କୁସୁମ ଟିଭି ପକ୍ଷରୁ ୩ୟ ମେଗା ପ୍ରତିଭା ସମ୍ମାନ ସମାରୋହ

Straight to the Point

ଭଦ୍ରକ: ଭଦ୍ରକରେ ପ୍ରତିଷ୍ଠିତ କୁସୁମ ଟିଭି ଓ କୁସୁମ ପ୍ରଡକ୍ସନ ପକ୍ଷରୁ ‘୩ୟ ମେଗା ପ୍ରତିଭା ସମ୍ମାନ ସମାରୋହ-୨୦୧୯’ ଏବଂ ଦୁଇଟି ଚଳଚ୍ଚିତ୍ର ‘ନସା’ ଓ ‘ଇ ଆମର ଗାଁ’ର ଶୁଭ ମହୁରତ ଉତ୍ସବ ସ୍ଥାନୀୟ ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇ ଯାଇଛି । ଏହି ସମାରୋହରେ ଭଦ୍ରକ ଏବଂ ଭଦ୍ରକ ବାହାରର ୧୭ଜଣ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା । ଭଦ୍ରକ ମାଟି ହେଉଛି କଳାର ମାଟି, ଯେଉଁ ମାଟିର ମୋଗଲ ତାମ୍ସା ସମଗ୍ର ବିଶ୍ୱବିଦିତ । ସେହି ମାଟିରେ ବହୁ କଳାକାର ରହିଛନ୍ତି ଯେଉଁମାନେ କି ଲୋକଲୋଚନକୁ ଆସି ପାରୁ ନାହାନ୍ତି । ସେହିଭଳି କଳାକାରମାନଙ୍କୁ ଖୋଜି ଖୋଜି କୁସୁମ ଟିଭି ଚଳଚ୍ଚିତ୍ର ମାଧ୍ୟମରେ ସେମାନଙ୍କ କଳାର ପରିପ୍ରକାଶ କରାଉଥିବାରୁ କୁସୁମ ଟିଭି ବାସ୍ତବରେ ପ୍ରଶଂସାର ପାତ୍ର ବୋଲି ଏହି ଅବସରରେ ଯୋଗ ଦେଇ ଅତିଥିମାନେ ମତବ୍ୟକ୍ତ କରିଥିଲେ । ନୃସିଂହ ନାଥ ନନ୍ଦଙ୍କ ଅଧ୍ୟକ୍ଷତା ତଥା ପ୍ରଫେସର ଅଟଳ ବିହାରୀ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ କୁସୁମ ପ୍ରଡକ୍ସନର ନିର୍ଦ୍ଦେଶକ ଦୀପକ କୁମାର ଅତିଥିଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିଲେ । କୁସୁମ ଟିଭିର ଅଧ୍ୟକ୍ଷା କୁସୁମ ମଞ୍ଜରୀ ଦାସ କୁସୁମ ଟିଭିର ଆତ୍ମ ପ୍ରକାଶ, ଏହାର ଲକ୍ଷ୍ୟ ଏବଂ ଆଗାମୀ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ । ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ଜି.ଆଇ.ଇ.ଟି. ବିଶ୍ୱିଦ୍ୟାଳୟର ପରିଚାଳନା ନିର୍ଦ୍ଦେଶକ ଚନ୍ଦ୍ରଧ୍ୱଜ ପଣ୍ଡା, ମୁଖ୍ୟବକ୍ତା ଭାବେ ଭାରତ ସରକାରଙ୍କ ଆମ୍ବେଦକର ସୋସିଆଲ ଜଷ୍ଟିସ୍ ଆଣ୍ଡ ଏମ୍ପାୱାରମେଣ୍ଟର ସଦସ୍ୟ ଦିଲ୍ଳିପ କୁମାର ବେହେରା, ବରେଣ୍ୟ ଅତିଥି ଭାବେ ପ୍ରାଧ୍ୟାପିକା ଡ. ରାଧାରାଣୀ ମହାପାତ୍ର, ଓଡିଶା ଭିଜିଲାନ୍ସ କାଉନସିଲର ସମ୍ପାଦକ ଲଲିତ କୁମାର ମିଶ୍ର, ସଂସ୍କୃତି ବିଭାଗର ପୂର୍ବତନ ସଚିବ ବନ୍ଧୁ ସେଠୀ, ରାଜ୍ୟ ଓପିଡିର ଅଧ୍ୟକ୍ଷ ସଦାଶିବ ସେଠୀ ଯୋଗ ଦେଇଥିଲେ ।

ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନର ସଭାପତି ଅଜୟ ନାୟକ ଏବଂ ଅତିଥି ଲଲିତ କୁମାର ମିଶ୍ର କୁସୁମ ପ୍ରଡକ୍ସନର ଆଗାମୀ ଚଳଚ୍ଚିତ୍ର ‘ନସା’ ଓ ‘ଇ ଆମର ଗାଁ’ର ପୋଷ୍ଟର ଉନ୍ମୋଚନ କରିଥିଲେ । ପ୍ରତିଭା ସମ୍ମାନ ସମ୍ମାରୋହରେ ଓଡ଼ିଆ ଭାଷା ସାହିତ୍ୟ ଗବେଷକ ଭରତ ଚନ୍ଦ୍ର ଦାସ, ସାମାଜିକ କର୍ମୀ ନିରଞ୍ଜନ ସାହୁ, ଗାୟକ ଗୌରବ ପୀତାମ୍ବର ପଣ୍ଡା, ମଞ୍ଚ କଳାକାର ପ୍ରଫୁଲ୍ଲ ଦତ୍ତ, ନାଟ୍ୟନିର୍ଦ୍ଦେଶକ ନରେନ୍ଦ୍ର ପ୍ରସାଦ ପରିଡା, ନାଟ୍ୟକାର ସୁଧାଂଶୁ ଶେଖର ନାୟକ, ସାମାଜିକ କର୍ମୀ କମଳାକାନ୍ତ ସ୍ୱାଇଁ, ନାଟ୍ୟକାର ପ୍ରଫେସର ଅଟଳ ବିହାରୀ ନାୟକ, ପ୍ରାଧ୍ୟାପିକା ଡ. ରାଧାରାଣୀ ମହାପାତ୍ର, ଟାଉନ ଥାନା ଆଇଆଇସି ସରୋଜିନୀ ସିଂ, ଉଦ୍ୟୋଗପତି ଶିବୁ ପୋଦ୍ଦାର, ମେରାଇନ ଅଫିସର ମଧୁସୂଦନ ଗିରି, ସଂଗଠକ ସୁଦର୍ଶନ ପ୍ରଧାନ, ନାଟ୍ୟନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି, ସାମାଜିକ କର୍ମୀ ଶଚିକାନ୍ତ ପଣ୍ଡା, ରାମ ପ୍ରସାଦ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏମାନଙ୍କ ବ୍ୟତୀତ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପଣ୍ଡା, ମୁଖ୍ୟବକ୍ତା ଶ୍ରୀଯୁକ୍ତ ବେହେରା ଏବଂ ସଭାପତି ଶ୍ରୀଯୁକ୍ତ ନନ୍ଦଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ କୁସୁମ ଟିଭି ପ୍ରାୟୋଜିତ ଚଳଚ୍ଚିତ୍ର ‘ଝିଅ ମୋର ଜଗତଜିତା’ ଓ ‘ଅଭୁଲା ପ୍ରେମର’ର କୃତି କଳାକାରଙ୍କୁ ପ୍ରମାଣପତ୍ର ଦେଇ ସମ୍ମାନିତ କରାଯାଇଥିଲା । କଳାକାରମାନେ ମଞ୍ଚରେ ସେମାନଙ୍କ କଳା ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମକୁ କୁସୁମ ଟିଭି ପରିବାରର ସଦସ୍ୟ ସଦସ୍ୟା ଏବଂ କଳାକାରମାନେ ପରିଚାଳନା କରିଥିଲେ ।

error: Thank You Keep Visiting