କଲେଜ ଛାତ୍ରଙ୍କ ଆତ୍ମହତ୍ୟା

Straight to the Point

ଭଦ୍ରକ : ଭଣ୍ଡାରିପୋଖରୀ ଥାନା ଅଧୀନସ୍ଥ ଦକ୍ଷିଣବାଡ ପଂଚାୟତ ପାଳଦା ଗ୍ରାମର ଅରୁଣ ଜେନାଙ୍କ ପୁତ୍ର ପବିତ୍ର (୧୭) ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବାର ଜଣାଯାଇଛି । ଆତ୍ମହତ୍ୟା କରିବା ସମୟରେ ତାର  ଶବ୍ଦ ଶୁଣି ପରିବାର ଲୋକେ ପବିତ୍ରକୁ ଉଦ୍ଧାର କରି ଭଣ୍ଡାରିପୋଖରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ । ମାତ୍ର ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାକୁ ଭଦ୍ରକ ପଠାଯାଇଥିଲା । ମାତ୍ର ସେଠାରେ ଡାକ୍ତରମାନେ ତାକୁ ମୃତ ଘୋଷଣା କରିଥିଲେ । ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ପବିତ୍ର ଭଣ୍ଡାରିପୋଖରୀ କଲେଜରେ +୨ ପ୍ରଥମ ବର୍ଷ କଳାରେ ଅଧ୍ୟୟନ କରୁଥିବାର ଜଣାପଡିଛି ।

Leave a Reply

Your email address will not be published. Required fields are marked *

error: Thank You Keep Visiting