ବିଭିନ୍ନ ସମସ୍ୟା ଭିତରେ ଆଖଣ୍ଡଳମଣି ପୀଠ ପର୍ଯ୍ୟଟନ ସ୍ଥଳୀ !
ଆରଡ଼ି (ଓଡ଼ିଶା ଜର୍ଣ୍ଣାଲ) ରାଜ୍ୟର ଅନ୍ୟତମ ପର୍ଯ୍ୟଟନ ପୀଠ ଭାବରେ ବେଶ ଜଣାଶୁଣା ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ଆରଡ଼ି ର ବାବା ଆଖଣ୍ଡଳମଣି ଧାମ ।ଦିନକୁ ଦିନ ଏହି ପୀଠରେ ଭକ୍ତ ଙ୍କ ସଂଖ୍ୟା ବଢିବାରେ ଲାଗିଛି ଏହି ପୀଠରେ ।ହେଲେ ସରକାର ପର୍ଯ୍ୟଟନ ପୀଠର ବିକାଶ ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଏଠି କାର ବାସ୍ତବ ଚିତ୍ର କିନ୍ତୁ ଅଲଗା ।ପୀଠରେ ପରିମଳ ବ୍ୟବସ୍ଥା ଅତ୍ୟନ୍ତ ନିନ୍ଦନୀୟ ,ରାସ୍ତା ରେ ମୋଟର ଗାଡି ପାର୍କିଂ, ମନ୍ଦିର ର ମୁଖ୍ୟ ରାସ୍ତା ସମ୍ପ୍ରସାରଣ ,ମନ୍ଦିରରେ ବର୍ଷା ହେଲେ ଆଣ୍ଠୁଏ ଲେଖା ପାଣି ଜମି ରହିଥାଏ। ପିଇବା ପାଣି ପାଇଁ ଭକ୍ତ ର ମୁଖ୍ୟ ସମସ୍ୟା ,ଏବଂ ଇଲେକ୍ଟ୍ରି ଥରେ ଚାଲିଗଲେ ମରାମତି କରିବା ଲାଗି ୨ ଦିନ ଲାଗେ । ଅନ୍ଧାର ଭିତରେ ରହିଥାନ୍ତି ବାବା । ଏହି ଭଳି ଅନେକ ସମସ୍ୟା ଲାଗିରହିଥାଏ। ଏହି ପୀଠରେ।ଯେଉଁଥି ପାଇଁ କି ଭକ୍ତ ମନଭାଵ କୁ ବହୁ କଷ୍ଟ ଦେଇ ଥାଏ।