ସୁବର୍ଣ୍ଣେଶ୍ୱର ୟୁଥକ୍ଲବ ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରସ୍ତୁତି ବୈଠକ

Straight to the Point

ଭଦ୍ରକ: ବନ୍ତ ବ୍ଲକ ବିଟିପୁର ପଞ୍ଚାୟତ ସୁବର୍ଣ୍ଣେଶ୍ୱର ୟୁଥକ୍ଲବ ଆନୁକୁଲ୍ୟରେ ୧୭ ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆବାହକ କମିଟିର ସଭାପତି ଅଶୋକ କୁମାର ପାଣିଗ୍ରାହୀଙ୍କ ଆବାହକତ୍ୱରେ ଚଳିତ ବର୍ଷ ଅକ୍ଟୋବର ୯ ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ସ୍ତରୀୟ ପୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି । ଉକ୍ତ ଟୁର୍ଣ୍ଣାମେଣ୍ଟରେ ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର, କଟକ, କେନ୍ଦ୍ରପଡ଼ା ଆଦି ଜିଲ୍ଲାରୁ ଅଗ୍ରଣୀ ଫୁଟବଲ ଦଳମାନେ ଅଂଶ ଗ୍ରହଣ କରିବେ । ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଓ ଉଦଯାପନୀ ଦିବସରେ ଅତିଥି ଭାବେ ରାଜ୍ୟ କ୍ରୀଡ଼ାମନ୍ତ୍ରୀ, ସ୍ଥାନୀୟ ସାଂସଦ, ବିଧାୟକ, କ୍ରୀଡ଼ାବିତ ଦିଲ୍ଲିପ ତୀର୍କୀ, ଅଭିନେତା ଅନୁଭବ ମହାନ୍ତିଙ୍କ ସମେତ ବହୁ ମାଣ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେବାର ରହିଛି ବୋଲି ୟୁଥକ୍ଲବର ସଭାପତି ସଂଗ୍ରାମ ଦାସ ଜଣାଇଛନ୍ତି । ଉକ୍ତ ବୈଠକରେ ସମ୍ପାଦକ ବିପିନ ଖଟୁଆ, ଉପସଭାପତି ଚିନ୍ମୟ ମଲ୍ଲିକ, ସହସମ୍ପାଦକ ରମେଶ ମହାନ୍ତି, କ୍ରୀଡ଼ା ସମ୍ପାଦକ ସନ୍ତୋଷ କୁମାର ପରିଡ଼ା, କୋଷାଧ୍ୟକ୍ଷ ସୁରେଶ କୁମାର ପରିଡ଼ା, ସଦସ୍ୟ ଶୁଭ୍ରଜ୍ୟୋତି ପଣ୍ଡାଙ୍କ ସମେତ କ୍ଲବର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ଟୁର୍ଣ୍ଣାମେଣ୍ଟର ସଫଳତା ନେଇ ବିଭିନ୍ନ ଦିଗ ଉପରେ ମତରଖିଥିଲେ ।

error: Thank You Keep Visiting