ସ୍ୱାସ୍ଥ୍ୟସେବାର ସଙ୍କୁଚିତ କଳେବରରୁ ମିଳୁନି ମୁକ୍ତି

Straight to the Point

ଭଦ୍ରକ: ସରକାର ସ୍ୱାସ୍ଥ୍ୟସେବାକୁ ଅଧିକ ଗୁରୁତ୍ୱ ଦେଉଥିବା ବେଳେ ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକରେ କେଉଁଠି ଡାକ୍ତରଙ୍କ ଅଭାବ ସାଙ୍ଗକୁ କେଉଁଠି କର୍ମଚାରୀ ଆଉ ଗୃହର ଅଭାବ ସ୍ୱାସ୍ଥ୍ୟସେବା ପ୍ରଦାନରେ ପ୍ରତିବନ୍ଧକ ସାଜିଛି । ସରକାରୀ ଭାବେ ଏହି ବ୍ଲକରେ ଗୋଟିଏ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ୪ଟି ପ୍ରାଥମିକ ଚିକିତ୍ସ ।କେନ୍ଦ୍ର ରହିଛି । ତେବେ ବହୁ ପଞ୍ଚାୟତରେ ଉପକେନ୍ଦ୍ରମାନ ପ୍ରତିଷ୍ଠା ହୋଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଟି ଆଗରପଡାରେ ଥିବାବେଳେ ଚାରୋଟି ପ୍ରାଥମିକ ଚିକିତ୍ସ ।କେନ୍ଦ୍ର ଯଥାକ୍ରମେ ବନ୍ତ, ଅଢାଳପଙ୍କ, କାଦବରାଙ୍ଗ ଓ କେନ୍ଦୁଆପଦାରେ ରହିଛି । ଉକ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକରେ ସ୍ଥାୟୀ ଡାକ୍ତର, କର୍ମଚାରୀ ଓ ଆବଶ୍ୟକ ଗୃହର ଅଭାବ ଲାଗି ରହିଥିଲେ ମଧ୍ୟ ଏହା ପୂରଣ ହୋଇପାରୁନି । ସେହିପରି ଉପକେନ୍ଦ୍ରଗୁଡିକ ନିର୍ମାଣ ପରେ ସେଥିରେ ତାଲା ଝୁଲୁଛି । ଏହି କେନ୍ଦ୍ରଗୁଡିକ ଆୟୁଷ ଡାକ୍ତର ଓ ଫାର୍ମାସିଷ୍ଟଙ୍କୁ ନେଇ ଚାଲୁଛି । ପ୍ରାଥମିକ ଚିକିତ୍ସ ।କେନ୍ଦ୍ର ମଧ୍ୟରୁ ବନ୍ତରେ ଥିବା ସର୍ବ ପୁରାତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ୟତମ । ଏହି କେନ୍ଦ୍ରକୁ ୬୧ ବର୍ଷ ଛୁଇଁଥିଲେ ହେଁ ଦୀପତଳ ଅନ୍ଧାର ପରି ଏହାର ପାରିପାଶ୍ୱର୍ିକ ଅବସ୍ଥାରେ ଅଦ୍ୟାବଧି ପରିବର୍ତ୍ତନ ଆସିନାହିଁ । ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଦୁଇ ଜଣ ଏଲୋପ୍ୟାଥିକ ଡାକ୍ତରଙ୍କ ଆବଶ୍ୟକତା ରହିଛି । ରାଜନୈତିକ ନେତାଙ୍କ ଇଛାଶକ୍ତିର ଅଭାବ ଓ ପ୍ରଶାସନିକ ଉଦାସୀନତା କାରଣରୁ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଏ ପର୍ଯ୍ୟନ୍ତ ରୋଗୀଙ୍କ ସର୍ବନିମ୍ନ ଆବଶ୍ୟକତା ପୂରଣ କରିପାରୁନି । ଏହି ସ୍ୱାସ୍ଥ୍ୟକେନ୍ଦ୍ର ଭଦ୍ରକ-ଆନନ୍ଦପୁର ୫୩ ନଂ ରାସ୍ତା ପାଶ୍ୱର୍ରେ ଅବସ୍ଥିତ ଥିବାରୁ ଏହା ଉପରେ ୧୨ରୁ ଊଦ୍ଧ୍ୱର୍ ପଞ୍ଚାୟତର ପ୍ରାୟ ୫୦ ହଜାର ଲୋକ ନିର୍ଭର କରନ୍ତି । ବର୍ତ୍ତମାନ ବ୍ୟବହୃତ ହେଉଥିବା ପ୍ରକୋଷ୍ଠଗୁଡିକରେ ଔଷଧ ବିତରଣ, ଡ୍ରେସିଂ ରୁମ, ଷ୍ଟୋର, ବହିର୍ବିଭାଗ, ପ୍ରସୂତି ଗୃହର ଅଭାବ ରହିଛି । ଏଥିରୁ ମୁକ୍ତି ପାଇଁ ନିର୍ମାଣ ହୋଇଥିବା ଘରଗୁଡିକ ୨ ବର୍ଷ ହେବ ଅଧପନ୍ତରିଆ ଭାବେ ପଡିରହିଛି । ସେହିପରି ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ମୁତାବକ ଡାକ୍ତର ନିଯୁକ୍ତି କରିବା ଜରୁରୀ ହୋଇପଡିଛି । ଅନ୍ୟପକ୍ଷରେ ବର୍ତ୍ତମାନ ଡେଙ୍ଗୁ, ମ୍ୟଲେରିଆ, ଡାଇରିଆ ରୋଗ ବ୍ୟାପୀବାର ସମ୍ଭାବନା ଥିବାରୁ ପ୍ରତିଶେଧକ ବ୍ୟବସ୍ଥା ପାଇଁ ଏଠାରେ ଆବଶ୍ୟକ ସରଞ୍ଜାମ ନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳୁଛି । ଏହିସୁବୁ ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀ ଓ ନେତୃବୃନ୍ଦ ଶୁଭଦୃଷ୍ଟି ଦେବାକୁ ଦାବି ହେଉଛି ।

error: Thank You Keep Visiting