ଭଦ୍ରକ ପଂଚାୟତ ସମିତି ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଓ ଭତ୍ତା ବଣ୍ଟନ

Straight to the Point

ଭଦ୍ରକ: ଭଦ୍ରକ ପଂଚାୟତ ସମିତି ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ନୂଆ ବସ୍ଷ୍ଟାଣ୍ଡ ନିକଟ ପୌରପାଳିକା କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍ ଅଧ୍ୟକ୍ଷ ରଘୁନାଥ ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାଂସଦ ମଂଜୁଲତା ମଣ୍ଡଳ ଓ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ଭଦ୍ରକ ବିଡିଓ ଉମେଶ ଚନ୍ଦ୍ର ମଲ୍ଲିକ ଯୋଗଦେଇ ଏଭଳି ଜନହିତକର କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ବିଭିନ୍ନ ପଂଚାୟତର ହିତାଧିକାରୀଙ୍କୁ ବିଧାୟକ ଓ ସାଂସଦ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ଓ ବିଭିନ୍ନ ଭତ୍ତା ବଣ୍ଟନ କରିଥିଲେ । ଏଥିସହିତ ଭିନ୍ନକ୍ଷମମାନଙ୍କୁ ମଧ୍ୟ ସାଇକେଲ ବଣ୍ଟନ କରାଯାଇଥିଲା । ଏଥିରେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ମଳୟ ଜେନା ମଧ୍ୟ ଉପସ୍ଥିତ ଥିଲେ ।

error: Thank You Keep Visiting