ଭାରତୀୟ ଡାକ ସେବା ଦ୍ୱାରା ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ

Straight to the Point

ଆରଡ଼ି (ଓଡ଼ିଶା ଜର୍ଣ୍ଣାଲ): ଭଦ୍ରକ ଜିଲ୍ଲାର ପ୍ରମୁଖ ଶୈବପୀଠ ଆଖଣ୍ଡଳମଣି ଧାମରେ ଭାରତୀୟ ଡାକସେବା ପକ୍ଷରୁ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ଡାକସେବାର କର୍ମଚାରୀମାନେ ଏକ ରାଲିକରି ଆରଡ଼ି ବଜାର ପରିକ୍ରମା କରିବା ସହିତ ଲୋକଙ୍କୁ ସଚେତନା କରୁଥିଲେ । ପ୍ଲାଷ୍ଟିକ ଜିନିଷ ବନ୍ଦ କରିବା ପାଇଁ ବିଭିନ୍ନ ପ୍ରକାର ପଲିଥିନ ଅଳିଆ ଆବର୍ଜନାକୁ ଏଣେତେଣେ ନପକାଇ ଡ଼ସ୍ତବିନରେ ପକାଇବା ଲାଗି ଲୋକମାନଙ୍କୁ ପରାମର୍ଶ ଦେଉଥିଲେ । ‘ପ୍ଲାଷ୍ଟିକ ହଟାନ୍ତୁ ରୋଗ ଦାଉରୁ ରକ୍ଷା ପାଆନ୍ତୁ’ ଏଭଳି ବିଭିନ୍ନ ନାରାବାଜି କରି ସ୍ଥାନୀୟ ଲୋକମାନଙ୍କୁ ସଚେତନ କରିଥିଲେ ।

error: Thank You Keep Visiting