ବିଦ୍ୟୁତ ଆଘାତରେ ଯୁବକ ମୃତ୍ୟୁ

Straight to the Point

ଭଦ୍ରକ: ଭଣ୍ଡାରିପୋଖରୀ ବ୍ଲକ ବାଲିପୋଖରୀ ପଂଚାୟତ କଇଁଶିରା ଗ୍ରାମର ଜୈନିକ ଯୁବକ ବିଦ୍ୟୁତ୍ ଆଘାତରେ ମୃତ୍ୟୁବରଣ କରିଥିବା ଜଣାପଡିଛି । ଗ୍ରାମର ମନମୋହନ ସାହୁଙ୍କ ପୁଅ ନିର୍ମଳ(୨୪) ଧାମନଗର ବ୍ଲକ ଅସୁରାଳି ଠାରେ ଜୈନିକ ଠିକାଦାରଙ୍କ ଅଧିନରେ ଷ୍ଟ୍ରିଟ୍ ଲାଇଟ୍ କାମ କରୁଥିଲେ । ଆଜି ଦିନ ୧ଟା ବେଳେ କାର୍ଯ୍ୟସ୍ଥଳିରେ ବିଦ୍ୟୁତ ଆଘାତ ଲାଗିବାରୁ ତାଙ୍କୁ ତୁରନ୍ତ ଭଦ୍ରକ ଡାକ୍ତର ଖାନାକୁ ନିଆଯାଇଥିଲା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ମୁଖ୍ୟ ଡାକ୍ତର ଖାନାରେ ଶବ ବ୍ୟବଚ୍ଛେଦ ହୋଇଥିବା ବେଳେ ବାରୁଣୀ ପଡିଆ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଶେଷ କୃତ୍ୟ ସଂପନ୍ନ ହୋଇଛି । ଯୁବକଙ୍କର ଆକାଳ ମୃତ୍ୟୁ ଯୋଗୁ ଗାଁ ଓ ଆଖପାଖ ଅଂଚଳରେ ଶୋକର ଛୟା ଖେଳିଯାଇଛି ।

error: Thank You Keep Visiting