ଆଳମଙ୍ଗା ଗ୍ରାମ୍ୟ ରାସ୍ତାର ଦୂରାବସ୍ଥା

An Independent Media

ଭଦ୍ରକ: ଏହି ଜିଲାର ବନ୍ତ ବ୍ଲକ୍ ଆଳମଙ୍ଗା ଗ୍ରାମର ଆଭ୍ୟନ୍ତରୀଣ ରାସ୍ତାର ଅବସ୍ଥା ଗ୍ରାମବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ପଳାସାରୁ ଭାୟା ବିକେବିଏମ୍ ରୋଡ୍ ଦେଇ ଶଙ୍ଖୁଳା ସଡକରେ ମିଶିଥିବା ଆରଡି ରୋଡ୍ ଆଳମଙ୍ଗା ଛକରୁ ଗ୍ରାମ ମଧ୍ୟକୁ ଯାଇଥିବା ପ୍ରବେଶ ପଥ ପ୍ରାୟ ଏକକିଲୋମିଟର । ହନୁମାନ ଛକ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ସେହିଭଳି ହନୁମାନ ଛକ ଆନନ୍ଦବଜାର ବିହାର ଠାରୁ ସେଠୀ ସାହି ଦିଗରେ ଯାଇଥିବା ରାସ୍ତାଟି କଂକ୍ରିଟ୍ ସଡକ ଛୁଇଁବା ପର୍ଯ୍ୟନ୍ତ ବ୍ୟବହାର ଅନୁପଯୋଗୀ ହୋଇପଡିଥିବାବେଳେ ଆନନ୍ଦବିହାର ଠାରୁ ବେହେରାସାହି ପର୍ଯ୍ୟନ୍ତ ହୋଇଥିବା ନିମ୍ନମାନର କାମ ଆଖିରେ ନଦେଖିଲେ ବିଶ୍ୱାସ କରିହେବ ନାହିଁ । ବେହେରାସାହିରୁ ଭାୟା ଧଳସାହି ଦେଇ ଜେନାସାହି ପର୍ଯ୍ୟନ୍ତ ଯାଇଥିବା ରାସ୍ତାରେ କଂକ୍ରିଟ୍ ଗୁଡିକ ଫାଟି ଆଁ କରିଥିବାବେଳେ ଜେନାସାହିର ଶେଷଭାଗର ଅବସ୍ଥା ନର୍କକୁଣ୍ଡ ଠାରୁ ଅଧିକ ଯନ୍ତ୍ରଣାଦାୟକ ହୋଇଛି । ଏଥିଯୋଗୁଁ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବାରୁ ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଏହାର ମରାମତି କରିବାକୁ ସାଧାରଣରେ ଦାବି ହୋଇଛି ।

error: Thank You Keep Visiting