ଶବକୁ ଅସମ୍ମାନ; ବାଇକରେ ବୁହାହେଲା ଶବ

An Independent Media

ରାୟଗଡ଼: ପୁଣି ଶବକୁ ଅସମ୍ମାନ। ମହାପ୍ରୟାଣ ଗାଡି ଅଭାବରେ ପୁଣି ବାଇକରେ ବୁହାହେଲା ଶବ। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ ବ୍ଲକ୍ କୁମୁଳାସିଂ ପଞ୍ଚାୟତର ହାତୀବାଡ଼ି ଗ୍ରାମରେ । ହାତୀବାଡ଼ି ଗ୍ରାମର ଗୋବିନ୍ଦ ଭୂୟାଁ କିଛିଦିନ ହେଲା ଅସୁସ୍ଥ ଥିଲେ । ପରେ ତାଙ୍କୁ ରାୟଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ତାଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବାକୁ କହିଥିଲେ । କିନ୍ତୁ ସେହି ସମୟରେ ଗୋବିନ୍ଦଙ୍କୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗୋବିନ୍ଦ ଭୂୟାଁଙ୍କର ଚିକିତ୍ସାଧୀନ ଅବସ୍ଥାରେ ଶନିବାର ଦିନ ମୃତ୍ୟୁ ଘଟିଥିଲା । କିନ୍ତୁ ଶବ ନେବାକୁ ତାଙ୍କ ପରିବାର ଲୋକଙ୍କୁ ମିଳିଲାନି ମହାପ୍ରୟାଣ ଗାଡ଼ି । ଫଳରେ ପରିବାର ଲୋକେ ଗ୍ରାମବାସୀଙ୍କ ସହାୟତାରେ ଏକ ବାଇକ୍‌ରେ ବୃଦ୍ଧ ଗୋବିନ୍ଦଙ୍କ ଶବକୁ ଗାଁକୁ ନେଇ ଆସିଛନ୍ତି । ମୃତକ ହେଲେ ୬୨ବର୍ଷିୟ ବୃଦ୍ଧ ଗୋବିନ୍ଦ ଭୂୟାଁ । ମୃତଦେହ ଗାଁକୁ ନେବା ପାଇଁ କୌଣସି ବ୍ୟବସ୍ଥା ନକରି ନିଜ ବ୍ୟବସ୍ଥାରେ ନେବା ପାଇଁ ଡାକ୍ତର ତାଙ୍କୁ କହିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।ଡାକ୍ତରଖାନାରୁ ଗାଁକୁ ମୃତଦେହ ନେବା ପାଇଁ ମାତ୍ର ୫ କମି ରାସ୍ତା ପାଇଁ ଅଟୋଚାଳକ ୩୫ଶହ ଟଙ୍କା ମାଗିଥିଲେ । ମୃତକଙ୍କ ପରିବାର ଲୋକେ ଏତେ ଟଙ୍କା ଦେବାପାଇଁ ଅସମର୍ଥ ଥିବାରୁ ମୃତଦେହକୁ ସେମାନେ ବାଇକଯୋଗେ ନେଇଛନ୍ତି । ପାଗଳା କୁକୁର କାମୁଡ଼ା ଇଂଜେକ୍ସନ ଗ୍ରହଣ ନକରି ଦେଶୀ ଔଷଧ ଖାଉଥିଲେ ଗୋବିନ୍ଦ । ଫଳରେ ତାଙ୍କ ଦେହରେ ବିଷକ୍ରିୟା ହୋଇ ସେ ଗୁରୁତର ହୋଇପଡ଼ିଥିଲେ । ଓ ପରେ ତାଙ୍କର ମୃତ୍ୟୁ ଘଟିଛି। ମୃତଦେହକୁ ପଠାଇବା ପାଇଁ ମହାପ୍ରାୟାଣ ଯୋଗାଡ଼ କରିବାକୁ ଡାକ୍ତରଖାନା ପକ୍ଷରୁ ବାରମ୍ବାର ପ୍ରୟାସ କରାଯାଇଥିଲେ ମଧ୍ୟ ଯୋଗାଯୋଗ ହୋଇପାରିନଥିଲା । ପରିବାର ଲୋକେ ମୃତଦେହକୁ ଅଟୋରେ ନେବେ ବୋଲି କହି ଚାଲିଯାଇଥିଲେ। କିନ୍ତୁ ବାଇକ୍‌ରେ ନେବା ସମ୍ପର୍କରେ ତାଙ୍କ ନିକଟରେ କୌଣସି ଖବର ନଥିବା ଗୋବିନ୍ଦଙ୍କ ଚିକିତ୍ସା କରିଥିବା ଡାକ୍ତର ଅଜିତ୍ ସାହୁ ପ୍ରତିକ୍ରିୟା ଦେଇଛନ୍ତି ।

error: Thank You Keep Visiting