ଚିଙ୍ଗୁଡ଼ି ବ୍ୟବସାୟୀଙ୍କୁ ବମ୍ ପକାଇ ଆକ୍ରମଣ।

Straight to the Point

ଆରଡ଼ି (ଓଡ଼ିଶାଜର୍ଣ୍ଣାଲ ) ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ବାଲୁକିରି ଛକ ନିକଟରେ ଗତ କାଲି ବିଳମ୍ବିତ ରାତିରେ ଚିଙ୍ଗୁଡ଼ି ବ୍ୟବସାୟୀଙ୍କୁ ବମ୍ ପକାଇ ଆକ୍ରମଣ, ୨ଜଣ ଗୁରୁତ୍ୱର ଆହତ। କଟକ ସ୍ଥାନାନ୍ତରିତ। ଯୁବକ ଦୁଇ ଜଣ ସ୍ଥାନୀୟ ଯୋଗୀ ପୋଖରୀ ଗାଁର ପପୁ ସାମଲ ଓ ଗୌରାହରି ମାଝୀ । ଗତକାଲି ବିଳମ୍ବିତ ରାତିରେ ପପୁ ସାମଲ ଓ ଗୌରାହରି ମାଝୀ  ସମେତ ୫ଜଣ ଯୁବକ ଚାନ୍ଦବାଲି-ଧାମରା ରାସ୍ତା ବାଲୁକିରି ନିକଟରେ ନିଜ ଚିଙ୍ଗୁଡ଼ି ପୋଖରୀ ନିକଟରେ ଛିଡ଼ା ହୋଇଥିବା ବେଳେ ଅଚାନକ କେତେଜଣ ଯୁବକ ତାଙ୍କ ଉପରକୁ ୩ଟି ବୋମା ଫିଙ୍ଗିଥିଲେ। ବୋମା ପଡ଼ି ପପୁ ଓରଫ ବସନ୍ତ  ସାମଲ ଓ ଗୌରାହରି ଓରଫ ଜଡା ମାଝୀ ଗୁରୁତ୍ୱର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରଥମେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଣାଯାଇଥଲା ସେଠାରୁ କଟକ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ଘଟଣା ସ୍ଥଳରେ ଚାନ୍ଦବାଲି ପୋଲିସ୍ ପହଁଚି ତଦନ୍ତ ଚଳାଇଛି। ତେବେ ବୋମା ପକାଇବାର ଉଦେଶ୍ୟ ଜଣାପଡିନଥିବା ବେଳେ ପପୁ ଓରଫ ବସନ୍ତ ଜଣେ ଚିଙ୍ଗୁଡ଼ି ଚାଷୀ ଓ ବ୍ୟବସାୟୀ କାର୍ଯ୍ୟ କରନ୍ତି।

error: Thank You Keep Visiting