ଆଞ୍ଚଳିକ ପରିଷଦ ପକ୍ଷରୁ ବନ୍ଦ୍ ପାଳନ ସଫଳ ପରେ ମଧ୍ୟ ନିମ୍ନମାନର ସ୍ବାସ୍ଥ୍ୟ ସେବା

An Independent Media

ଧୁଷୁରି: ଭଦ୍ରକ ଜିଲ୍ଲା ଧୂଷୁରୀ ଠାରେ ମେଡିକାଲରେ ଲାଗିରହିଥିବା ବିଭିନ୍ନ ସମସ୍ୟା ଓ ନିମ୍ନମାନର ସ୍ୱାସ୍ଥ୍ୟ ସେବାକୁ ନେଇ ଆଜି ୧୨ ଘଣ୍ଟିଆ ଧୂଷୁରୀ ବନ୍ଦ ପାଳନ ହେଉଛି । ଧୂଷୁରୀ ମେଡିକାଲରେ ଲାଗିରହିଥିବା ସମସ୍ୟା, ମେଡିକାଲରେ ୨୪ ଘଣ୍ଟିଆ ସେବା ପ୍ରଦାନ, ସ୍ଥାୟୀ ଆମ୍ବୁଲାନ୍ସ ସେବା, ସ୍ଥାନୀୟ ମେଡିକାଲରେ ସ୍ଥାୟୀ ଡାକ୍ତର ନିଯୁକ୍ତି ସହ ଆହୁରି ଅନେକ ଦାବି ପୂରଣ ପାଇଁ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଭଦ୍ରକ-ଆଖଣ୍ଡଳମଣି ରାସ୍ତାର ଧୂଷୁରୀ ନିକଟରେ ରାଜ୍ୟ ରାଜପଥକୁ ଆନ୍ଦୋଳନକାରୀ ମାନେ ଅବରୋଧ କରିଛନ୍ତି । ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ବହୁ ଗାଡି ଛିଡା ହୋଇ ରହିଛି । ଧୂଷୁରୀ ବନ୍ଦ ପାଳନ ଡାକରା ଆଜି ସକାଳୁ ଦେଖିବାକୁ ମିଳିଛି । ଧୂଷୁରୀ ଅଞ୍ଚଳରେ ଥିବା ଦେକାନ, ବଜାର ବନ୍ଦ ହୋଇ ରହିଛି । ସ୍ଥାନୀୟ ଲୋକ ମାନେ ନାହିଁ ନଥିବାର ଅସୁବିଧାରୁ ସମ୍ମୁଖିନ ହୋଉଛନ୍ତି । ଯେ ପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି ସେ ପର୍ଯ୍ୟନ୍ତ ଏହି ଅନ୍ଦୋଳନ ବ୍ୟାପକ କରାଯିବ ବୋଲି ଆଞ୍ଚଳିକ ପରିଷଦ ପକ୍ଷରୁ ସୂଚନା ମିଳିଛି ।

error: Thank You Keep Visiting