ଶ୍ରୀଚୈତନ୍ୟ ଆଶ୍ରମରେ ଦୁଇଦିନ ଧରି ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ

An Independent Media

ଭଦ୍ରକ: ଭଦ୍ରକର ମୋଟେଲ ଛକସ୍ଥିତ ଶ୍ରୀଚୈତନ୍ୟ ଆଶ୍ରମରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ଦୁଇଦିନ ଧରି ପାଳିତ ହୋଇଛି । ଆଜିର ଅନ୍ତିମ ଦିନରେ ବିଶିଷ୍ଟ ବକ୍ତା ତଥା ସମାଜସେବୀ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବକୁ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ ଉଦ୍ଘାଟନ କରି ଶ୍ରୀକୃଷ୍ଣଙ୍କ ମହାତ୍ମ୍ୟ ସଂପର୍କରେ ସାରଗର୍ଭକ ବକ୍ତବ୍ୟ ରଖିଥିଲେ ।

ଏଥିରେ ପୂର୍ବତନ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକ ଜିଲା ବିଜେଡି ମହିଳା ମୋର୍ଚ୍ଚାର ସଭାନେତ୍ରୀ ତଥା ତିହିଡି ବ୍ଲକ୍ ଅଧ୍ୟକ୍ଷା ବିଦ୍ୟୁତ୍ଲତା ନାୟକ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲା ଆରକ୍ଷୀ ଅଧିକ୍ଷକ ବିକାଶ ଦାସ ଅଂଶଗ୍ରହଣ କରି ଯୁଗେ ଯୁଗେ ସନ୍ଥଙ୍କୁ ପାଳି ଦୁଷ୍ଟଙ୍କ ସଂହାର ପାଇଁ ଭଗବାନ ବିଭିନ୍ନ ଅବତାର ଗ୍ରହଣ କରିଥାନ୍ତି ବୋଲି କହିବା ସହ ଦ୍ୱାପର ଯୁଗର ଶ୍ରୀକୃଷ୍ଣ କିଭଳି ପ୍ରବଳ ପ୍ରତାପୀ ନିଜ ମାମୁଁ କଂସଙ୍କ ଦୌରାତ୍ମ୍ୟରୁ ଜଗତକୁ ଉଦ୍ଧାର କରିଥିଲେ ସେ ସଂପର୍କରେ ସୂଚନା ଦେଇଥିଲେ । ମହାଭାରତ ଯୁଦ୍ଧରେ ସତ୍ ପଥରେ ଥିବା ପଂଚୁ ପାଣ୍ଡବଙ୍କ ପକ୍ଷନେଇ ଅସତ୍ୟ ପଥରେ ଥିବା ଦୁର୍ଯ୍ୟୋଧନ ସମେତ ଶତ କୌରବଙ୍କୁ ନାଶ କରିଥିଲେ, ତାହା ନିଜ ବକ୍ତବ୍ୟରେ କହିଥିଲେ । ଏହି ଅବସରରେ ଆଶ୍ରମ ପକ୍ଷରୁ କରାଯାଇଥିବା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ସାଂସଦ ଶ୍ରୀମତୀ ମଣ୍ଡଳ ପୁରସ୍କୃତ କରିଥିଲେ ।

error: Thank You Keep Visiting