ଲେଉଟିଲା ଦନ୍ତାହାତୀ: ନଷ୍ଟକଲା ଧାନକ୍ଷେତ ଓ ପନିପରିବା

Straight to the Point

ବନବିଭାଗର ହାତୀ ଘଉଡ଼ାଇବା ଫଳଶୂନ, ସ୍ଥାନୀୟ ଲୋକଙ୍କ ସୋଲାର ଲାଇଟ ବ୍ୟବସ୍ଥା ଦାବୀ

ଭଦ୍ରକ: ଆଜକୁ ଦୀର୍ଘ ୪ ମାସରୁ ଉଦ୍ଧ୍ୱର୍ ହେବ ବନ୍ତ ବ୍ଲକର ପାଟକନା, ରାଉତରାପୁର ସମେତ ହାଟଡ଼ିହୀ ବ୍ଲକର କାନପୁର, ଦନେଇପୁର, ବାଘୁଆ, ସୋସୋ ବାଲିବରେଇ, ନୂଅଗାଁ ଆଦି ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇ ·ଲିଛି । ବନବିଭାଗ ତରଫରୁ ହାତୀ ଘଉଡ଼ାଇବା ପାଇଁ ବିଭିନ୍ନ ତରିକା ଆପଣା ଯାଇଥିଲା, ମାତ୍ର ଗୋଟିଏ ମାସ ପରେ ପୁଣି ଲେଉଟିଛି ଦନ୍ତା ଆଉ ନଷ୍ଟ କରିଛି ବ୍ୟାପକ ·ଷଜମି ଓ ପନିପରିବା ।

ଆଜକୁ ୩ ଦିନ ହେବ ସଂପୃକ୍ତ ଅଞ୍ଚଳବାସୀ ସନ୍ଧ୍ୟା ପରେ ଘରୁ ପଦାକୁ ବାହରିବାକୁ ନିରାପଦ ମଣୁ ନାହାନ୍ତି । ଗୁରୁବାର ଓ ଶୁକ୍ରବାର ଉକ୍ତ ଦନ୍ତାହାତୀଟି ଦନେଇପୁର ଜଙ୍ଗଲ ଦେଇ ପାଟକନାରେ ପହଞ୍ଚି ଗ୍ରାମର ଅର୍ଜୁନ ଘଡ଼େଇ, ନାରଣ ଘଡ଼େଇ, ଜଡ଼ା ଘଡ଼େଇ, ରତ୍ନାକର ଘଡ଼େଇ, ଗଗନ ଘଡ଼େଇ, ଜଗନ୍ନାଥ ଘଡ଼େଇ, ଅନନ୍ତ କିଶୋର ଘଡ଼େଇ, କାର୍ତ୍ତିକ ଘଡ଼େଇ ପ୍ରମୁଖଙ୍କ ପ୍ରାୟ ୬ ଏକର ଧାନକ୍ଷେତ ଦଳି ଚକଟି ସଂମ୍ପୂର୍ଣ୍ଣ ନଷ୍ଟ କରିଦେବା ସହିତ ନିକଟସ୍ଥ ବାଡ଼ିରେ ପଶି ସନାତନ ସାହୁଙ୍କ ବାଇଗଣ, ଭେଣ୍ଡି, ଲଙ୍କା, ଜହ୍ନି ଆଦି ପନିପରିବା ଉଜାଡ଼ି ଦେଇଛି । ୨ଦିନ ଧରି ଗ୍ରାମଲୋକ ଦନ୍ତାର ଉପଦ୍ରବ୍ୟରେ ଶୋଇ ନପାରି ହାତୀ ଘଉଡ଼ାଇବାରେ ବ୍ୟସ୍ତ ରହୁଛନ୍ତି । ଅପରପକ୍ଷେ ହାତୀର ଜୀବନ ରକ୍ଷା କରିବାକୁ ଯାଇ ସନ୍ଧ୍ୟା ପରେ ଉକ୍ତ ଗ୍ରାମ ଗୁଡ଼ିକୁ ବିଦ୍ୟୁତ ସରବରାହ ବିଛିନ୍ନ କରାଯାଉଛି । ଅପରପକ୍ଷେ ଅନ୍ଧାରର ଫାଇଦା ନେଇ ହାତୀଟି ବ୍ୟାପକ ଫସଲ ନଷ୍ଟ କରିବାର ସୁଯୋଗ ପାଉଛି । ଗ୍ରାମବାସୀଙ୍କ ପକ୍ଷରୁ ଏଥି ପୂର୍ବରୁ ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟି ସୋଲାର ଲାଇଟ ବ୍ୟବସ୍ଥା ଦାବୀ ପାଣିର ଗାର ହୋଇଛି । ପ୍ରକାଶଥାଉକି ଏକ ବିଶାଳକାୟ ଦନ୍ତାହାତୀ ହଦଗଡ଼ ଜଙ୍ଗଲରୁ ପଳାଇ ଆସି ଗାଁ ଗଣ୍ଡାରେ ପଶିି କ୍ଷେତବାଡ଼ି ନଷ୍ଟ କରୁଥିବା ବେଳେ ସୋସୋ, କାନପୁର, ନୂଅଗାଁ, ଦନେଇପୁର, ପାଟକନା, ରାଉତରାପୁର ଆଦି ଗ୍ରାମବାସୀଙ୍କ ବାଡ଼ିରେ ପଶି ପଣସ, ସପୁରୀ ସମେତ ପରିବା·ଷକୁ ବ୍ୟାପକ କ୍ଷତି ପହଞ୍ଚାଇଥିଲା । ଗ୍ରାମର ଶତାଧିକ ଲୋକେ ଏକତ୍ରିତ ହୋଇ ବାଣ ଫୁଟାଇ ହାତୀକୁ ଘଉଡ଼ାଇ ଦେଇଥିଲେ ।

ସେହିପରି ଗତଜୁନ ୩୦ ତାରିଖ ବିଳମ୍ବିତ ରାତ୍ର ରେ ପାଟକନା ଗ୍ରାମର ଏକାଧିକ ଲୋକଙ୍କର ଘରକାନ୍ଥ ଭାଙ୍ଗିବା ସହ ·ଳକୁ ଉଲାରି ଫିଙ୍ଗି ଦେଇଥିଲା ଯାହାକୁ ନେଇ ଉକ୍ତ ଗ୍ରାମବାସୀଙ୍କ ମନରେ ଆତଙ୍କ ଖେଳି ଯାଇଥିଲା । ଗତ କିଛିମାସ ପୂର୍ବେ ସୋସୋ ପଞ୍ଚାୟତ କାନପୁର ଗ୍ରାମର ମହିଳା ସଞ୍ଜୁଲତା ରାଉତ(୫୨) ନିଜ ତୋଟାକୁ ଆମ୍ବ ତୋଳିବାକୁ ଯାଇଥିବା ବେଳେ ଉକ୍ତ ଦନ୍ତାହାତୀଟି ତାଙ୍କୁ ଦଳିଚକଟି ମାରିଦେଇ ଥିଲା । ଅନୁରୂପ ଭାବେ ନିକଟସ୍ଥ ଧନୁର୍ଜୟପୁର ପଞ୍ଚାୟତ ରଗୁଡ଼ି ଗ୍ରାମର ଜଗନ୍ନାଥ ମଲ୍ଲିକଙ୍କୁ ଏହି ଦନ୍ତା ହାତୀ ମାରିଦେଇଥିଲା । ସେହିଦିନ ଠାରୁ ଉକ୍ତ ସ୍ଥାନ ଛାଡ଼ି ଦନ୍ତାହାତୀ ଜଙ୍ଗଲକୁ ଫେରୁନାହିଁ । ପୂର୍ବରୁ ଭଦ୍ରକ ଓ ହଦଗଡ଼ ବନ ବିଭାଗ କର୍ମ·ରୀ ମାନେ ଘଟଣାସ୍ଥଳରେ ଡ଼େରାପକାଇ ହାତୀ ଘଉଡ଼ାଇବା ପାଇଁ ବିଭିନ୍ନ ତରିକା ଆପଣାଉଥିଲେ ବି କୌଣସି କିଛି ପ୍ରଭାବ ପଡ଼ୁ ନଥିବାର ଦେଖାଯାଇଛି । ହାତୀଟି ଚକମା ଦେଖାଇ ·ଲିଯାଉଥିବା ବେଳେ ପୁଣି ପୂର୍ବବତ ଫେରି ଏବେ ବ୍ୟାପକ କ୍ଷତି କରି ·ଲିଛି । ତେବେ ଏହି ସବୁ ଅଞ୍ଚଳରେ ·ଷକରି ଜୀବିକା ନିର୍ବାହ କରୁଥିବା ଲୋକେ ସବୁଆଡ଼ୁ ହତାସ ହୋଇ କପାଳକୁ ଆଦରି ଭୟରେ ସନ୍ଧ୍ୟା ପରେ ଘରେ କବାଟକିଳି ରହୁଛନ୍ତି । ବିଦ୍ୟୁତ ସରବରାହ ନେଇ ବିଭାଗୀୟ ଅଧିକାରୀଙ୍କୁ ପଚରାଯାଇଥିବା ବେଳେ ସେ କହନ୍ତି ହାତୀର ସୁରକ୍ଷାକୁ ପ୍ରାଥମିକତା ଦେଇ ଆମେ ବିଦ୍ୟୁତକାଟ କରୁଛୁ । ଏନେଇ ଭଦ୍ରକ ବନବିଭାଗ ରେଞ୍ଜର ରଣଜିତ ମହାନ୍ତି କହନ୍ତି ୨ ଦିନ ଧରି ଆମର ସ୍ୱାର୍ଡ଼ ଘଟଣାସ୍ଥଳରେ ପହଞ୍ଚି ବାଣ ଫୁଟାଇ ହାତୀକୁ ଘଉଡ଼ାଇବାକୁ ଉଦ୍ୟମ କରୁଛନ୍ତି । ଯେଉଁମାନଙ୍କର ଫସଲ ହାନି ହୋଇଛି ସେମାନଙ୍କୁ ସରକାରଙ୍କ ନିୟାମାନୁଯାୟୀ କ୍ଷତିପୂରଣ ମିଳିବ ।

error: Thank You Keep Visiting