ନଦୀରେ ଗାଧୋଉଥିବାବେଳେ ଅଘଟଣ ଗଭୀର ସ୍ରୋତରେ ଭାସିଯାଇ ଛାତ୍ର ମୃତ

An Independent Media

ଭଦ୍ରକ: ନଦୀରେ ଗାଧୋଉଥିବାବେଳେ ବୁଡିଯାଇ ଜଣେ ଛାତ୍ରର ମୃତ୍ୟୁ ଘଟିଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ଜିଲାର ଧାମନଗର ବ୍ଲକ୍ ଦେଉଳି ଆନନ୍ଦପୁର ଗ୍ରାମର ଲକ୍ଷ୍ମୀଧର ନାୟକଙ୍କ ସାନପୁତ୍ର ଅଶ୍ୱିନୀ ଆଜି ବୈତରଣୀ ନଦୀକୁ ଗାଧୋଇବାକୁ ଯାଇଥିଲା । ଗାଧୋଇବା ବେଳେ ଗଭୀର ସ୍ରୋତରେ ଭାସିଯାଇଥିଲେ ଅଶ୍ୱିନୀ । ତେବେ ଖବର ପାଇ ସ୍ଥାନୀୟ ଗ୍ରାମବାସୀମାନେ ବହୁ ଖୋଜାଖୋଜି କରିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ପରେ ସେମାନେ ତାକୁ ଯାଜପୁର ଡାକ୍ତରଖାନାକୁ ନେଇଥିଲେ ମଧ୍ୟ ଡାକ୍ତରମାନେ ତାକୁ ମୃତ ଘୋଷଣା କରିଥିଲେ । ଏଠାରେ ସୂଚନାଯୋଗ୍ୟ ଅଶ୍ୱିନୀ ଯାଜପୁର ଜିଲାର ରାମବାଗ କଲେଜରେ ଯୁକ୍ତ ଦୁଇ କଳାର ପ୍ରଥମ ବର୍ଷର ଛାତ୍ର ଥିଲେ ।

error: Thank You Keep Visiting