୟ ସ୍ଥାନକୁ ସଂଯୋଗ ପାଇଁ ଉଦ୍ୟମ କରୁଥିବା ବେଳେ ଉକ୍ତ ରାସ୍ତାକୁ ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ଅନ୍ତଭୁକ୍ତ କରି ଏହାର ସ୍ଥାୟୀ ସମାଧାନ କରିବାକୁ ସ୍ଥାନୀୟ ଅଂଳବାସୀ ଙ୍କ ପକ୍ଷରୁ ଦୃଢ଼ ଦାବି ହେଉଛି ।

error: Thank You Keep Visiting