ନୃତ୍ୟଶିଳ୍ପୀ ଇତିଶ୍ରୀ ପାଇଲେ ମୋହିନୀ ପୁରସ୍କାର

Straight to the Point

ଭଦ୍ରକ (ଓଡ଼ିଶା ଜର୍ଣ୍ଣାଲ): ଭୁବନେଶ୍ୱର ଭଞ୍ଜ କଳା ମଣ୍ଡପ ଠାରେ ସାଂସ୍କୃତିକ ଅନୁଷ୍ଠାନ ସାଇ ଅାରାଧନା ଡ଼େନ୍ସ ଏକାଡ଼େମୀ ପକ୍ଷରୁ ମୋହିନୀ କ୍ଲାସିକାଲ ନୃତ୍ୟ ଉସତ୍ବ ଅନୁଷ୍ଠିତ ହୋଇ ଯାଇଛି ଏଥିରେ ଭଦ୍ରକ ମଞ୍ୁଳା ମଞ୍ଜରୀ ଶିଶୁ ବିଦ୍ୟାମନ୍ଦିରର 8ମଶ୍ରେଣୀର ଛାତ୍ରୀ କୁମାରୀ ଇତିଶ୍ରୀ ବେହେରା ଉଚ୍ଚକୋଟୀର ନୃତ୍ୟ ପରିବେଷଣ କରି ମୋହିନୀ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ଏକ ସ୍ବତନ୍ତ୍ର ଉସତ୍ବରେ ଅତିଥି ଉପେନ୍ଦ୍ର ଶର୍ମା, ରଞ୍ଜନ ପ୍ରସାଦ ଦାସଙ୍କ ଦ୍ୱାରା ତାଙ୍କୁ ଟ୍ରଫି ଏବଂ ସମ୍ବର୍ଦ୍ଧନା ପତ୍ର ପ୍ରଦାନ କରାଯାଇଛି ପିତା ନରେନ୍ଦ୍ର ବେହେରା ମାତା ପବିତ୍ରା ବେହେରାଙ୍କ କନ୍ୟା ଇତିଶ୍ରୀ ଜଣେ ମେଧାବୀ ଛାତ୍ରୀ ଅଟନ୍ତି ସେ ଏବେ ମନ୍ଦିରା ଡ଼୍ୟାନ୍ସ ସ୍କୁଲର ନୃତ୍ୟଗୁରୁ ଶେଷପଦ୍ମା ଜେନାଙ୍କ ଠାରୁ ନୃତ୍ୟଶିକ୍ଷା ଗ୍ରହଣ କରୁଛନ୍ତି ଏଥି ପୂର୍ବରୁ ସେ କଲିକତାରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ପୁରସ୍କାର, ଇଟିକିଲି ମିଟିକିଲି ରାଜ୍ୟ ସ୍ତରୀୟ ପ୍ରତିଭା ସମ୍ମାନ, ପ୍ରାର୍ଥନା ଚ୍ୟାନାଲରେ ନୂପୁର, ସାର୍ଥକ ଚ୍ୟାନାଲର ଡ଼େନ୍ସ ଓଡ଼ିଶା ଡ଼େନ୍ସ, ଯାଜପୁର ବିରଜା ରଙ୍ଗ ମହୋସତ୍ବ, ଭଦ୍ରକ ବାଣିଜ୍ୟମେଳା, ପୁରୀ ଅଭିନୟନା ଡ଼୍ୟାନ୍ସ ଏକାଡ଼େମୀ ଅାଦି ବିଭିନ୍ନ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନରୁ ଉଚ୍ଚକୋଟୀର ନୃତ୍ୟ ପରିବେଷଣ କରି ପୁରସ୍କୃତ ହୋଇ ଜିଲ୍ଲା ପାଇଁ ଗୌରବ ଅାଣି ପାରିଛନ୍ତି|

error: Thank You Keep Visiting