ଭୋଟର ତାଲିକା ସଂଶୋଧନ ନେଇ ବ୍ଲକସ୍ତରୀୟ ବୈଠକ

Straight to the Point

ଭଦ୍ରକ: ବନ୍ତ ବ୍ଲକରେ ଥିବା ୨୫ ଗୋଟି ପଞ୍ଚାୟତର ୧୩୯ ଗୋଟି ବୁଥରେ ଭୋଟରତାଲିକା ସଂଶୋଧନ କାର୍ଯ୍ୟକ୍ରମ ନେଇ ଏକ ପ୍ରସ୍ତୁତି ବୈଠକ ଆଜି ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ଜେନା, ବିଡ଼ିଓ ରେବେକା ବିଲଙ୍ଗ, ଗ୍ରାମପଞ୍ଚାୟତ ଅଧିକାରୀ ନିଶିକାନ୍ତ ଖୁଣ୍ଟିଆଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଯୋଗଦେଇ ସଂଶୋଧନ ନିୟମାବଳୀ ଉପରେ ଆଲୋଚନା କରିଥିଲେ । ଯେଉଁମାନଙ୍କର ବୟସ ୧-୧-୨୦୨୦ ସୁଦ୍ଧା ୧୮ ବର୍ଷ ହୋଇଥିବ ସେମାନେ ଭୋଟର ତାଲିକାରେ ସ୍ଥାନିତ ହେବେ । ଏଥିସହ ମୃତ୍ୟୁ ବରଣ କରିଥିବା, ସ୍ଥାନ୍ତାନ୍ତରିତ, ବିବାହିତ ହୋଇଥିବା ବ୍ୟକ୍ତିମାନଙ୍କ ନାମ ଯୋଡ଼ିବା ଓ କାଟିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ସେପ୍ଟମ୍ବର ୧ ରେ ପ୍ରତ୍ୟେକ ବୁଥ ସ୍ତରରେ ନିଯୁକ୍ତ ଅଫିସର ନିଜନିଜର ବୁଥରେ ସଂଶୋଧନ ଉଦ୍ଦେଶ୍ୟରେ ବସିବେ ଓ ତାଙ୍କୁ ବିଭିନ୍ନ ରାଜନୈତିକ ଦଳର ସଦସ୍ୟବୃନ୍ଦ ତଥା ସ୍ଥାନୀୟ ଲୋକେ ତାଲିକା ସଂଶୋଧନରେ ସହାଯ୍ୟ ସହଯୋଗ କରିବେ । ବୁଥ ସ୍ତରୀୟ ନିଯୁକ୍ତ ଅଫିସରଙ୍କ କାର୍ଯ୍ୟକୁ ୧୩ ଜଣ ବ୍ଲକ ସୁପରଭାଇଜର ତଦାରଖ କରିବେ । ଏହି ବୈଠକରେ ବିଜେଡ଼ି ପକ୍ଷରୁ କମଳାକାନ୍ତ ସାହୁ, ସିପିଆଇର ଗୋପବନ୍ଧୁ ସେଠୀ, କଂଗ୍ରେସର ନିରଞ୍ଜନ ମଲ୍ଲିକଙ୍କ ସମେତ ବ୍ଲକ ସୁପରଭାଇଜର ରତିକାନ୍ତ ମଲ୍ଲିକ, ଗୌରୀଶଙ୍କର ସରୋଜ କୁମାର ଜେନା, ସୁଧୀର କୁମାର ରାଉତ, କାର୍ତ୍ତିକ ଚନ୍ଦ୍ର ପଣ୍ଡା, ଭାଗିରଥୀ ସେଠୀ, ଦିନବନ୍ଧୁ ରାଉତ, ନରେନ୍ଦ୍ର ବାରିକ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

error: Thank You Keep Visiting