ସାଂସଦଙ୍କ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଘଟଣାକୁ ନେଇ ବିକ୍ଷୋଭ
ଭଦ୍ରକ: କେନ୍ଦ୍ରାପଡା ସାଂସଦଙ୍କ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଘଟଣାକୁ ନେଇ ଭଦ୍ରକ ଜିଲ୍ଲା ବାସୁଦେବପୁରର କାର୍ଯ୍ୟରତ ସାମ୍ବାଦିକମାନେ ମିଳିତ ଭାବରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ସ୍ଥାନୀୟ ଭାରପ୍ରାପ୍ତ ତହସିଲଦାରଙ୍କୁ ପ୍ରଦାନ କରାଯାଇଛି । ବାସୁବେପୁର ପ୍ରେସ କ୍ଲବର ସଭାପତି ରମାକାନ୍ତ ବାରିକଙ୍କ ଆବାହକତ୍ୱରେ ସଂପାଦକ ନୀରଦ ଦାଶ, କିରିଟି ଦାସ , ଲକ୍ଷ୍ମୀକାନ୍ତ ନାଥ, ସୁବାସଚନ୍ଦ୍ର ସନ୍ଧିବିଗ୍ରହ,ତରୁଣାନନ୍ଦ ମହାନ୍ତି, ଶୁଭକାନ୍ତ ରାଉତ, ରଞ୍ଜନ ନାୟକ,ମହେଶ୍ୱର ଧଳ, ବୋଶିଷ ମହାନ୍ତି, ଗୈାତମ ଦେ, ପ୍ରଶାନ୍ତ ଦାଶ, ସ୍ୱାଧୀନ ଡାଙ୍ଗୁଆ, ସତ୍ୟକାନ୍ତ ନାୟକ, ବୃନ୍ଦାବନ ମହାନ୍ତି, ମୋହନ ମହାକୁଡ, ପ୍ରଦୀପ୍ତକୁମାର ମହାନ୍ତିପ୍ରମୁଖଙ୍କ ସହ ସମସ୍ତ କାର୍ଯ୍ୟରତ ସାମ୍ବାଦିକ ଉପସ୍ଥିତ ରହିଥିଲେ । ଶେଷରେ ତହସିଲ ଓ ଥାନା ଫାଟକ ସମ୍ମୁଖରେ ସାଂସଦଙ୍କ କୁଶ ପୁତଳିକା ଦାହ କରି କାର୍ଯ୍ୟାନୁଷ୍ଠାନ ଦାବୀ କରାଯାଇଥିଲା ।