ସଂସ୍କୃତିଭବନରେ ଭଦ୍ରକ ଜିଲ୍ଲା ଯୁବଯାଦବ ମହାସଭାର ଜନ୍ମାଷ୍ଟମୀ

Straight to the Point

ଭଦ୍ରକ: ଭଦ୍ରକଜିଲ୍ଲା ଯୁବଯାଦବ ମହାସଭା ପକ୍ଷରୁ ସ୍ଥାନୀୟ ସଂସ୍କୃତି ଭବନଠାରେ ପବିତ୍ର ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି । ଜିଲ୍ଲା ଯୁବ ସଭାପତି ସାମ୍ବାଦିକ ରବି ନାରାୟଣ ଖିଲାରଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ଉଦ୍ଘାଟକଭାବେ ଭଦ୍ରକର ଅତିରିକ୍ତ ଏସ.ପି କୈଳାସ ଚନ୍ଦ୍ର ପରିଡା ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ । ମୂଖ୍ୟଅତିଥିଭାବେ ସିମୁଳିଆ ବ୍ଲକର ବିଡିଓ ନରହରି ବେହେରା ,ବିଶିଷ୍ଟ ଅତିଥିଭାବେ ରାଜ୍ୟ ଉତ୍କଳ ଯାଦବ ମହାସଭାର ସଂପାଦକ ଧିରେନ ପଲେଇ,ମୁଖ୍ୟବକ୍ତା ଭାବେ ଜିଲ୍ଲା ସଭାପତି ନାଟ୍ୟକାର ସୁଧାଂଶୁ ନାୟକ,ସମ୍ମାନୀତ ଅତିଥିଭାବେ ସଂପାଦକ ଦିଲ୍ଲିପ ନାୟକ ରାଜ୍ୟ ଯୁବ ସଂପାଦକ ଅମର କୁମାର ନାୟକ,କବି ନାରାୟଣ ଚନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇ ଶ୍ରୀ କୃଷ୍ମଚେତନ।। ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକାରୀ ସଭାପତି ପ୍ରଭାକର ପରିଡା ଅତିଥି ପରିଚୟ ପ୍ରଦାନ ,ଶଶିଶେଖର ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପ୍ରାୟ ୯୦ରୁ ଉର୍ଦ୍ଧ ରାଧାକୃଷ୍ମ ବେଶଧାରଣ ଶିଶୁମାନେ ଏହି ପ୍ରତିଯୋଗିତାରେ ଶଂଶ ଗ୍ରହଣ କରି ଅତିଥିମାନଙ୍କଦ୍ୱାରା ପ୍ରଶଂସାପତ୍ର ଓ କପ୍ ଗ୍ରହଣ କରିଥିଲୋ ଏକ୍ତ ଉତ୍ସବରେ କବୟତ୍ରୀ ଶାନ୍ତିଲତା ନାଗ,ସମାଜସେବୀ ଧିରେନ୍ଦ୍ର ବେହେରା,କବି ନାରାୟଣ ନାୟକ,ଶିକ୍ଷାବିତ୍ ଦ.ରତ୍ନାକର ଦାସ,ଶିକ୍ଷକ ସତ୍ୟସୁନ୍ଦର ପରିଡା,ଥାନାଧିକାରୀ ସଂଜୟ ପରିଡା ଙ୍କୁ ସମ୍ବର୍ନ୍ଧିତ କରାଯାଇଥିଲା ।

ଏହି ଉତ୍ସବକୁ ଯାଦବଭାଇ ଅନିଲ ବାରିକ, କୁଳମଣି ବେହେରା ,ବୁଲୁଭାଇ ମୁନା ପରିଡା.ମନୋରଂଜନ ଦାସ,ନିରୁ ବାରିକ, ପବିତ୍ର ଖିଲାର,ସୁଦର୍ଶନ ବାରିକ,ପ୍ରିୟଦର୍ଶନ ବୋଇତି,କଳ୍ପତରୁ ପରିଡା,ସାଧୁ ବାରିକ,ରାଜୀବ ଦାସ,ପିଣ୍ଟୁ ବାରିକ.ଲଲାଟେନ୍ଦୁ ଦାସ,ଶୁକଦେବ ବେହେରା ,ସନାତନ ବେହେରା ,ପିୟୁସ ଦାସ,ସନା ବାରିକ,ମନୋରଂଜନ ବାରିକ.ସଂଜୀବ ଦାସ,ସିଲୁ ବାରିକ ପାପୁନ ନାୟକ ,ଗୋପ ନାୟକ,ପ୍ରମୁଖ ଯାଦବଭାଇ ମାନେ ପରିଚାଳନା କରିଥିଲେ । ଏହି ଅବସରରେ କବି ନାରାୟଣ ପ୍ରସାଦ ନାୟକଙ୍କ ଦ୍ୱାରା ରଚିତ ଦିବ୍ୟ ଚେତନା ଓ ଦିବ୍ୟଜ୍ୟୋତି ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଶେଷରେ ଯୁବ ସଂପାଦକ ସନ୍ତୋଷ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

error: Thank You Keep Visiting