ଆରଡ଼ି ପୀଠରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ; ଭତ୍ତା ଏବଂ ରାସନକାର୍ଡରେ ଅନିୟମିତତା !

Straight to the Point

ଆରଡ଼ି (ଓଡ଼ିଶା ଜର୍ଣ୍ଣାଲ)  ଭଦ୍ରକ ଜିଲ୍ଲା ପର୍ଯ୍ୟଟନ ପୀଠ ଆରଡ଼ି ଆଖଣ୍ଡଳମଣି ଧାମ ନୂତନ କଲ୍ୟାଣ ମଣ୍ଡପରେ  ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସଙ୍କ ନେତୃତ୍ୱରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ମୋଟ ୧୧୧ ଟି ଅଭିଯୋଗ ଶୁଣାଣୀ କରାଯାଇଥିଲା । ବିଶେଷ କରି ଆରଡ଼ି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନ ରହିବା , ଖଟି ଖିଆ  ଦିନ ମଜୁରିଆ ଲୋକଙ୍କ ରାସନକାର୍ଡ , ବାର୍ଦ୍ଧକ୍ୟ ଭତ୍ତା ,ଏବଂ ୩ ଟି ପଂଚାୟତର ଚାଷୀ ମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ। ଏବଂ ଜିଲ୍ଲାପାଳ ଉତ୍ତର ରଖିଥିଲେ ଯେ ଖୁବ ଶୀଘ୍ର ଏହାର ସମାଧନ ହେବ।ଏହି ବୈଠକରେ  ଉପ ଜିଲ୍ଲାପାଳ ପିତାମ୍ବର ସାମଲ, ଡେପୁଟି କଲେକ୍ଟର ରାଜେନ୍ଦ୍ର ପଣ୍ଡା , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିକାଶ ଦାସ ଧୂସୁରୀ ଥାନା ଅଧିକାରୀ ପ୍ରଫୁଲ୍ଲ କୁମାର ସିଂ, ଆରଡ଼ି ଫାଣ୍ଡି ଅଧିକାରୀ ବ୍ରଜକିଶୋର ଦାସ,ଏବଂ ଆରଡ଼ି ସରପଞ୍ଚ ଅରବିନ୍ଦ ପାଢ଼ୀ ,ପ୍ରମୁଖ ଉପସ୍ଥିତ ଥିଲେ।

error: Thank You Keep Visiting