ରେବ ନଦୀରେ ବୁଡି ୮ ବର୍ଷ ବାଳକର ମୃତ୍ୟୁ; ଡାକ୍ତରଙ୍କ ଅନୁପସ୍ଥିତିକୁ ଦାୟୀ କଲା ପରିବାର

Straight to the Point

ଭଦ୍ରକ : ଏହି ଜିଲାର ଧାମନଗର ବ୍ଲକ୍ ଅଧୀନସ୍ଥ ଫତେପୁର ପଂଚାୟତର ଦିନାଜପୁର ଗ୍ରାମରେ ଜଣେ ୮ ବର୍ଷର ନାବାଳକ ରେବ ନଦୀରେ ଗାଧୋଉଥିବାବେଳେ ପାଣିରେ ବୁଡି ଯାଇଥିଲା । ପରିବାର ଲୋକେ ତାକୁ ସ୍ଥାନୀୟ ଅସୁରାଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ ମଧ୍ୟ କର୍ମଚାରୀ ଓ ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁଁ ସେଠାରେ ତାର ମୃତ୍ୟୁ ଘଟିଲା ବୋଲି ଅଭିଯୋଗ କରିଛନ୍ତି ତାର ପରିବାର ଲୋକେ । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଦିନାଜପୁର ଗ୍ରାମର ବାସୁଦେବ ରାଉତଙ୍କ ପୁତ୍ର ଶୁଭଙ୍କର (୮) ରେବ ନଦୀକୁ ଗାଧୋଇବାକୁ ଯାଇ ବୁଡିଯାଇଥିଲା । ତାକୁ ଗ୍ରାମବାସୀମାନେ ଉଦ୍ଧାର କରି ଅସୁରାଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ମାତ୍ର ସେତେବେଳେ ଡାକ୍ତରଖାନାରେ ଡାକ୍ତର ଓ କର୍ମଚାରୀ କେହି ନଥିଲେ । ଫଳରେ ମୃତ ଶୁଭଙ୍କରଙ୍କ ଭାଇ ସୁଶାନ୍ତ ଦୁଇଘଣ୍ଟାରୁ ଉଦ୍ଧ୍ୱର୍ ଧରି ଉପସ୍ଥିତ କର୍ମଚାରୀଙ୍କୁ ଯେତେ ନେହୁରା ହୋଇଥିଲେ ବି କେହି ଶୁଣିନଥିଲେ । ଫଳରେ ଭଦ୍ରକ ଡାକ୍ତରଖାନାକୁ ଶୁଭଙ୍କରକୁ ନେଇ ପହଞ୍ôଚବା ପରେ ଡାକ୍ତରମାନେ ତାକୁ ମୃତ ଘୋଷଣା କରିଥିଲେ । ଏଣୁ ପାଣିରେ ବୁଡି ଦୀର୍ଘ ୨ ଘଣ୍ଟା ଜୀବିତ ଥିବା ଶୁଭଙ୍କରର ମୃତ୍ୟୁ ପାଇଁ ଡାକ୍ତର ଓ କର୍ମଚାରୀଙ୍କୁ ଦାୟୀ କରିଛନ୍ତି ପରିବାର ଲୋକେ । ଏବଂ ଏହି ଘଟଣାର ଏକ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ତାଙ୍କୁ ନ୍ୟାୟ ମିଳୁ ବୋଲି ଶୁଭଙ୍କରଙ୍କ ବଡଭାଇ ସୁଶାନ୍ତ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *

error: Thank You Keep Visiting