ଦକ୍ଷିଣେଶ୍ୱର କାଳୀ ମନ୍ଦିରରେ ଜନ୍ମାଷ୍ଟମୀ

Straight to the Point

ଭଦ୍ରକ: ଭଦ୍ରକ ସହରର ମଠସାହି ନୂଆବସ୍ଷ୍ଟାଣ୍ଡ ନିକଟସ୍ଥ ମା’ ଆଦ୍ୟାଶକ୍ତି ଦକ୍ଷିଣ କାଳୀଙ୍କ ମନ୍ଦିରରେ ଜନ୍ମାଷ୍ଟମୀ ମହୋତ୍ସବ ମହାସମାରୋହରେ ପାଳିତ ହୋଇଛି । ରାତି ପ୍ରାୟ ୧୨ଟାରେ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବକୁ ବହୁ ଶ୍ରଦ୍ଧାଳୁ ମହିଳା ଓ ପୁରୁଷ ଭକ୍ତ ମନଭରି ଉପଭୋଗ କରିଥିଲେ । ମୁଖ୍ୟ ପୁରୋଧା ସତ୍ୟ ଦାସଙ୍କ ସଂଚାଳୟନାରେ ଏହି ପୂଜା କର୍ମ ପାଳିତ ହୋଇଥିବାବେଳେ ସଂଗୀତ ନିର୍ଦ୍ଦେଶକ ରାମନାରାୟଣ ମହାନ୍ତିଙ୍କ ସଂଯୋଜନାରେ ଭଜନ ସନ୍ଧ୍ୟା ସମାରୋହ ଲୋକଙ୍କୁ ବେଶ୍ ବିମୋହିତ କରିଥିଲା । କଟକ, ବାଲେଶ୍ୱର, ଯାଜପୁର ଓ ଭଦ୍ରକରୁ ବହୁ କଳାକାର ଏହି ଭଜନ ସମାରୋହରେ ଅଂଶଗ୍ରହଣ କରି ଭକ୍ତିଭରା ସଂଗୀତ ଗାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅଜୟ ପାଣି, ଅମୟ ରାଉତ, ଉମାଶଙ୍କର ମହାନ୍ତି, ପ୍ରତାପ ଦାସ, ସୂର୍ଯ୍ୟନାରାୟଣ ଦାସ, ହେମନ୍ତ ପଣ୍ଡା, ଅନନ୍ତ ରାଉତରାୟ ପ୍ରମୁଖ ପରିଚାଳନା କରିଥିଲେ । ଶ୍ରୀକୃଷ୍ଣଙ୍କର ଏହି ଜନ୍ମୋତ୍ସବରେ ଭଦ୍ରକ ସହର ସମେତ ବିଭିନ୍ନ ସ୍ଥାନରୁ ଭକ୍ତମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଶେଷରେ ସମସ୍ତ ଶ୍ରଦ୍ଧାଳୁ ଭକ୍ତଙ୍କୁ ପ୍ରସାଦ ସେବନରେ ଆପ୍ୟାୟିତ କରାଯାଇଥିଲା ।

error: Thank You Keep Visiting