ଶାନ୍ତିପୂର୍ଣ୍ଣ ଭାବେ ପବିତ୍ର ଇଦ୍-ମିଲାଦୁନ ପାଳନ ପାଇଁ ଅନୁରୋଧ

Straight to the Point

ଭଦ୍ରକ: ଆସନ୍ତା ୧୦ ରେ ହଜରତ୍ ପ୍ରଫେଟ ମହମ୍ମଦଙ୍କ ପବିତ୍ର ଜନ୍ମ ଜୟନ୍ତୀ ପାଳିତ ହେବାକୁ ଯାଉଛି । ଏଣୁ  ଭଦ୍ରକ ସହରବାସୀଙ୍କ ମଧ୍ୟରେ ଉଭୟ ସଂପ୍ରଦାୟକୁ ନେଇ ଦୀର୍ଘବର୍ଷରୁ ରହିଆସୁଥିବା ଭାଇଚାରା ଓ ଶାନ୍ତି ମୈତ୍ରୀ ବଜାୟ ରଖିବାକୁ ଆଜି ଭଦ୍ରକ ମୁସ୍ଲିମ୍ ଜମାତର ସଭାପତି ହାଜି ମହ୍ମମଦ ଅବଦୁଲ ବାରି ଏକ ପ୍ରେସ୍ ବିବୃତ୍ତିରେ ଅନୁରୋଧ କରିଛନ୍ତି ।  ସେ ଦେଇଥିବା ସୂଚନା ମୂଳେ ଚଳିତ ମାସ ୧୦ ତାରିଖରେ  ସ୍ଥାନୀୟ ପୁରୁଣାବଜାର ଚୌଖଣ୍ଡିରୁ ଏକ ଜୁଲୁସ୍ (ମେଢ), କାଫେଲା ଶୋଭାଯାତ୍ରା ବାହାରିବ । ଏହି ଶୋଭାଯାତ୍ରାରେ ବିଭିନ୍ନ ସାହି ସର୍ଦ୍ଦାରଙ୍କ ଉପସ୍ଥିତ ଓ ସହଯୋଗରେ ନିଜ ନିଜ ଗ୍ରାମରୁ ୭୧ଗୋଟି ଜୁଲୁସ ଓ କାଫେଲା ବାହାରି ଚୌଖଣ୍ଡି ଜୁଲୁସ ପଛରେ ସାମିଲ ହୋଇ ସହର ପରିକ୍ରମା କରି ମଦିନା ମଇଦାନରେ ପହଞ୍ଚିବ । ମଦିନା ମଇଦାନ ଠାରେ  ସନ୍ଦ୍ୟା ୭ ଘଟିକା ସମୟରେ ଧର୍ମସଭା ଅନୁଷ୍ଠିତ ହେବ । ଏହି ଧର୍ମସଭାରେ ରାଜ୍ୟ ଓ ରାଜ୍ୟ ବାହାରୁ ମୌଲାନା (ପଣ୍ଡିତ) ଓ ସାଏର (କବି) ମାନେ ଯୋଗ ଦେଇ ହଜରତ ପ୍ରଫେଟ ମହମ୍ମଦଙ୍କ ଜୀବନୀ ବାଣୀ ଉପରେ ଆଲୋକପାତ କରିବେ । ଏଣୁ ଏହି କାର୍ଯ୍ୟକ୍ରମରେ ଜିଲ୍ଳା ପ୍ରଶାସନର ସମସ୍ତ ଅଧିକାରୀ ଏବଂ ଉଭୟ ସମ୍ପ୍ରଦାୟର ଜନସାଧାରଣ ସାହାଯ୍ୟ କରିବାକୁ ସେ ଅନୁରୋଧ କରିଛନ୍ତି । 

Leave a Reply

Your email address will not be published. Required fields are marked *

error: Thank You Keep Visiting