୨୯ଟି ପଞ୍ଚାୟତରେ ୩୦୨ ପ୍ରକଳ୍ପକୁ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

Straight to the Point

 ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ,

ତିର୍ତ୍ତୋଲ: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତେନ୍ତୁଲିପଦା ପଞ୍ଚାୟତ କଟକ – ପାରାଦ୍ୱିପ୍ ସାରଳାରୋଡ଼ ଛକ କାଳିପଡ଼ିଆରେ ସରକାରୀ ସ୍ତରରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତିର୍ତ୍ତୋଲ ବିଧାୟିକା ଡ଼. ରାଜଶ୍ରୀ ମଲ୍ଲିକ, ପୂର୍ବତନ ମନ୍ତ୍ରୀ ତଥା ପାରାଦ୍ୱୀପ ବିଧାୟକ ଡ଼. ଦାମୋଦର ରାଉତ, ଜଗତସିଂହପୁର ସାଂସଦ ଡ଼. କୁଳମଣି ସାମଲ, ଜଗତସିଂହପୁର ଜିଲ୍ଲାପାଳ ଯାମିନୀ ଷଢ଼ଙ୍ଗୀ, ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱଜିତ କେଶରୀ ଦାସ, ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରିୟଦର୍ଶିନୀ ବିଶ୍ୱାଳ, ତିର୍ତ୍ତୋଲ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଜାତା ମହାନ୍ତି, ଉପାଧ୍ୟକ୍ଷ ଆଶିଷ କୁମାର ସେଠୀ, ତିର୍ତ୍ତୋଲ ବିଡ଼ିଓ ରଞ୍ଜନ କୁମାର ପରିଡ଼ା, ଏବିଡ଼ିଓ ଭଞ୍ଜ କିଶୋର ନାୟକ, ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା, ଅତିରିକ୍ତ ତହସିଲଦାର ସଞ୍ଜୟ କୁମାର ପଣ୍ଡା, ଜିଲ୍ଲାପରିଷଦ ସଭ୍ୟ ସନାତନ ଦଳାଇ, ପ୍ରବୀର କୁମାର ରାୟ, ସଭ୍ୟା ଲିପାଲି ରାଉଳ, ଶିଶୁ କଲ୍ୟାଣ ମଙ୍ଗଳ ଅଧିକାରିଣୀ ତନୁପ୍ରଭା ବେଉରା, ରଘୁନାଥ ପୁର ବ୍ଲକ ଉପାଧ୍ୟକ୍ଷ ଦେବାଶିଷ ତ୍ରୀପାଠୀ, ଓଏଲଏମର ଅଧିକାରୀଣି ଲିପିକା ଷଢ଼ଙ୍ଗୀ, ସାଗର ମହାପାତ୍ର, ପ୍ରମୁଖ ଯୋଗଦେଇଥିଲେ । ୧୧.୧୫ରେ ମୁଖ୍ୟ ମନ୍ତ୍ରୀ ନବିନ ପଟ୍ଟନାୟକ ଭିଡ଼ିଓ କନଫରେନସିଂ ଦ୍ୱାରା ଉପସ୍ଥିତ ଥିବା ଜନସାଧାରଣମାନଙ୍କ ନିକଟରେ ଉପସ୍ଥିତ ହୋଇ ଜନସାଧସାଧାରଣମାନଙ୍କୁ ଭଲକାମ କର ଶୀଘ୍ର କାମ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତିର୍ତ୍ତୋଲର ୨୯ଟି ପଞ୍ଚାୟତରେ ପୂର୍ବରୁ ଶେଷ ହୋଇଥିବା ନିର୍ମାଣଧିନ କାର୍ଯ୍ୟର ବିବରଣୀ ପ୍ରଦାନ କରିଥିଲେ ।

ଏଥିସହିତ ପଟିଲୋ ପଞ୍ଚାୟତର ଆଇମା ଧୋତି ଗ୍ରାମ ନିଳକଣ୍ଠେଶ୍ୱର ମନ୍ଦିର ଗୋଷ୍ଠୀକେନ୍ଦ୍ର ୧ ଲକ୍ଷ ୫୦ ହଜାର, ମହିଳୋ ପାଠାଗାର ଓ ଅବସର ବିନୋଦନ କେନ୍ଦ୍ର ୨ ଲକ୍ଷ, ମହିଳୋ ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ୨ ଲକ୍ଷ, ପଟିଲୋ ଗାଁ ମିଶନ ଶକ୍ତି ଗୃହ ନିର୍ମାଣ ୨ ଲକ୍ଷ, ନନ୍ଦନ ଗାଁ ଶ୍ରୀଧର ଲାଲ ମନ୍ଦିର ଗୋଷ୍ଠୀ କେନ୍ଦ୍ର ୧ ଲକ୍ଷ ୫୦ ହଜାର, ଅଡ଼ଙ୍ଗ ଗାଁ ଜଗନ୍ନାଥ ମନ୍ଦିର ନିକଟରେ ଗୋଷ୍ଠୀକେନ୍ଦ୍ର ୧ଲକ୍ଷ ୫୦ ହଜାର, ମହିଳୋ ବିଶ୍ୱନାଥ ମନ୍ଦିର ଗୋଷ୍ଠୀ କେନ୍ଦ୍ର ୧ଲକ୍ଷ, ବାରଙ୍ଗ ଗୋଷ୍ଠୀକେନ୍ଦ୍ର ୧ଲକ୍ଷ ଟଙ୍କା ସମେତ ଅନ୍ୟ ୨୮ଟି ପଞ୍ଚାୟତରେ ଉନ୍ନତକରଣ କାର୍ଯ୍ୟକରାଯିବାପାଇଁ ମୁଖ୍ୟ ମନ୍ତ୍ରୀ ନବିନ ପଟ୍ଟନାୟକ ୩୦୨ ପ୍ରକଳ୍ପକୁ ୪ କୋଟି ୭୫ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଏହି କାର୍ଯ୍ୟକ୍ରମରେ ତିର୍ତ୍ତୋଲ ସରପଞ୍ଚ ମନୋରଞ୍ଜନ ମହାପାତ୍ର, ଗୋବିନ୍ଦପୁର ସରପଞ୍ଚ ରମେଶ ଚନ୍ଦ୍ର କୁଅଁର, କନକପୁର ସରପଞ୍ଚ ନମିତା ରାଉଳ, ମମତା ଦାସ, ଶ୍ରୀମତି ସେଠୀ, ନିୟତି ସ୍ୱାଇଁ, ମମତା ସାହୁ, ଆତ୍ମାର ସଭାପତି ପ୍ରକାଶ ଚନ୍ଦ୍ର ସ୍ୱାଇଁ, ତେନ୍ତୁଲିପଦା ସରପଞ୍ଚ ଲକ୍ଷ୍ମୀପ୍ରିୟା ବେହେରା, ନୃସିଂହ ରାଉଳ, ପଟିଲୋ ସରପଞ୍ଚ ଚିତ୍ତରଞ୍ଜନ ରଥ, ସୁନାତା ସାମନ୍ତରାଏ, କୃଷ୍ଣପ୍ରସାଦ ଦାସ, ସବିତା ରାଉତ, ସୂର୍ଯ୍ୟନାରାୟଣ ବେହେରା, କବିତା ବେହେରା, ମନ୍ଦାକିନୀ ପଣ୍ଡା ସମେତ ଅନ୍ୟ ପଞ୍ଚାୟତର ପ୍ରତିନିଧି, ତିର୍ତ୍ତୋଲ ବିଭିନ୍ନ ପଞ୍ଚାୟତରୁ ସ୍ୱୟଂସହାୟକ ଗୋଷ୍ଠୀ, ଅଙ୍ଗନୱାଡ଼ି କର୍ମୀର ୮ ହଜାରରୁ ଉର୍ଦ୍ଧ ମହିଳା ଓ ପୁରୁଷ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ତପନ ମହାନ୍ତି, ଗଙ୍ଗାଧର ବିଶ୍ୱାଳ, ମହମ୍ମଦ ମାଜୁଦ ଅଲ୍ଲି, ଅରବିନ୍ଦ ହୋତା, ଅମର ଜ୍ୟୋତି ସାହୁ, ସୁଧାଶୁଂ ଶେଖର ପୃଷ୍ଟି, ଅରୁଣ ମହାପାତ୍ର, ରଞ୍ଜିତ କୁମାର ଜେନା, ନିଲୁ ମହାପାତ୍ର, ଦିପକ ଦାସ, ଅକ୍ଷୟ ସାହାଣୀ, ଶ୍ରୀନିବାସ ଦାସ, ଶୁସାନ୍ତ ପଣ୍ଡା, ରମେଶ ବେହେରା, ବିଜୟ ନାୟକ, ନୃସିଂହ ମହାପାତ୍ର, ନନ୍ଦନନ୍ଦନ ନାୟକ, ଶିଦ୍ଧାର୍ଥ ଶଙ୍କର ରାଉଳ ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ସହିତ ବ୍ଲକ ଅଧ୍ୟକ୍ଷା ସୁଜାତା ମହାନ୍ତି ଭିଡ଼ିଓ କନଫରେନସିଂ ମାଧ୍ୟମରେ ସିଧାକଥା ହେବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

 

[amazon_link asins=’B079NR7HVG,B01HBA9980,B01H4UJJW8,B079NP4MC9,B01HBF5WBI,B01L22X4KM,B079NF7Y5J,B01CJUZPSU’ template=’ProductGrid’ store=’odishajournal-21′ marketplace=’IN’ link_id=’b8a746ee-845f-11e8-87a1-83cb62bd2cdd’]

error: Thank You Keep Visiting