ଶ୍ରୀ ବଳଦେବଜୀଉ କ୍ଷେତ୍ରରେ ହବିଷାଳୀଙ୍କ ପାଇଁ ଆଶ୍ରୟ ସ୍ଥଳ ବ୍ୟବସ୍ଥା

Straight to the Point

କେନ୍ଦ୍ରାପଡା: କେନ୍ଦ୍ରାପଡାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ତୁଳସୀ କ୍ଷେତ୍ରରେ ହବିଷାଳୀ ବ୍ୟବସ୍ଥା ନଥିବାରୁ ଜିଲ୍ଲା ଏବଂ ଜିଲ୍ଲା ବାହାରୁ ଅନେକ ଭକ୍ତ ଆସିବାର ଇଚ୍ଛା ଥିଲେ ମଧ୍ୟ ହବିଷ ପାଳନ ପାଇଁ ବ୍ୟବସ୍ଥା ନଥିବାରୁ ଆସିପାରୁ ନାହାଁନ୍ତି । କେନ୍ଦ୍ରାପଡାରେ ଦିବ୍ୟ ଜୀବନ ସଂଘର ଗରାପରସ୍ଥିତ ଶିବାନନ୍ଦ ଆଶ୍ରମର ପ୍ରତିଷ୍ଠାତା ଶ୍ରୀମା ଦିବ୍ୟ ସ୍ୱରୂପାନନ୍ଦଜୀଙ୍କ ପ୍ରଚେଷ୍ଟାରେ ପଂଚୁକରେ ହବିଷାଳୀ ବ୍ୟବସ୍ଥା କରାଯାଇଛି । ଆସନ୍ତା ୮ ତାରିଖ ଠାରୁ ୧୨ ତାରିଖ ପୂର୍ଣ୍ଣିମା ପର୍ଯ୍ୟନ୍ତ ହବିଷ୍ୟାଳି ମାନଙ୍କ ରହିବା ଓ ଖାଦ୍ୟ, ପାନୀୟର ବ୍ୟବସ୍ଥା କରିବା ସହ ଅନେକ ସାଧୁ ସନ୍ଥ ମାନଙ୍କ ଉପସ୍ଥିତିରେ କାର୍ତ୍ତିକ ପଂଚୁକ ବ୍ରତର ଶୁଭାରମ୍ଭ କରାଯିବ । ଏଥିନିମନ୍ତେ କେନ୍ଦ୍ରାପଡା  ସାଂସଦ,ବିଧାୟକ, ଜିଲ୍ଲାପାଳଙ୍କ ସମେତ  ବହୁ ଉଚ୍ଚ ପଦସ୍ଥ ଅଧିକାରୀମାନଙ୍କୁ ନିମନ୍ତ୍ରିତ କରାଯାଇଥିବା  ଦିବ୍ୟ ଜୀବନ ସଂଘ ଶିବାନନ୍ଦ ଆଶ୍ରମ  ପକ୍ଷରୁ ସଂପାଦିକା ପ୍ରମିଳା ବରାଳ ଓ ସହ ସଂପାଦିକା ଦ୍ରୈାପ୍ରଦୀ ରାଉତ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

error: Thank You Keep Visiting