ଜିଲ୍ଲାସ୍ତରୀୟ ସତ୍ ସଙ୍ଗ କର୍ମୀ ସମ୍ମିଳନୀ

An Independent Media

ଜଗତସିଂହପୁର: ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ରାଜ୍ୟସ୍ତରୀୟ ସୂଧା ସର୍ଜ୍ଜନା ଉତ୍ସବ ନିମନ୍ତେ ଆଜି ଜଗସଂହପୁର ସତ୍ ସଙ୍ଗ ବିହାରରେ ଜିଲ୍ଲାସ୍ତରୀୟ ସତ୍ସଙ୍ଗ କର୍ମୀସମ୍ମୀଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ଋତିକ ପ୍ରଫେସର୍ ହୃଷିକେଶ ସେନାପତି ପୌରହିତ୍ୟ କରି ପୂଜ୍ୟପାଦ ଦାଦା ଓଡିଶାରେ ରାଜ୍ୟସ୍ତରୀୟ ସୂଧା ସର୍ଜ୍ଜନା ଉତ୍ସବ କରିବା ନିମନ୍ତେ ଆଶୀର୍ବାଦ କରିଅଛନ୍ତି । ଏଥିପାଇଁ ଓଡିଶାର ସମସ୍ତ ସତ୍ସଙ୍ଗୀ, ଋତିକ, ଅଧର୍ଯ୍ୟୁ, ଯାଜକମାନେ ସମ୍ପୂର୍ଣ୍ଣ ସହଯୋଗ କରିବାପାଇଁ ଅନୁରୋଧ କରିଥିଲେ । ଏଥିରେ ଭୂବନେଶ୍ୱର ସତ୍ସଙ୍ଗ ବିହାରର ଭାରପ୍ରାପ୍ତ ଅଧିକାରୀ ଋତିକ ଅଭୟ କୁମାର ପରିଡ଼ା ଯୋଗଦେଇ ପୂଜ୍ୟପାଦ ବାବାଇଦାଙ୍କର ପରାମର୍ଶରେ ଏହି ସୂଧା ସର୍ଜ୍ଜନା ଉତ୍ସବ ନିମନ୍ତେ ଜଗତସଂହପୁର ଜିଲ୍ଲାରସମସ୍ତ ସତ୍ସଙ୍ଗୀ, ଋତିକ, ଅଧର୍ଯ୍ୟୁ, ଯାଜକମାନେ ପୂର୍ଣ୍ଣ ପ୍ରାଣରେ ସହଯୋଗ କରିବାକୁ ନିବେଦନ କରିଥିଲେ । ଏଥିରେ ଋତିକ ଡମ୍ବରୁ ଧର ଦାସ, ଋତିକ ନୃସିଂହ ଶ୍ରୀ ଚନ୍ଦନ, ଋତିକ ଇଂ. ଉମାକାନ୍ତ ସାହୁ ,ହୃଷିକେଶ ଆଚାର୍ଯ୍ୟ, ଋତିକ ବଂଶିଧର ସ୍ୱାଇଁ, ଋତିକ ଡଃ ଶରତ ଚନ୍ଦ୍ର ସ୍ୱାଇଁ, ଋ ଗୋପାଳ ଚନ୍ଦ ଦାସ, ଋତିକ ଘନସ୍ୟାମ ସ୍ୱାଇଁ, ଋତିକ ରତ୍ନାକର ନାୟକ, ଋତିକ ଭାଗ୍ୟଧର ଜଗଦେବ, ଋତିକ ଶାରଦା ପ୍ରସାଦ ଦାଶ, ଋତିକ ଆର୍ତତ୍ରାଣ ମୁଦୁଲୀ, ଋତିକ ନିଖୀଳେଶ୍ୱର ଗିରୀ, ଋତିକ ଅମଳେନ୍ଦୁ ମାଇଟି, ଋତିକ ନିରଞ୍ଜନ ପ୍ରଧାନ, ଋତିକ ଅନନ୍ତ ଚରଣ ସାମଲ, ଋତିକ ହରେକୃଷ୍ଣ ଦାସ, ଋତିକ ସୁରେନ୍ଦ୍ର ନାଥ ସାମଲ, ଋତିକ ବଂଶୀଧର ପଣ୍ଡା, ଋତିକ ନିତ୍ୟାନନ୍ଦ ସ୍ୱାଇଁ, ଋତିକ ଗଣେଶ ଚନ୍ଦ୍ର ସାହୁ, ଋତିକ ପ୍ରତାପ ଚନ୍ଦ୍ର ବ୍ରହ୍ମ, ଋତିକ ଖୀରୋଦ ଚନ୍ଦ୍ର ସାହୁ, ଯାଯକ ବସନ୍ତ ବେହୁରା ପୂମୂଖ ଯୋଗଦେଇ ରାଜ୍ୟସ୍ତରୀୟ ସୂଧା ସର୍ଜ୍ଜନା ଉତ୍ସବ କିଭଳି ସଫଳ ହେବ ସେଥିପାଇଁ ବିଭିନ୍ନ ଦିଗରୁ ଆଲୋଚନା କରାଯାଇଥିଲା ।

error: Thank You Keep Visiting