ସଂଗ୍ରାମୀ ଦାୟାଦ ଜଗବନ୍ଧୁଙ୍କ ମରଶରୀରକୁ ଭଦ୍ରକରେ ଗଭୀର ଶ୍ରଦ୍ଧାଞ୍ଜଳି

Straight to the Point

ଭଦ୍ରକ: ସ୍ୱାଧୀନତା ସଂଗ୍ରାମ ଭୂମି ରକ୍ତତୀର୍ଥ ଇରମ ଅନନ୍ୟ ଧୂରୀଣ ବିନ୍ଧାଣୀ ସଂଗ୍ରାମୀ ସ୍ୱର୍ଗତ ବୈକୁଣ୍ଠ ନାଥ ନାୟକଙ୍କ ସୁପୁତ୍ର ଭଦ୍ରକ କୋର୍ଟର ବରିଷ୍ଠ ମୋହରିର, ଜିଲ୍ଳା ସ୍ୱାଧୀନତା ସଂଗ୍ରାମୀ ଦାୟାଦ ସଂଘର ସଭାପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗବନ୍ଧୁ ନାୟକଙ୍କର ନବରଙ୍ଗପୁର ପାପଡାଡାଣ୍ଡି ସହିଦ ମଞ୍ଚରେ ଉଦ୍ବୋଧନ ଦେଉଥିବା ସମୟରେ ହୃଦ୍ଘାତରେ ପରଲୋକ ହୋଇଛି । ମଞ୍ଚରୁ ଉହ୍ଲାଇବା ସମୟରେ ହୃଦଘାତର ଶିକାର ହେବା ପରେ ତାଙ୍କ ପ୍ରଥମେ ନବରଂଗପୁର ହସ୍ପିଟାଲ ଓ ପରେ କୋରାପୁଟ ହସ୍ପିଟାଲକୁ ନିଆଯାଇଥିଲା । ମାତ୍ର ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିବା ପରେ ତାଙ୍କ ମର ଶରୀରକୁ ଜିଲ୍ଲା ପ୍ରଶାସନର ସହଯୋଗରେ ଭଦ୍ରକ ଅଣାଯାଇଥିଲା ।

ଆଜି ତାଙ୍କ ମର ଶରୀର ଭଦ୍ରକରେ ପହଞ୍ଚିବା ପରେ ଭଦ୍ରକ କୋର୍ଟର ବରିଷ୍ଠ ଅଧିବକ୍ତା ନିରାକାର ଜେନା, ପ୍ର. ଅଟଳ ବିହାରୀ ନାୟକ, ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନର ଜିଲ୍ଲା ସଭାପତି ଅଜୟ ନାୟକ, ଶାନନ୍ତନୁ ରାଉତ, ପ୍ରଜାପିତା ବ୍ରହ୍ମାକୁମାରୀ ଆଶ୍ରମର ମୁଖ୍ୟ ସଞ୍ଚାଳିକା ମଞ୍ଜୁ ଭଉଣୀ, ଆଡ୍ଭୋକେଟ ଦିବ୍ୟସିଂହ ନାୟକ, ରାଧା ଦାସ, ଗିରିଧାରୀ ନାଥ, ଚନ୍ଦ୍ରଶେଖର ନାୟକ, ରିତିକ ବାନାର୍ଜୀ, ସାମ୍ବାଦିକ ବଂଶୀଧର ଦାସ, ତପନ ମିଶ୍ର, ନାଟ୍ୟକାର ଲଲାଟେନ୍ଦୁ ମହାନ୍ତି, ନାଟ୍ୟଶ୍ରୀ ନିର୍ମଳ ରାଉତ, ଅଧିବକ୍ତା ରଂଜନ ନାୟକ, ହେମନ୍ତ ନାୟକ ପ୍ରମୁଖ ବହୁ ବୁଦ୍ଧିଜିବୀ, ଆଡ୍ଭୋକେଟ, ମୋହରିର ପହଞ୍ଚି ତାଙ୍କ ମର ଶରୀରରେ ପୁଷ୍ପାର୍ଘ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପ୍ରକାଶ ଥାଉକି ଜଗବନ୍ଧୁ ଭଣ୍ଡାରିପୋଖରୀ ଥାନା ପୋଡି ସ୍ମାରକୀ ୧୭ ତାରିଖ ଠାରୁ ସହିଦ କଳସ ନେଇ ସହିଦ ଲକ୍ଷ୍ମଣ ନାୟକଙ୍କ ଜନ୍ମ ସ୍ଥଳୀ ପର୍ଯ୍ୟନ୍ତ ଯାତ୍ରା କରିଥିଲେ । ପାପଡାହାଣ୍ଡିରେ ସଭାରେ ଉଦ୍ବୋଧନ ସମୟରେ ହୃଦ୍ଘାତର ଶିକାର ହୋଇଥିଲେ । ତାଙ୍କ ମରଶରୀରକୁ ଜନ୍ମସ୍ଥଳୀ ଧାମନଗର ଇଟୁଆ ଗ୍ରାମକୁ ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ।

error: Thank You Keep Visiting