ବଲୁରିଆଛକରେ ତାରିଣୀ ବିଗ୍ରହ ପ୍ରତିଷ୍ଠା ଉତ୍ସବ

An Independent Media

କେନ୍ଦ୍ରାପଡା: ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଲୁରିଆ ପଂଚାୟତର ଜଗତେଶ୍ୱର ବଜାର ଛକରେ ମା’ତାରିଣୀଙ୍କର ବିଗ୍ରହ ପ୍ରତିଷ୍ଠା ଉତ୍ସବ  ବଲୁରିଆ,ଅମୃତମଣୋହୀ,ଅଣ୍ଡରା ପଂଚାୟତର ବହୁ ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କ ଉଦ୍ୟମରେ ବଜାର କମିଟି ସଦସ୍ୟମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉଦ୍ୟକ୍ତା ଯଦୁନାଥ ମଳିକ, ଅବଲୁ ସାହୁ, ନିରଞ୍ଜନ ସାହୁ ପ୍ରମୁଖ ସମସ୍ତ ସହଯୋଗ କରିଥିଲେ । ପଣ୍ଡିତ କୃଷ୍ଣ ଚନ୍ଦ୍ର ପାଢୀଙ୍କ ଦ୍ୱାରା ହୋମଯଜ୍ଞ,ବିଗ୍ରହ ପ୍ରତିଷ୍ଠା,ପୂଜାର୍ଚ୍ଚନା,ନୀତିକାଣ୍ଡ କାର୍ଯ୍ୟ କରାଯାଇଥିଲା । ବହୁ ଶ୍ରଦ୍ଧାଳୁ ଏବଂ ଭକ୍ତମାନେ ମା’ତାରିଣୀଙ୍କ ନିକଟରେ ନାମସଙ୍କୀର୍ତ୍ତନ, ଭଜନ ଓ  ଜଣାଣ ପରିବେଷଣ କରି ଏକ ଧାର୍ମୀକ ପରିବେଶ ସୃଷ୍ଟି କରିଥିଲେ । ଏହି କାର୍ଯ୍ୟକ୍ରମରେ ବଲୁରିଆ ପଂଚାୟତର ପୂର୍ବତନ ସରପଂଚ ସୁରେନ୍ଦ୍ର ମଳିକ, ପୂର୍ବତନ ସମିତିସଭ୍ୟ ଅନାଦି ସେଠୀ, ଡଃ.ଗଦାଧର ମଲ୍ଲିକ, ବାବୁଲି ପାଢୀ, ପ୍ରତିଶୋଧ ସାହୁ, ବିଷ୍ଣୁପଦ ମହାନ୍ତି, ବେଙ୍ଗୁଲା ସାହୁ  ପ୍ରମୁଖ ସହାୟତା ପ୍ରଦାନ କରିଥିଲେ ।

error: Thank You Keep Visiting